Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ
ଆଜିର ଖବର

ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ

March 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ବଡ ପ୍ରୟାସ। ଭକ୍ତଙ୍କୁ ଉତ୍ତମ ଆଚାର ବ୍ୟବହାର ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଆଗାମୀ ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତ ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଅଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରିବେ, ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ, ସବୁର ଟିଖିନିଖି ପ୍ରଶିକ୍ଷଣ ଦିଆଯିବ।

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତମାନେ ଏହି ପ୍ରଶିକ୍ଷଣ ନେବେ। ଏଣୁ ସମସ୍ତ ନିଯୋଗକୁ ଆଗାମୀ ଏପ୍ରିଲ ୨ ତାରିଖ ସୁଦ୍ଧା ପ୍ରଶିକ୍ଷଣରେ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ଚିଠି ମାଧ୍ୟମରେ ଅବଗତ କରାଯାଇଅଛି।

ପୁରୀ ରଥଯାତ୍ରା ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026
Latest News

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.