Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା
ଆଜିର ଖବର

ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଛତ୍ରପୁର: ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।

ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ (ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ), ଅଙ୍କିତା ସାହୁ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ (ଡି ଏ ଭି ପବ୍ଲିକ ସ୍କୁଲ) ତୃତୀୟ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଅନୁଷ୍କା ରାଉତ (ସେଣ୍ଟ ଜାଭିୟର ହାଇ ସ୍କୁଲ) ପ୍ରଥମ, ଅମ୍ରିତା ପଟ୍ଟନାୟକ (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର)ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ମହାବିଦ୍ୟାଳୟ ବର୍ଗରେ ବକ୍ତୃତା ପ୍ରତିଯୋଗିତା ରେ ଆଲିସା ପାଢ଼ୀ (ସରସ୍ଵତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର)ପ୍ରଥମ, ପାୟଲ ପ୍ରିୟା ପାତ୍ର (ମହାମାୟୀ ମହିଳା ମହାବିଦ୍ୟାଳୟ) ଦ୍ୱିତୀୟ, ଏବଂ ସଙ୍ଗୀତ ପ୍ରତିଯୋଗିତା ରେ ଏସ ମନିଷା ରାଣୀ ପାତ୍ର (ମହାମୟୀ ମହିଳା ମହାବିଦ୍ୟାଳୟ)ପ୍ରଥମ, ପ୍ରଗତି କିରଣ ବେହେରା (ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର)ଦ୍ୱିତୀୟ ହୋଇଛନ୍ତି। ଏହି କୃତି ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଏପ୍ରିଲ ୧ ତାରିଖରେ ହେବାକୁ ଥିବା ପୂର୍ବାହ୍ନ ୧୦ ଘଣ୍ଟା ରେ ଓଡିଶା ଦିବସ ସମାରୋହରେ ପୁରସ୍କୃତ କରାଯିବ। ତିନୋଟି ଉପଖଣ୍ଡ ରେ ହୋଇଥିବା ଉଚ୍ଚ ବିଦ୍ୟାଳୟ ସ୍ତରର ବକ୍ତୃତା ପ୍ରତିଯୋଗିତା ରେ ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ପ୍ରତିଯୋଗୀ ଙ୍କ ମଧ୍ୟରେ ପୁନର୍ବାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତା ରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଚନ୍ଦ୍ର ଶେଖର ଶତପଥୀଙ୍କୁ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରେରଣ କରାଯିବ। ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ,ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ।

ଓଡିଶା ଦିବସ ଗଞ୍ଜାମ ଜିଲ୍ଲା ଛତ୍ରପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.