Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗାମୀ ପିଢ଼ିକୁ ସ୍ୱଚ୍ଛ ପରିବେଶର ପରମ୍ପରା ପ୍ରଦାନ କରିବା ଆମର ନୈତିକ ଦାୟିତ୍ୱ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିର ଖବର

ଆଗାମୀ ପିଢ଼ିକୁ ସ୍ୱଚ୍ଛ ପରିବେଶର ପରମ୍ପରା ପ୍ରଦାନ କରିବା ଆମର ନୈତିକ ଦାୟିତ୍ୱ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

March 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମାର୍ଚ୍ଚ ୨୯, ୨୦୨୫) ନୂଆଦିଲ୍ଲୀ ଠାରେ ‘ପରିବେଶ – ୨୦୨୫’ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ପରିବେଶ ସହ ଜଡିତ ସମସ୍ତ ଦିବସ ଏହି ବାର୍ତ୍ତା ଦେଇଥାଏ ଯେ ଆମେ ପ୍ରତିଦିନ ସେଗୁଡିକର ଲକ୍ଷ୍ୟ ଏବଂ କାର୍ଯ୍ୟକ୍ରମକୁ ଧ୍ୟାନରେ ରଖିବା ଉଚିତ ଏବଂ ସେସବୁକୁ ଯଥାସମ୍ଭବ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଉଚିତ୍ ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଥିଲେ। ସଚେତନତା ଏବଂ ସମସ୍ତଙ୍କ ଅଂଶଗ୍ରହଣ ଉପରେ ଆଧାରିତ ନିରନ୍ତର ସକ୍ରିୟତା ଦ୍ୱାରା ହିଁ ପରିବେଶ ସୁରକ୍ଷା ଏବଂ ପ୍ରୋତ୍ସାହନ ସମ୍ଭବ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଆମ ପିଲାମାନେ ଏବଂ ଯୁବପିଢ଼ି ବହୁତ ବ୍ୟାପକ ସ୍ତରରେ ପରିବେଶ ପରିବର୍ତ୍ତନର ସମ୍ମୁଖୀନ ହେବା ସହ ଏହି କ୍ଷେତ୍ରରେ ସେମାନଙ୍କୁ ଯୋଗଦାନ କରିବାକୁ ପଡ଼ିବ। ପ୍ରତ୍ୟେକ ପରିବାରର ବୟସ୍କ ମାନେ ଚିନ୍ତା କରନ୍ତି ଯେ ସେମାନଙ୍କ ପିଲାମାନେ କେଉଁ ସ୍କୁଲ କିମ୍ବା କଲେଜରେ ପାଠ ପଢିବେ ଏବଂ ସେମାନେ କେଉଁ କ୍ୟାରିୟର ବାଛିବେ । ଏଭଳି ଚିନ୍ତା କରିବା ଯଥାର୍ଥ। କିନ୍ତୁ ଆମ ପିଲାମାନେ କେଉଁ ପ୍ରକାର ବାୟୁକୁ ପ୍ରଶ୍ଵାସରେ ଗ୍ରହଣ କରିବେ, କେଉଁ ପ୍ରକାର ପାଣି ପିଇବେ, ପକ୍ଷୀଙ୍କ ମଧୁର ଧ୍ଵନି ଶୁଣିବାକୁ ସକ୍ଷମ ହୋଇପାରିବେ କି ନାହିଁ, ସବୁଜ ଜଙ୍ଗଲର ସୌନ୍ଦର୍ଯ୍ୟ ଅନୁଭବ କରିପାରିବେ କି ନାହିଁ , ସେ ବିଷୟରେ ମଧ୍ୟ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ସେ ଏହା ମଧ୍ୟ କହିଥିଲେ ଯେ ଏହି ବିଷୟ ଗୁଡ଼ିକର ଅର୍ଥନୈତିକ, ସାମାଜିକ ଏବଂ ବିଜ୍ଞାନସମ୍ମତ  ଦିଗ ରହିଛି, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସବୁ ବିଷୟ ସହିତ ଜଡିତ ଆହ୍ୱାନର ଏକ ନୈତିକ ଦିଗ ମଧ୍ୟ ରହିଛି । ଆଗାମୀ ପିଢ଼ିକୁ ସ୍ୱଚ୍ଛ ପରିବେଶର ପରମ୍ପରା ପ୍ରଦାନ କରିବା ଆମର ନୈତିକ ଦାୟିତ୍ୱ । ଏଥିପାଇଁ ଆମକୁ ପରିବେଶ ପ୍ରତି ସଚେତନ ଓ ସମ୍ବେଦନଶୀଳ ଜୀବନଶୈଳୀ ଆପଣାଇବାକୁ ପଡ଼ିବ, ଯାହା ଦ୍ୱାରା ପରିବେଶ କେବଳ ସୁରକ୍ଷିତ ନୁହେଁ , ବରଂ ଉନ୍ନତ ହେବା ସହ ଅଧିକ ଚଳଚଂଚଳ ହୋଇପାରିବ। ସ୍ୱଚ୍ଛ ପରିବେଶ ଏବଂ ଆଧୁନିକ ବିକାଶ ମଧ୍ୟରେ ସନ୍ତୁଳନ ରହିବା ଉଭୟ ସୁଯୋଗ ଏବଂ ଆହ୍ଵାନ ମଧ୍ୟ।

ମା’ ପରି ପ୍ରକୃତି ଆମକୁ ପରିପୁଷ୍ଟ କରେ ବୋଲି ଆମେ ବିଶ୍ୱାସ କରିଥାଉ ଏବଂ ଆମେ ପ୍ରକୃତିକୁ ସମ୍ମାନ ଏବଂ ସୁରକ୍ଷା ଦେବା ଉଚିତ୍ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ବିକାଶର ଭାରତୀୟ ଐତିହ୍ୟର ଆଧାର ହେଉଛି ଶୋଷଣ ନୁହେଁ; ପୋଷଣ, ଉଚ୍ଛେଦ ନୁହେଁ, ସୁରକ୍ଷା। ଏହି ପରମ୍ପରାକୁ ଅନୁସରଣ କରି ଆମେ ଏକ ବିକଶିତ ଭାରତ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛୁ। ଗତ ଏକ ଦଶନ୍ଧି ମଧ୍ୟରେ, ଭାରତ ଅନ୍ତର୍ଜାତୀୟ ଚୁକ୍ତି ଅନୁଯାୟୀ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନକୁ ଶୀଘ୍ର ଶେଷ କରିବାର ଅନେକ ଉଦାହରଣ ହାସଲ କରିଛି ବୋଲି ସେ ଉଲ୍ଲେଖ କରିବା ସହିତ ଆନନ୍ଦ ପ୍ରକାଶ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଆମ ଦେଶର ପର୍ଯ୍ୟାବରଣ ପ୍ରଶାସନରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପରିବେଶ ନ୍ୟାୟ ବା ଜଳବାୟୁ ନ୍ୟାୟ କ୍ଷେତ୍ରରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ଏନଜିଟି ଦେଇଥିବା ଐତିହାସିକ ନିଷ୍ପତ୍ତି ଆମ ଜୀବନ, ଆମ ସ୍ୱାସ୍ଥ୍ୟ ଏବଂ ଆମ ପୃଥିବୀର ଭବିଷ୍ୟତ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ । ପରିବେଶ ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ପରିବେଶ ପରିଚାଳନା ସହ ଜଡ଼ିତ ଅନୁଷ୍ଠାନ ଓ ନାଗରିକମାନଙ୍କୁ ନିରନ୍ତର ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଆମ ଦେଶ ଏବଂ ସମଗ୍ର ବିଶ୍ୱ ସମୁଦାୟକୁ ଏକ ପରିବେଶ ଅନୁକୂଳ ମାର୍ଗ ଅନୁସରଣ କରିବାକୁ ପଡିବ। ତା’ହେଲେ ମାନବିକତାର ପ୍ରକୃତ ଉନ୍ନତି ହୋଇପାରିବ। ସେ କହିଥିଲେ ଯେ ଭାରତ ଏହାର ସବୁଜ ପଦକ୍ଷେପ ମାଧ୍ୟମରେ ବିଶ୍ୱ ସମୁଦାୟ ଆଗରେ ଅନେକ ଉଦାହରଣ ଉପସ୍ଥାପନ କରିଛି। ସମସ୍ତ ଅଂଶୀଦାରଙ୍କ ଅଂଶଗ୍ରହଣରେ ଭାରତ ବିଶ୍ୱସ୍ତରରେ ସବୁଜ ନେତୃତ୍ୱ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ୨୦୪୭ ସୁଦ୍ଧା ଆମ ସମସ୍ତଙ୍କୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ ଯେଉଁଠାରେ ବାୟୁ, ଜଳ, ସବୁଜିମା ଏବଂ ସମୃଦ୍ଧି ସମଗ୍ର ବିଶ୍ୱ ସମୁଦାୟକୁ ଆକର୍ଷିତ କରିବ।

ଏନଜିଟି ଦ୍ୱାରା ଆୟୋଜିତ ‘ପରିବେଶ – ୨୦୨୫’ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ହିତଧାରକମାନଙ୍କୁ ଏକାଠି କରି ଗୁରୁତ୍ୱପୂର୍ଣ୍ଣ ପରିବେଶ ଆହ୍ୱାନ ଉପରେ ଆଲୋଚନା କରିବା, ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଆଲୋଚନା କରିବା ଏବଂ ସ୍ଥାୟୀ ପରିବେଶ ପରିଚାଳନା ପାଇଁ ଭବିଷ୍ୟତ କାର୍ଯ୍ୟ ଯୋଜନାରେ ସହଯୋଗ କରିବା।

ଜାତୀୟ ସମ୍ମିଳନୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ସଚିବାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026
Latest News

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.