Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛତିଶଗଡର ବିଜାପୁରରେ ୪ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବିଜାପୁର: ବସ୍ତର ଡିଭିଜନର ଏକ ଭାରୀ ନକ୍ସଲ ଅଞ୍ଚଳ ବିଜାପୁରରେ ଶନିବାର ଦିନ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେଥିରେ ଦୁଇଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପୋଲିସ ଏହି ଚାରିଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି। ସୁରକ୍ଷା ଦଳ ମଧ୍ୟ ନକ୍ସଲମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ମିରତୁର ପୋଲିସ ଷ୍ଟେସନ ପରିସରର ପୋମରା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀମାନେ PLGA ସପ୍ତାହ ପାଳନ କରିବାକୁ ଏକତ୍ରିତ ହେବାର ସୂଚନା ପାଇ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୪ ସୁରକ୍ଷା କର୍ମୀ ଆହତ

ରାୟପୁର: ଛତିଶଗଡର ବିଜାପୁରରେ ମାଓବାଦୀଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି। ସମସ୍ତ ଆହତ ଯବାନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ୧୫୩ ତମ ବାଟାଲିୟନର ଅଟନ୍ତି। ଟି-ପଏଣ୍ଟରୁ ୧୦୦ ମିଟର ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି।

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ବିଜେପୁର ଜିଲ୍ଲାର ମୋଦକପାଲ ପୋଲିସ ଷ୍ଟେସନ ଅଧୀନରେ ଆଇଇଡି ବିସ୍ଫୋରଣରେ ଚାରିଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୋଦକପାଲ ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ମୁର୍କିନାର ରୋଡରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଘଟଣା ଘଟିଛି।