Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ରଥ ଓ ପି.ସି.ପି.ଏନ.ଡି.ଟି ଆକ୍ଟ ଉପରେ କର୍ମଶାଳା ଆୟୋଜିତ
ଆଜିର ଖବର

କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ରଥ ଓ ପି.ସି.ପି.ଏନ.ଡି.ଟି ଆକ୍ଟ ଉପରେ କର୍ମଶାଳା ଆୟୋଜିତ

March 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଖୋର୍ଦ୍ଧା ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପିସିପିଏନଡିଟି ଆକ୍ଟ ,୧୯୯୪ ଉପରେ ଏକ କର୍ମଶାଳାର ଆୟୋଜିତ ହୋଇଯାଇଛି। ଏହି ଅବସରରେ କନ୍ୟା ଭୃଣ ହତ୍ୟାକୁ ରୋକିବା ପାଇଁ ପ୍ରଥମେ ଏକ ସଚେତନତା ରଥ ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବାସହିତ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ସଚେତନତା ରଥକୁ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଆନୁଷ୍ଠାନିକ ଭାବରେ ଉଦ୍ ଘାଟନ କରିଥିଲେ। ଆଜି କର୍ମଶାଳାରେ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର‌ ଏ ଡି ଏମ୍ ଓ ଡଃ ବି.ଏନ୍ ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଦା ମୁର୍ମୁ, ଡି ଏମ୍ ପି ସ୍ମିତା ମଞ୍ଜରୀ ମଲିକ, ଡଃ ପ୍ରଣୀତା ସାବତ, ଟେଣ୍ଡର କୋ ଅର୍ଡିନେଟର, ସମଗ୍ର ଶିଶୁ ଅଶୋକ କୁମାର ସେଠି ଡିସିପିୟୁ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ମଣ୍ଡଳ ପରିଦର୍ଶିକା କାର୍ଯ୍ୟଶାଳାରେ ଉପସ୍ଥିତ ଥିଲେ।

ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସୁଷମା ମହାନ୍ତି ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ରଖିଥିଲେ ଏଵଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ କାର୍ଯ୍ୟକ୍ରମ ଆଭିମୁଖ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଜ୍ୟୋତି ଶଙ୍କର ସାହୁ କନ୍ୟା ଭୃଣ ହତ୍ୟା ଏକ ଜଘନ୍ୟ ଅପରାଧ କହିବା ସହିତ ଏହାକୁ କିପରି ଭାବେ ସମାଜ ରୁ
ଉଚ୍ଛେଦ କରାଯିବ ଏବଂ ଏଥିପ୍ରତି ସମସ୍ତଙ୍କ ଦାୟିତ୍ଵ ରହିଛି ବୋଲି ବକ୍ତବ୍ୟ ରଖିଥିଲେ। ତୃଣମୂଳ ସ୍ତରରୁ ବହୁଳ ପ୍ରଚାର ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଡିଏସପି କହିଥିଲେ କି ଝିଅ ମାନଂକ ଉପରେ ହେଉଥିବା ପ୍ରତିଦିନ ର ଘଟଣା, ହିଂସା ଖବର ପୋଲିସ କୁ ନିର୍ଦ୍ବନ୍ଦ୍ବରେ ଖବର ଦେବା ଦରକାର ଯାହା ଫଳରେ କେହି ଆଇନର ହାତରୁ ଖସି ପାରିବେ ନାହିଁ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ସଂଯୋଜିକା ଆଭିଲିପସା ବେହେରା ସଂଯୋଜନା କରିଥିଲାବେଳେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

କନ୍ୟା ଭୃଣ ହତ୍ୟା ଖୋର୍ଦ୍ଧା ସଚେତନତା ରଥ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.