Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

March 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’
୫ଟି ବିମାନବନ୍ଦରରେ ‘ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍–ଟ୍ରଷ୍ଟେଡ୍ ଟ୍ରାଭେଲର୍ ପ୍ରୋଗ୍ରାମ୍’ ଉଦଘାତିତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ବିଜାପୁରରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କରିଛନ୍ତି। ଯେଉଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଛନ୍ତି, ସେମାନଙ୍କ ଥଇଥାନ ଏବଂ ବିକାଶ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଗୁରୁତ୍ୱାରୋପ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ଅନ୍ୟ ନକ୍ସଲମାନଙ୍କୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ। ଶ୍ରୀ ଶାହ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ ଏହା ଦେଶରେ ଇତିହାସ ପାଲଟିବ।

ଗୋଟିଏ ଏକ୍ସ ପୋଷ୍ଟରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ‘‘ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ବିଜାପୁର (ଛତିଶଗଡ଼) ରେ ୫୦ ଜଣ ନକ୍ସଲ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ହିଂସା ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ବିକାଶର ମୁଖ୍ୟଧାରାରେ ଯୋଗ ଦେଉଛନ୍ତି, ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ଯେଉଁ ନକ୍ସଲ ଅସ୍ତ୍ରଶସ୍ତ୍ର ଛାଡି ବିକାଶର ପଥ ଗ୍ରହଣ କରିବେ, ସେମାନଙ୍କର ଥଇଥାନ କରିବା ଏବଂ ମୁଖ୍ୟସ୍ରୋତ ସହିତ ଯୋଡ଼ିବାକୁ ମୋଦୀଜୀଙ୍କର ସ୍ପଷ୍ଟ ନୀତି ରହିଛି। ମୁଁ ପୁଣି ଥରେ ଅନ୍ୟ ନକ୍ସଲମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟଧାରାରେ ଯୋଗଦେବାକୁ ନିବେଦନ କରୁଛି। ୩୧ ମାର୍ଚ୍ଚ ୨୦୨୬ ପରେ ଦେଶରେ ନକ୍ସଲବାଦ ଇତିହାସ ପାଲଟିବ, ଏହା ଆମର ସଂକଳ୍ପ।’’

ଅମିତ ଶାହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଛତିଶଗଡ ବିଜାପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025
Latest News

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ ୨୦୨୫’ ଉଦଯାପିତ

November 17, 2025

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.