Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଞ୍ଚଟି ରାଜ୍ୟରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପ୍ରକଳ୍ପକୁ ଅନୁମୋଦନ
ଆଜିର ଖବର

ପାଞ୍ଚଟି ରାଜ୍ୟରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପ୍ରକଳ୍ପକୁ ଅନୁମୋଦନ

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’
୫ଟି ବିମାନବନ୍ଦରରେ ‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’ ଉଦଘାତିତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସିକିମ ରାଜ୍ୟ ପାଇଁ ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପ ତଥା ପାଞ୍ଚଟି ରାଜ୍ୟରେ ଅଗ୍ନିଶମ ସେବାକୁ ସୁଦୃଢ଼ କରିବା ଲାଗି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି। ସଦସ୍ୟ ଭାବେ ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ୍) ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠି ଏବଂ ପ୍ରସ୍ତୁତି ଏବଂ କ୍ଷମତା ନିର୍ମାଣ ପାଣ୍ଠିରୁ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପାଇଁ ଏହି ପ୍ରସ୍ତାବଗୁଡ଼ିକ ଉପରେ ବିଚାର ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତର ପରିକଳ୍ପନାକୁ ପୂରଣ କରିବା ଉଦ୍ଦେଶ୍ୟରେ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ବିପର୍ଯ୍ୟୟଗୁଡ଼ିକର ପ୍ରଭାବୀ ପରିଚାଳନା ସୁନିଶ୍ଚିତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି। ବିପର୍ଯ୍ୟୟ ସମୟରେ ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ରୋକିବା ପାଇଁ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ଉଚ୍ଚସ୍ତରୀୟ କମିଟି ପାଞ୍ଚଟି ରାଜ୍ୟରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ଯୋଜନା ଅଧୀନରେ ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ କେରଳ ପାଇଁ କମିଟି ୧୬୦୪.୩୯ କୋଟି ଟଙ୍କା ମଞ୍ଜୁର କରିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ୍) ଅଧୀନରେ ପ୍ରସ୍ତୁତି ଏବଂ କ୍ଷମତା ନିର୍ମାଣ ପାଣ୍ଠି ଆବଣ୍ଟନରୁ ପାଣ୍ଠି ଯୋଗାଣ ପାଇଁ କମିଟି ବିହାର ପାଇଁ ୩୪୦.୯୦ କୋଟି ଟଙ୍କା, ଗୁଜୁରାଟ ପାଇଁ ୩୩୯.୧୮ କୋଟି ଟଙ୍କା, ଝାଡ଼ଖଣ୍ଡ ପାଇଁ ୧୪୭.୯୭ କୋଟି ଟଙ୍କା, କେରଳ ପାଇଁ ୧୬୨.୨୫ କୋଟି ଟଙ୍କା ଏବଂ ମହାରାଷ୍ଟ୍ର ପାଇଁ ୬୧୪.୦୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର “ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ” ପାଇଁ ଏନଡିଆରଏଫ୍ ଅଧୀନରେ ମୋଟ ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ଏବଂ ୨୦ଟି ରାଜ୍ୟର ୩୩୭୩.୧୨ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିସାରିଛନ୍ତି।

ଏହାବ୍ୟତୀତ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ୍) ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠିରୁ ସିକିମ୍ ରାଜ୍ୟକୁ ୨୦୨୩ ମସିହା ଅକ୍ଟୋବର ମାସରେ ତିସ୍ତା ନଦୀ ଅବବାହିକାରେ ତଳମୁଣ୍ଡରେ ଘଟିଥିବା ଧ୍ୱଂସକାରୀ ଗ୍ଲାସିକାଲ ଲେକ୍‍ ଆଉଟବ୍ରଷ୍ଟ ଫ୍ଲଡସ୍‍ (ଜିଏଲ୍ଓଏଫ୍) କାରଣରୁ ପ୍ରଭାବିତ ବିଭିନ୍ନ କ୍ଷେତ୍ରର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଆବଶ୍ୟକତା ପାଇଁ ଉଚ୍ଚସ୍ତରୀୟ କମିଟି ୫୫୫.୭୦ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଞ୍ଜୁର କରିଛି।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅଧୀନରେ ୨୮ଟି ରାଜ୍ୟକୁ ୧୯,୦୭୪.୮୦ କୋଟି ଟଙ୍କା ଏବଂ. ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍) ଅଧୀନରେ ୧୬ଟି ରାଜ୍ୟକୁ ୩୨୨୯.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାବ୍ୟତୀତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ ଡି.ଆରଫ୍) ଅଧୀନରେ ୧୯ଟି ରାଜ୍ୟକୁ ୫୧୬୦.୭୬ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ) ଅଧୀନରେ ୮ଟି ରାଜ୍ୟକୁ ୭୧୯.୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଅମିତ ଶାହ ନରେନ୍ଦ୍ର ମୋଦୀ ସିକିମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏମଭିୱାଇ ଅଧୀନରେ ନଗଦ ସହାୟତା ରାଶି ବଣ୍ଟନ

September 18, 2025

ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

September 18, 2025

ଆସନ୍ତା ୨ ଯାଏଁ ଏମ୍ସ ଭୁବନେଶ୍ୱରରେ ବିଭିନ୍ନ ରୋଗ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ

September 18, 2025

୧୭୨୩ କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 18, 2025
Latest News

୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏମଭିୱାଇ ଅଧୀନରେ ନଗଦ ସହାୟତା ରାଶି ବଣ୍ଟନ

September 18, 2025

ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

September 18, 2025

ଆସନ୍ତା ୨ ଯାଏଁ ଏମ୍ସ ଭୁବନେଶ୍ୱରରେ ବିଭିନ୍ନ ରୋଗ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ

September 18, 2025

୧୭୨୩ କୋଟି ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 18, 2025

ଆଜି ସେପ୍ଟେମ୍ବର ୧୮: ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.