Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଡା ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଆଜିର ଖବର

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଡା ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

March 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସ୍ୱାଧୀନୋତ୍ତର ଓଡିଶା ରାଜନୀତିରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିପୂର୍ଣ୍ଣ ପ୍ରେରଣାଦାୟୀ ସଫଳ ବ୍ୟକ୍ତିତ୍ୱ। ଅନୁଗୁଳ ଗଡ଼ଜାତ ଖମାର ଅଞ୍ଚଳ କୃଷକ ପରିବାରରେ ଜନ୍ମ ହୋଇ ଚିକିତ୍ସା ସେବାକୁ ଜୀବନର ବୃତ୍ତି ଭାବେ ଗ୍ରହଣ କରିଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନ ପରବର୍ତ୍ତୀ ସମୟରେ ବିଜେପିର ବ୍ଲକ୍ ସଭାପତି ସ୍ତରରୁ ରାଜନୈତିକ କାର୍ଯ୍ୟ ଆରମ୍ଭ କରି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଉପସଭାପତି ଭଳି ସାଙ୍ଗଠନିକ ଦାୟିତ୍ଵ ସଫଳ ଭାବେ ନିର୍ବାହ କରିବା ସହିତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱର କେନ୍ଦ୍ର ସରକାରରେ ଭୁପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳ ଭାବେ ନିର୍ବାହ କରିଥିଲେ। ତାଙ୍କ ସମୟରେ ଓଡିଶାର ରାଷ୍ଟ୍ରୀୟ ରାଜପଥ ନିର୍ମାଣ, ବନ୍ଦର ବିକାଶ ଓ କୃଷି ବିକାଶର ବିଭିନ୍ନ ଯୋଜନା ଓଡିଶା ପ୍ରଦେଶ ଓ ଦେଶ ପାଇଁ ସ୍ମରଣୀୟ ହୋଇ ରହିବ।

ସେ ଯେତିକି ସରଳ ସେତିକି ସୁଦୃଢ଼ ଓ ସସକ୍ତ, ନୀତି ଓ ବିଚାର ନିଷ୍ଠ ଏବଂ ସଫଳ ଥିଲେ ନିଜ ଜୀବ ଦସାରେ , ବୋଲି ବିଜେପିର ବରିଷ୍ଠ ନେତା ଭୁବନ ମୋହନ ଜେନା କହିଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୁତିର ସମ୍ପାଦକ ପଣ୍ଡିତ ସର୍ବେଶ୍ଵର ମିଶ୍ର ଡାକ୍ତର ପ୍ରଧାନଙ୍କୁ ଜଣେ ପ୍ରେରଣାଦାୟୀ, ସମାଜ ମନସ୍କ ସଫଳ ରାଜନେତା ବୋଲି ଅବିହିତ କରିବା ସହିତ ତାଙ୍କୁ ଜଣେ ଯୋଗ୍ୟ ସମାସେବୀ, ଚିକିତ୍ସକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ସୁଯୋଗ୍ୟ ପୁତ୍ରର ପିତା ଭବେ ସଫଳ ବ୍ୟକ୍ତି ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାର ସଞ୍ଚାଳନ କରି ପଣ୍ଡିତ ହୃଷୀକେଶ ରଥ ତାଙ୍କ ଜୀବନର ବହୁ ଅନାଲୋଚିତ ପ୍ରସଙ୍ଗ ଆଲୋଚନା କରିବା ସହିତ ଶ୍ରଦ୍ଧlସୁମନ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ଶ୍ରୀମଦ୍ ଭାଗବତ ଗୀତା ର ପୁରୁଷୋତ୍ତମ ଯୋଗ ଶ୍ରୀ ଡ. ପ୍ରସନ୍ନ ପରିଡା ପାଠ କରିଥିଲେ। ପରେ ପବିତ୍ର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସତାଧିକ ଲୋକଙ୍କ ସହିତ ପୂଜ୍ୟପୂଜା ସଂସଦର ମୁଖ୍ୟ ପ୍ରଦୀପ କୁମାର ମହାନ୍ତି ଯୋଗ ଦେଇ କେନ୍ଦ୍ରାପଡ଼ା ସହିତ ତାଙ୍କର ସ୍ମୃତି ରୋମନ୍ଥ ନ କରିଥିଲେ।

ବିଜେପି ନେତା ଦୁର୍ଯ୍ୟୋଧନ ସାହୁ, ଦେବେନ୍ଦ୍ର ପ୍ରଧାନଙ୍କ ସହଯୋଗୀ ହରିଶ ଜେନା, ବିଶିଷ୍ଟ ଶିକ୍ଷକ ନେତା ଅଜୟ କୁମାର ସାମଲ, ସରୋଜ କୁମାର ମହାନ୍ତି,ପବିତ୍ର ପରିଡା, ନୀଳମଣି ସାହାଣୀ, ରୋଜାଲିନ ମହାନ୍ତି, ଧର୍ମରକ୍ଷା ସେନା ର ଉମେଶ ଦାସ ଓ ଗୋଲଖ ଚନ୍ଦ୍ର ବେହେରା, ବିବେକାନନ୍ଦ ମହାରଣା, ପଣ୍ଡିତ ଅଭୟ ସତପଥୀ, ଗୋଲକ ଚନ୍ଦ୍ର ପଢ଼ିହାରୀ, ମୁକ୍ତାର ଖାଁ, ଉମାକାନ୍ତ ଦାସ,ବିଶିଷ୍ଟ ସାମ୍ବାଦିକ ରବି ନାରାୟଣ ପତି ଓ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଡାକ୍ତର ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ପରେ ଶାନ୍ତି ପାଠ ହେଲାପରେ ଶ୍ରଦ୍ଧାଞ୍ଜଳୀ ସଭା ସାଙ୍ଗ କରାଯାଇଥିଲା।

ଓଡିଶା ରାଜନୀତି ଶ୍ରଦ୍ଧାଞ୍ଜଳି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.