Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଚ଼ିତ୍ରମୟୀ ମା’ଭଗବତୀ, ବିଚ଼ିତ୍ର ତାଙ୍କରି ପରମ୍ପରା
ଆଜିର ଖବର

ବିଚ଼ିତ୍ରମୟୀ ମା’ଭଗବତୀ, ବିଚ଼ିତ୍ର ତାଙ୍କରି ପରମ୍ପରା

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା' କାଠି ଠାକୁରାଣୀ

ଭୁବନେଶ୍ଵର: ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଯେପରି ଭିନ୍ନ ଭିନ୍ନ, ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା, ନୀତିକାନ୍ତି ,ପର୍ବପର୍ବାଣୀ,ଜାନିଯାତ୍ରା ସେପରି ବିଚ଼ିତ୍ରମୟ। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ଭଗବତୀ। କାହିଁ କେଉଁ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ମା’ଙ୍କ ପୀଠର ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ, ନୀତିକାନ୍ତି ଅତି ବିଚ଼ିତ୍ରମୟ।  କେତେବେଳେ ସେ ପରିଚ୍ଛା ପରିବାରର ଝିଅ ହୋଇ କାଚ଼ରା ଠାରୁ କାଚ଼ପିନ୍ଧି ବାପାଙ୍କ ଘରେ ତୋରାଣି ପିଇ ମନ୍ଦିରକୁ ଫେରିଲେଣି ତ କେତେବେଳେ ଭଉଣୀ ଶିଦ୍ଧେଶ୍ଵରୀଙ୍କ ଘରେ ଚ଼ୁଡ଼ା ଗୁଡ଼ ଦହି ଖାଇ ଭଉଣୀଙ୍କୁ ବର୍ଷ ଆରମ୍ଭରୁ ଶାରଦୀୟ ପୂଜାକୁ ନିମନ୍ତ୍ରଣ କଲେଣି।

ଅଶୋକାଷ୍ଟମୀରେ ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ବାଟରେ ଗତୀଶ୍ଵର ଦେବଙ୍କ ପୀଠରେ ଅଶୋକ ଫୁଲ ଓ ପଇଡ ପାଣି ପିଇ ବୈଶାଖର ଶୋଷ ମେଣ୍ଟାଇଲେଣିତ, ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ସାରିଭଉଣୀ କାଳିଜାଇଙ୍କ ଆଜ୍ଞାମାଳ ଧରି ସାଆନ୍ତରାଙ୍କ ଦୁଆରେ ମଣ୍ଡାକାକରା ସାଙ୍ଗକୁ ମାଛ ପୋଡ଼ା ଖାଇ ଶୟନ କଲେଣି। ଏହି ବିଚ଼ିତ୍ରମୟ ପରମ୍ପରା ମା’ଙ୍କର ମାନବୀୟ ଲୀଳାର ପରିପ୍ରକାଶକୁ ଦେଖିଲେ ମନେହୁଏ କିଏ ସେ ଏପରି ରୀତିନୀତି ଖଞ୍ଜି ଦେଇଛି ଯେ ପ୍ରତ୍ୟେକଟି ରେ ସାମାଜିକ ମୂଲ୍ୟବୋଧ କିଛିନା କିଛି ରହିଛି। ଅଶୋକାଷ୍ଟମୀ ମା’ଙ୍କ ପୀଠର ଯାତ୍ରାମାନଙ୍କ ଭିତରୁ ଏକ ପ୍ରମୁଖଯାତ୍ରା।

ଅତୀତରେ ଆଜିର ଦିବସରେ ମା’ଭଗବତୀ ଦକ୍ଷିଣ ଦିଗରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା,ଖଲି କୋଟଗଡ଼ ରାଜାଙ୍କ ଇଷ୍ଟଦେବୀ ଭଉଣୀ ନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରେ ପଣସପତ୍ର ଠୋଲାରେ ଅଶୋକଫୁଲ ଓ ପଇଡ଼ ପାଣିରେ ଲାଗି ହୋଇ ପୂଜା ପାଉଥିଲେ। ରାତ୍ର ପହରରେ ଦୁଇ ମା’ଙ୍କ ପାଖରେ କାକାରା ଧିପହୋଇପାହାନ୍ତା ପହରରେ ମା’ଙ୍କ ଆଜ୍ଞାମାଳ ନେଇ ଫେରୁଥିବାର ସ୍ମୃତି ଏପର୍ଯ୍ୟନ୍ତ ରହିଛି। ଲୋକକଥା ଅନୁସାରେ ଏକଦା ଖଲ୍ଲିକୋଟ ରାଜା ମା’ଭଗବତୀ କାଠିଠାକୁରାଣୀଙ୍କ ମହିମାରେ ବିଶ୍ୱାସ କରି ବଳ ପ୍ରୟୋଗ ପୂର୍ବକ ମା’ଙ୍କୁ ସେଠାରେ ସବୁଦିନ ପାଇଁ ରଖିଦେବାକୁ ଗୁପ୍ତରେ ଯୋଜନା କରୁଥିବା କଥା ଜଣା ପଡ଼ିଯିବାପରେ ବାଣପୁର ଗଡ଼ର ତଦନାନ୍ତିନ ରାଜା ପରବର୍ତ୍ତୀକାଳରେ ମା’ଙ୍କୁ ନାରାୟଣୀ ପୀଠକୁ ନ ଛାଡ଼ି ପରମ୍ପରା ରକ୍ଷା ନିମନ୍ତେ ଭାଲେରୀ ପାହାଡ଼ର ପାଦଦେଶରେ ଦକ୍ଷିଣଦିଗ ରମାଳିଗୋବିନ୍ଦପୁର ଗ୍ରାମ ନିକଟସ୍ଥ ଶାଳିଆକୂଳରେ ପୂଜିତ ଦେବଦେବ ଗତିଶ୍ଵର ଦେବଙ୍କ ପୀଠ ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ଥ ପ୍ରକାର ସମାନ ନୀତିକାନ୍ତି ବିଧିବିଧାନ ଶେଷ କରି ମନ୍ଦିରକୁ ବାହୁଡ଼ିବାର ପରମ୍ପରା ଏଯାବତ୍ ଚଳି ଆସିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଠାରୁ ପ୍ରକାଶ।

ଆଜି ପ୍ରତ୍ୟୁଷରୁ ବାବା ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ସକାଳର ସମସ୍ତ ନୀତିକାନ୍ତି ଶେଷରେ ମା’ ଭଗବତୀ କାଠିଠାକୁରାଣି, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀଗୋପୀନାଥ ଦେବ ଏବଂ ଶ୍ରୀରଙ୍କ ନାଥଦେବ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆରରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟକାହାଳୀ ଢ଼ୋଲବାଦ୍ୟ, ଆଲଟଚ଼ାମର ଚତ୍ରତରାସ ସହିତ ମାଳି ଗୋବିନ୍ଦପୁର ଗ୍ରାମ ପରିକ୍ରମା କରି ଗତିଶ୍ଵର ଦେବଙ୍କ ପୀଠରେ ପହଞ୍ଚିବାପରେ ସେବାୟତଙ୍କ ତରଫରୁ ସେଠାରେ ଦେବା ଦେବୀଙ୍କୁ ପୁଷ୍ପଚନ୍ଦନ, ଆଲଟଚାମରରେ ସ୍ବାଗତ କରାଯାଇଥିଲା। ପରେ ସମସ୍ତ ଦେବାଦେବୀଙ୍କୁ ପଣସ ପତ୍ରଠୋଲାରେ ଅଶୋକ ଫୁଲ ଓ ପଇଡ଼ଦ୍ୱାରା ଆପ୍ୟାୟିତ କରାଯାଇଆଳତି ବଢ଼ିଥିଲା। ପବିତ୍ର ଅଶୋକାଷ୍ଟମୀରେ ମା’ଙ୍କୁ ଦର୍ଶନକରି ଅଶୋକ ଫୁଲପ୍ରସାଦସହିତ ଆଶୀର୍ବାଦ ଲାଭ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ପୋଲିସ୍, ମନ୍ଦିର ପ୍ରଶାସନ ଓ ମାଳିଗୋବିନ୍ଦପୁର ଗ୍ରାମବାସୀଙ୍କ ତରଫରୁ ସମସ୍ଥ ପ୍ରକାର ସହଯୋଗ ଯୋଗାଇଦିଆଯାଇଥିଲା

banpur Maa Bhagawati
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.