Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଆଇର ୬୨ତମ ପ୍ରତିଷ୍ଠା ଦିବସରେ ୨୧ତମ ଡି.ପି. କୋହଲି ସ୍ମାରକୀ ବକ୍ତୃତା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସିବିଆଇର ୬୨ତମ ପ୍ରତିଷ୍ଠା ଦିବସରେ ୨୧ତମ ଡି.ପି. କୋହଲି ସ୍ମାରକୀ ବକ୍ତୃତା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୨୧ତମ ଡିପି କୋହଲି ସ୍ମାରକୀ ବକ୍ତୃତାକୁ ସମ୍ବୋଧିତ କରିଥିଲେ। ‘ବିକଶିତ ଭାରତ @ ୨୦୪୭ – ସିବିଆଇ ପାଇଁ ଏକ ରୋଡମ୍ୟାପ୍’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଭାରତର ପ୍ରଗତିରେ ଏଜେନ୍ସିର ଭୂମିକା ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ପୋଲିସ ପଦକ (ପିପିଏମ୍) ଏବଂ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ (ପିଏମ) ପ୍ରଦାନ କରାଯାଇଥିଲା।

ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ ଗଭୀର ଏବଂ ପେସାଦାର ତଦନ୍ତ ମାଧ୍ୟମରେ ସତ୍ୟକୁ ସାମ୍ନାକୁ ଆଣିବା ଏବଂ ପ୍ରଭାବଶାଳୀ ଅଭିଯାନ ମାଧ୍ୟମରେ ଅପରାଧୀମାନଙ୍କୁ ନ୍ୟାୟ ଦେବାରେ ସିବିଆଇର ବର୍ଷ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ଶିକ୍ଷାବିତ୍, ଆମର ବୈଜ୍ଞାନିକ, ଆମର ଗବେଷକମାନଙ୍କ ପାଖରେ ଆଜି ଉଲ୍ଲେଖନୀୟ କ୍ଷମତା ରହିଛି। ତଦନ୍ତକାରୀ ଏଜେନ୍ସି,, ଆଇନ ଅଧିକାରୀ ଏବଂ ସରକାରୀ ବିଭାଗ ଦ୍ୱାରା ଏହି କ୍ଷମତାର ଉପଯୋଗ କରି ବିଭିନ୍ନ ସମସ୍ୟାର ପ୍ରଯୁକ୍ତିଗତ ସମାଧାନ ବାହାର କରାଯିବା ଆବଶ୍ୟକ। କେବଳ ଆଇନ ଯଥେଷ୍ଟ ହେବ ନାହିଁ, ନୂତନ ଯୁଗର ଅପରାଧ ଏବଂ ତଦନ୍ତ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ପାଇଁ ଆମକୁ ଟେକ୍ନୋ-ଲିଗାଲ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଶିକ୍ଷାନୁଷ୍ଠାନ ଓ ଗବେଷଣା ଅନୁଷ୍ଠାନ ସହ ସକ୍ରିୟ ଭାବେ ଭାଗିଦାରୀ କରି ଅତ୍ୟାଧୁନିକ ସାଇବର ଫରେନସିକ୍ ପରୀକ୍ଷାଗାର ନିର୍ମାଣ ଦିଗରେ ନେତୃତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସିବିଆଇକୁ ଅନୁରୋଧ କରିଛନ୍ତି। ସେ ଏପରି ସହଯୋଗକୁ ସୁଗମ କରୁଥିବା ସଂସ୍ଥାଗତ ଢାଞ୍ଚାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଧୁନିକ ଆଇନ ପ୍ରବର୍ତ୍ତନ ପାଇଁ ଆବଶ୍ୟକ ଜ୍ଞାନକୌଶଳ ସୃଷ୍ଟି କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ (ଡିଓଟି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି) ପରି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ଅନୁସନ୍ଧାନକାରୀ ଏଜେନ୍ସିମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଆଜିକାଲି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଡିପ୍ ଫେକ୍ ଏବଂ ସାଇବର ଅପରାଧ ବଡ଼ ଆହ୍ବାନ ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ଆସିଛି । ବୈଷୟିକ ସାମର୍ଥ୍ୟ ଏବଂ ସଂସ୍ଥାଗତ ଉଦ୍ଭାବନ ସହିତ ଆଇନଗତ ଢାଞ୍ଚାକୁ ମିଶ୍ରଣ କରିବାରେ ପ୍ରଭାବଶାଳୀ ଅପରାଧିକ ନ୍ୟାୟର ଭବିଷ୍ୟତ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବିଗତ ଏକ ଦଶନ୍ଧିରେ ଭାରତର ପରିବର୍ତ୍ତନଶୀଳ ଯାତ୍ରା ବିଷୟରେ ସୂଚନା ଦେଇ ମନ୍ତ୍ରୀ ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଦୃଢ଼ ଶାସନ ଏବଂ ବୈଷୟିକ ନେତୃତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଗତ ଦଶନ୍ଧିରେ ଅଭିବୃଦ୍ଧି ରଣନୀତିର ଚାରିଟି ସ୍ତମ୍ଭ ଉପରେ ଆଲୋକପାତ କରିଥିଲେ, ପ୍ରଥମଟି ହେଉଛି ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ସର୍ବସାଧାରଣ ନିବେଶ, ଦ୍ୱିତୀୟଟି ହେଉଛି ସମାବେଶୀ ଅଭିବୃଦ୍ଧି, ତୃତୀୟଟି ଉତ୍ପାଦନ ଏବଂ ଉଦ୍ଭାବନ ଉପରେ ଗୁରୁତ୍ବ ଏବଂ ଚତୁର୍ଥଟି ହେଉଛି ଆଇନଗତ ଏବଂ ଅନୁପାଳନ ଢାଞ୍ଚାର ସରଳୀକରଣ।

ଏହି ଅବସରରେ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ସମାରୋହରେ ଭାରତର ଆଟର୍ଣ୍ଣି ଜେନେରାଲ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନର, ଆଇବି ନିର୍ଦ୍ଦେଶକ, ଇଡି ନିର୍ଦ୍ଦେଶକ, ଏନଆଇଏ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ କେତେକ ଦେଶର ପୁଲିସ ଲିଆଜନ ଅଫିସର (ପିଏଲଓ) ମଧ୍ୟ ଯୋଗ ଦେଇଥିଲେ। ଏହାପରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା।

ଅଶ୍ବିନୀ ବୈଷ୍ଣବ ଅଶ୍ୱିନୀ ବୈଷ୍ଣବ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଡି.ପି. କୋହଲି ପ୍ରତିଷ୍ଠା ଦିବସ ଭାରତ ମଣ୍ଡପମ ସିବିଆଇ ସ୍ମାରକୀ ବକ୍ତୃତା
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Latest News

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.