Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ବିଜାପୁରରେ ୫୦ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

March 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୃହମନ୍ତ୍ରୀ
ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ବିଜାପୁରରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କରିଛନ୍ତି। ଯେଉଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଛନ୍ତି, ସେମାନଙ୍କ ଥଇଥାନ ଏବଂ ବିକାଶ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଗୁରୁତ୍ୱାରୋପ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ଅନ୍ୟ ନକ୍ସଲମାନଙ୍କୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ। ଶ୍ରୀ ଶାହ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ ଏହା ଦେଶରେ ଇତିହାସ ପାଲଟିବ।

ଗୋଟିଏ ଏକ୍ସ ପୋଷ୍ଟରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ‘‘ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ବିଜାପୁର (ଛତିଶଗଡ଼) ରେ ୫୦ ଜଣ ନକ୍ସଲ ହିଂସାର ପଥ ପରିତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ହିଂସା ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ବିକାଶର ମୁଖ୍ୟଧାରାରେ ଯୋଗ ଦେଉଛନ୍ତି, ମୁଁ ସେମାନଙ୍କୁ ସ୍ୱାଗତ କରୁଛି। ଯେଉଁ ନକ୍ସଲ ଅସ୍ତ୍ରଶସ୍ତ୍ର ଛାଡି ବିକାଶର ପଥ ଗ୍ରହଣ କରିବେ, ସେମାନଙ୍କର ଥଇଥାନ କରିବା ଏବଂ ମୁଖ୍ୟସ୍ରୋତ ସହିତ ଯୋଡ଼ିବାକୁ ମୋଦୀଜୀଙ୍କର ସ୍ପଷ୍ଟ ନୀତି ରହିଛି। ମୁଁ ପୁଣି ଥରେ ଅନ୍ୟ ନକ୍ସଲମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟଧାରାରେ ଯୋଗଦେବାକୁ ନିବେଦନ କରୁଛି। ୩୧ ମାର୍ଚ୍ଚ ୨୦୨୬ ପରେ ଦେଶରେ ନକ୍ସଲବାଦ ଇତିହାସ ପାଲଟିବ, ଏହା ଆମର ସଂକଳ୍ପ।’’

ଅମିତ ଶାହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଛତିଶଗଡ ବିଜାପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026
Latest News

ସାକ୍ଷୀଙ୍କୁ ଧମକ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ରୁଜୁ

September 16, 2026

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.