Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ କଳାକାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ  WAFX ସେମିନାର ସିରିଜ୍ ଆରମ୍ଭ
ଆଜିର ଖବର

ଭାରତର ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ କଳାକାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ  WAFX ସେମିନାର ସିରିଜ୍ ଆରମ୍ଭ

March 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ମୁମ୍ବାଇ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଆପଟେକ୍ ଲିମିଟେଡ୍ ଏବଂ ଏବିଏଆଇ ସହଯୋଗରେ WAFX ସେମିନାର ସିରିଜ ଆରମ୍ଭ କରିଛି, ଯାହାକି ସମ୍ମାନଜନକ ଓ୍ବେଭ୍ସ ଭିଏଫଏକ୍ସ ପ୍ରତିଯୋଗତା (WAFX) ଲାଗି ଅଂଶଗ୍ରହଣକାରୀମାନଙ୍କୁ ପ୍ରସ୍ତୁତ ଓ ପ୍ରେତ୍ସାହିତ କରିବା ଦିଗରେ ଏକ ପଦକ୍ଷେପ। ଏହି ସିରିଜଟି କ୍ରିଏଟ୍ ଇନ୍ ଇଣ୍ଡିଆ ସିଜନ୍ ୧ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଦେଶର ସୃଜନଶୀଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟ ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ ପ୍ରତିଭାକୁ ବିକଶିତ କରିବା ପାଇଁ ସରକାରଙ୍କ ଏକ ପ୍ରୟାସ।

WAFX ସେମିନାର ସିରିଜ୍ ଆଶାୟୀ ଭିଏଫଏକ୍ସ କଳାକାରମାନଙ୍କୁ ଶିକ୍ଷିତ ଏବଂ ପରାମର୍ଶ ଦେବା ପାଇଁ ଶୀର୍ଷ ଶିଳ୍ପ ପେସାଦାରମାନଙ୍କୁ ଆଣିବ। ଏହି ସେମିନାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଶିଳ୍ପ ଧାରା, ଉନ୍ନତ ଭିଏଫଏକ୍ସ କୌଶଳ ଏବଂ କ୍ୟାରିୟର ଅଭିବୃଦ୍ଧି ସୁଯୋଗ ବିଷୟରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିବା, ଅଂଶଗ୍ରହଣକାରୀମାନଙ୍କୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବା ଏବଂ ଭିଏଫଏକ୍ସ ଶିଳ୍ପର ପରିବର୍ତ୍ତିତ ପରିଦୃଶ୍ୟକୁ ବୁଝିବା।

ଆପ୍ଟେକ୍ ମୁମ୍ବାଇରେ ଆୟୋଜିତ ପ୍ରଥମ ସେମିନାରରେ ପୋଚେର, ଲିଓ ଏବଂ ଭେଡିଆ ଉପରେ କାମ ପାଇଁ ଜଣାଶୁଣା ପ୍ରସିଦ୍ଧ ଭିଏଫଏକ୍ସ ସୁପରଭାଇଜର ଯତୀନ ଠକ୍କର ଅଂଶଗ୍ରହଣ କରିଥିଲେ। ଅନ୍ୟ ଏକ ଅଧିବେଶନରେ, ଏମଏଏସି ସ୍କାନ୍ଲାଇନ୍ ଭିଏଫଏକ୍ସରେ ଭିଏଫଏକ୍ସ ସୁପରଭାଇଜର ଜୟ ମେହେଟ୍ଟାଙ୍କ ଦ୍ୱାରା ଏକ ୱେବିନାର ଆୟୋଜନ କରିଥିଲା, ଯାହା ସମଗ୍ର ଭାରତରେ ସିଧା ପ୍ରସାରଣ କରାଯାଇଥିଲା। ଭିଏଫଏକ୍ସ ଦୁନିଆ ସଂପର୍କରେ ସେ କେତେକ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ।

୨୦୨୫ ଏପ୍ରିଲ ମଧ୍ୟଭାଗରେ ୪ଟି ପ୍ରମୁଖ ସହର ଚଣ୍ଡିଗଡ଼, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ WAFX ଜୋନାଲ ଫାଇନାଲ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଶ୍ରେଷ୍ଠ ପ୍ରତିଭାମାନେ ମେ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ପ୍ରବେଶ କରିବେ। WAFX ଜୋନାଲ ଫାଇନାଲ୍ସ ଏକ ପ୍ଲାଟଫର୍ମ ହେବ ଯେଉଁଠାରେ ସର୍ବଭାରତୀୟ ଅନଲାଇନ୍ ଭିଏଫଏକ୍ସ ପ୍ରତିଯୋଗିତାର ପ୍ରତିଯୋଗୀମାନେ ସମ୍ମାନିତ ଜୁରିଙ୍କ ସମ୍ମୁଖରେ ଲାଇଭ୍ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେତାମାନେ ଅଗ୍ରଣୀ ଭିଏଫଏକ୍ସ ସଂସ୍ଥା ସହିତ ଶିଳ୍ପ ମାନ୍ୟତା, ପୁରସ୍କାର ଏବଂ ଷ୍ଟୁଡିଓ ଇଣ୍ଟର୍ନସିପ୍ ପାଇବେ, ଯାହା ସେମାନଙ୍କ କ୍ୟାରିୟର ସମ୍ଭାବନାକୁ ଆଗକୁ ନେଇଯିବ।

WAFX, ଆଗାମୀ ସେମିନାର ଏବଂ ଆଞ୍ଚଳିକ ପ୍ରତିଯୋଗିତା ବିଷୟରେ ଅଧିକ ସୂଚନା ପାଇଁ, https://wafx.abai.avgc.in/ ପରିଦର୍ଶନ କରନ୍ତୁ।

ଅଧିକ ସୂଚନା କିମ୍ବା ମିଡିଆ ପ୍ରଶ୍ନ ପାଇଁ ଯୋଗାଯୋଗ କରନ୍ତୁ: ଆପଟେକ୍; ଶ୍ରୀନିଧି ଆୟର (କର୍ପୋରେଟ୍ ଯୋଗାଯୋଗ); ଇମେଲ୍: srinidhi.iyer@aptech.ac.in

ଓ୍ବେଭ୍ସ ବିଷୟରେ

ପ୍ରଥମ ବିଶ୍ୱ ଅଡିଓଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଜଗତ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ, ଯାହାକି ଭାରତ ସରକାରଙ୍କ ଦ୍ୱାରା ୧ରୁ ୪ ମେ ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଆୟୋଜିତ ହେବ।

ଆପଣ ଜଣେ ଶିଳ୍ପ ବୃତ୍ତିଗତ, ନିବେଶକ, ନିର୍ମାତା କିମ୍ବା ଉଦ୍ଭାବକ ହୁଅନ୍ତୁ ନା କାହିଁକି, ଏହି ସମ୍ମିଳନୀ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଜଗତରେ ଯୋଗାଯୋଗ, ସହଯୋଗ, ନବସୃଜନ ଏବଂ ଅବଦାନ ପାଇଁ ସର୍ବୋତ୍ତମ ବିଶ୍ୱ ପ୍ଲାଟଫର୍ମ ପ୍ରଦାନ କରିବ।

ୱେଭ୍ସ ଦେଶର ସୃଜନଶୀଳ ଶକ୍ତିକୁ ନୂଆ ଉଚ୍ଚତାକୁ ନେବାକୁ ପ୍ରସ୍ତୁତ, କଣ୍ଟେଣ୍ଟ କ୍ରିଏସନ, ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବୃଦ୍ଧି କରୁଛି। ଫୋକସରେ ଥିବା ଶିଳ୍ପ ଏବଂ କ୍ଷେତ୍ରଗୁଡ଼ିକ ମଧ୍ୟରେ ଅଛନ୍ତି ପ୍ରସାରଣ, ମୁଦ୍ରିତ ଗଣମାଧ୍ୟମ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଶବ୍ଦ ଏବଂ ସଙ୍ଗୀତ, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଆଲିଟି (ଏଆର୍), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଇତ୍ୟାଦି।

ଗ୍ରାଣ୍ଡ ଫିନାଲେ ମୁମ୍ବାଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.