Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ଓ ଉତ୍ତରପ୍ରଦେଶ ମଧ୍ୟରେ ୬୦,୦୦୦ କୋଟି ର ଆଇଟିଆଇ ଉନ୍ନୟନ ଯୋଜନା ଉପରେ ଗୁରୁତ୍ୱ
ଆଜିର ଖବର

କେନ୍ଦ୍ର ଓ ଉତ୍ତରପ୍ରଦେଶ ମଧ୍ୟରେ ୬୦,୦୦୦ କୋଟି ର ଆଇଟିଆଇ ଉନ୍ନୟନ ଯୋଜନା ଉପରେ ଗୁରୁତ୍ୱ

March 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରଗତି ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଏବଂ ଶିକ୍ଷା ବିକାଶ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜୟନ୍ତ ଚୌଧୁରୀ ନୂଆଦିଲ୍ଲୀର କୌଶଳ ଭବନରେ ଉତ୍ତର ପ୍ରଦେଶ ସରକାରଙ୍କ ବ୍ୟବସାୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) କପିଳ ଦେବ ଅଗ୍ରଓ୍ୱାଲଙ୍କ ସହ ସାକ୍ଷାତ କରିଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଏବଂ ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା (ପିଏମକେଭିଓ୍ୱାଇ), ଜାତୀୟ ଶିକ୍ଷାନବୀଶ ପଦୋନ୍ନତି ଯୋଜନା (ନେପିଏସ୍), ପିଏମ ବିଶ୍ୱକର୍ମା ଏବଂ ସ୍ୱାବଲମ୍ବୀ ମହିଳା ଉଦ୍ୟମିତା କାର୍ଯ୍ୟକ୍ରମ ସହିତ ପ୍ରମୁଖ ଦକ୍ଷତା ବିକାଶ ଯୋଜନାଗୁଡ଼ିକର ନିର୍ବିଘ୍ନ କାର୍ଯ୍ୟାନ୍ୱୟନ କରିବାକୁ କେନ୍ଦ୍ର ଓ ରାଜ୍ୟର ସହଯୋଗ ବୃଦ୍ଧି ଉପରେ ଗୁରତ୍ୱାରୋପ କରାଯାଇଛି।

ଉତ୍ତରପ୍ରଦେଶ ସରକାରଙ୍କ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ରାଜ୍ୟ ଦକ୍ଷତା ବିକାଶ ଉପଲବ୍ଧିର ସମୀକ୍ଷା ପ୍ରସ୍ତୁତ କରିଥିଲେ ଏବଂ ଯେଉଁଠି ଦକ୍ଷତା କ୍ଷେତ୍ରରେ ରାଜ୍ୟର ସଫଳତା ଏବଂ କେନ୍ଦ୍ରରୁ ଅତିରିକ୍ତ ସହାୟତା ଅଧିକ ପ୍ରଭାବଶାଳୀ ହୋଇପାରିବ ସେହି ସ୍ଥାନଗୁଡ଼ିକ ସମ୍ପର୍କରେ କହିଥିଲେ। ଉତ୍ତରପ୍ରଦେଶ ବର୍ତ୍ତମାନ ସୁଦ୍ଧା ପିଏମକେଭିୱାଇ ଅଧୀନରେ ୨୪.୭୩ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ତାଲିମ ଦେଇଛି। ସଦ୍ୟତମ ପିଏମକେଭିୱାଇ ୪.୦ ପଦକ୍ଷେପ ଅଧୀନରେ, ୯୩,୦୦୦ରୁ ଅଧିକ ବ୍ୟକ୍ତି ଆଗାମୀ ଭବିଷ୍ୟତ ଚାକିରି ପାଇଁ ଡ୍ରୋନ୍ ସେବା ଟେକ୍ନିସିଆନ୍, ଏଆଇ-ମେସିନ୍ ଲର୍ଣ୍ଣିଂ ଇଞ୍ଜିନିୟର, ଇଲେକ୍ଟ୍ରିକ ଯାନ ସେବା ଟେକ୍ନିସିଆନ, ଏବଂ ସୋଲାର ପିଭି ଇନଷ୍ଟଲର (ଇଲେକ୍ଟ୍ରିକାଲ) କ୍ଷେତ୍ରରେ ନାମ ପଞ୍ଜୀକରଣ କରିଛନ୍ତି।

ପାରମ୍ପରିକ କାରିଗରଙ୍କୁ ସଶକ୍ତ କରିବାକୁ ସରକାରଙ୍କର ପ୍ରତିବଦ୍ଧତାକୁ ଆଗକୁ ବଢାଇ, ପିଏମ୍‌ ବିଶ୍ୱକର୍ମା ଅଧୀନରେ ୪୦୫ ପ୍ରଶିକ୍ଷଣ କେନ୍ଦ୍ରରେ ପାଖାପାଖି ୧.୦୮ ଲକ୍ଷ କାରିଗରଙ୍କୁ ସଫଳତାର ସହ ପ୍ରଶିକ୍ଷଣ ଦିଆଯାଇଛି। ଉଦ୍ୟମିତା କ୍ଷେତ୍ରରେ ଅଗ୍ରଗତି ପାଇଁ ରାଜ୍ୟରେ ୪୫୦ ରୁ ଅଧିକ ଉଦ୍ୟମିତା ସଚେତନତା କାର୍ଯ୍ୟକ୍ରମ ଏବଂ ୧୪୫ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଏହି ଉଦ୍ୟୋଗୀଙ୍କୁ ଆବଶ୍ୟକ ଓ ନିଜ ସାମର୍ଥ୍ୟ ଅନୁସାରେ ବ୍ୟବସାୟିକ କୌଶଳ ଓ ଆର୍ଥିକ ସୂଚନା ପ୍ରଦାନ କରାଯାଇଛି।

ବୈଠକର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟ ଆଇଟିଆଇ ଉନ୍ନୟନ ଯୋଜନା ଉପରେ ଚର୍ଚ୍ଚା, ଯାହା ଏକ ପରିବର୍ତ୍ତନକାରୀ ପଦକ୍ଷେପ, ଯାହାର ଲକ୍ଷ୍ୟ ହେଉଛି- ହବ୍‌-ଏଣ୍ଡ-ସ୍ପୋକ୍‌ ମୋଡେଲ୍‌ ଅଧୀନରେ ସାରା ଭାରତରେ ୧,୦୦୦ ରୁ ଅଧିକ ଆଇଟିଆଇକୁ ଆଧୁନିକୀକରଣ କରିବା। ପାଞ୍ଚ ବର୍ଷରେ ୬୦,୦୦୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ଯୁକ୍ତ ଏହି ଯୋଜନାରେ କେନ୍ଦ୍ର ସରକାର ୩୦,୦୦୦ କୋଟି ଟଙ୍କା, ରାଜ୍ୟ ସରକାର ୨୦,୦୦୦ କୋଟି ଟଙ୍କା ଏବଂ ଶିଳ୍ପଭାଗୀଦାରୀ ୧୦,୦୦୦ କୋଟି ଟଙ୍କା ବିନିଯୋଗ କରିବେ। ଏହି ପଦକ୍ଷେପ ଆଇଟିଆଇକୁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ରରେ ପରିବର୍ତ୍ତିତ କରିବ, ଯାହା ଯୁବାମାନଙ୍କ ରୋଜଗାର ପାଇଁ କ୍ଷମତା ବୃଦ୍ଧି କରିବା ସହିତ ଉଦ୍ୟୋଗ ପାଇଁ ପ୍ରତିଭାର ଏକ ସ୍ଥିର ରାସ୍ତା ସୁନିଶ୍ଚିତ କରିବ। ୭୫ ଜିଲ୍ଲାରେ ବ୍ୟାପ୍ତ ୩,୨୫୮ ଆଇଟିଆଇ ସହିତ, ଉତ୍ତରପ୍ରଦେଶ ଏହି ମହତ୍ୱାକାଂକ୍ଷୀ ପରିବର୍ତ୍ତନରେ ଗୁରତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ଅଛି।

ଉଦ୍ୟୋଗ ସହଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ, ଶ୍ରୀ ଜୟନ୍ତ ଚୌଧୁରୀ ଉଦ୍ୟୋଗ-ସଂଚାଳିତ ପାଠ୍ୟକ୍ରମ ବିକାଶ, ବ୍ୟବହାରିକ ପ୍ରଶିକ୍ଷଣ ପଦ୍ଧତି ଏବଂ ବଜାର ଚାହିଦା ଅନୁସାରେ ବାସ୍ତବିକ ସମୟ ଦକ୍ଷତା ବିକାଶର ଆବଶ୍ୟକତା ଉପରେ ଯୋର୍‌ ଦେଇଛନ୍ତି। ସେ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ରେ ପରିକଳ୍ପିତ ମୁଖ୍ୟଧାରା ସହ ବ୍ୟବସାୟିକ ଶିକ୍ଷାର ଏକୀକରଣ ଉପରେ ଆଲୋକପାତ କରିଛନ୍ତି ଏବଂ ଯୁବକବର୍ଗଙ୍କୁ ବିକଶିତ ଡିଜିଟାଲ ଅର୍ଥବ୍ୟବସ୍ଥା ପାଇଁ ପ୍ରସ୍ତୁତ କରିବାକୁ ଅଧିକ ରୁ ଅଧିକ ଏଆଇ-ସଂଚାଳିତ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଛନ୍ତି।

ଦୁଇ ମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ତାଳମେଳକୁ ସୁଦୃଢ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଜାହିର କରିଛନ୍ତି। ଏଥିସହିତ ଉତ୍ତରପ୍ରଦେଶକୁ ଦକ୍ଷତା ବିକାଶ କାର୍ଯ୍ୟ ପାଇଁ ଏକ ଅଗ୍ରଣୀ କେନ୍ଦ୍ର ବନେଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଚର୍ଚ୍ଚା ସକାରାତ୍ମକ ଭାବେ ସମ୍ପନ୍ନ ହୋଇଛି, ଯାହା ଦେଶର ପ୍ରାଥମିକତା ଏବଂ ବୈଶ୍ୱିକ ବ୍ୟାପାରର ଚାହିଦା ଅନୁଯାୟୀ ଭାରତର ଦକ୍ଷତା ଏଜେଣ୍ଡାକୁ ଆଗକୁ ବଢଇବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ନିମନ୍ତେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି।

ଉତ୍ତରପ୍ରଦେଶ କୌଶଳ ବିକାଶ ଦକ୍ଷତା ବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.