Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ରଣପୁର, ଝଲସୁଛି ବଡ଼ ଦାଣ୍ଡ
ଆଜିର ଖବର

ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ରଣପୁର, ଝଲସୁଛି ବଡ଼ ଦାଣ୍ଡ

April 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଅଯୋଧ୍ୟା ଯାହାଙ୍କ ଘର, ମର୍ଯ୍ୟାଦା ପୁରଷୋତ୍ତମ ସେ ରାମ। ଆଜି ପବିତ୍ର ଶ୍ରୀରାମ ନବମୀ। ସବୁଠି ଉତ୍ସାହ ଆନନ୍ଦ। ରାମଭକ୍ତିରେ ଭିଜିଛନ୍ତି ଶ୍ରଦ୍ଧାଳୁ। ଭବ୍ୟ ଦିବ୍ୟ ରାମନବମୀ ପାଇଁ ଉତ୍ସବ ମୁଖର ହୋଇଛି ଗାଁ ଠାରୁ ସହର। ରାମଧ୍ୱନୀରେ କମ୍ପୁଛି ଗଗନ ପବନ। ଝଲସୁଛି ରାମ ମନ୍ଦିର, ମଠ।

ନୟାଗଡ ଜିଲ୍ଲା ରଣପୁରରେ ବଜରଙ୍ଗୀ ଦଳ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଧୁମଧାମ୍‌ରେ ପାଳନ ହେଉଛି ଦିବ୍ୟ ଉତ୍ସବ। ରଣପୁରରେ ପ୍ରାୟ ୩୦ ପ୍ରକାର ମେଢ଼ ଦ୍ୱାରା ଶୋଭାଯାତ୍ରା କରିଯିବ ବୋଲି ବଜରଙ୍ଗୀ ଦଳର ସଦସ୍ୟ ଅଶୋକ ତୋଟାଳ କହିଛନ୍ତି। ଏହି ଶୋଭାଯାତ୍ରା ଆଜି ଦିନ ୩ ଟାରେ ଆରମ୍ଭ ହେବ।

ତୋରଣ ଓ ପତାକାରେ ଝଲସୁଛି ରଣପୁର ବଡ଼ ଦାଣ୍ଡ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ହୋଇ ଉଠିଛି ବିଭିନ୍ନ ମନ୍ଦିର ସମତେ ରଣପୁର ଅଞ୍ଚଳ। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି ବୋଲି ବଜରଙ୍ଗୀ ଦଳ ସୂଚନା ଦେଇଛି।

ଅଲୌକିକ ଚରିତ୍ର ପ୍ରଭୁ ଶ୍ରୀରାମ- ଭାରତୀୟ ଧର୍ମ ଓ ସଂସ୍କୃତିରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏକ ଅନନ୍ୟ ଚରିତ୍ର। ପୁରାଣରେ ବର୍ଣ୍ଣିତ ହୋଇଛି ଜଳନ୍ଧର ଦୈତ୍ୟ ପାଇଁ ହିଁ ପ୍ରଭୁ ଶ୍ରୀରାମ ଅବତାର ନେଇ ଧରାବତରଣ କରିଥିଲେ। ପ୍ରବଳପ୍ରତାପୀ ଅସୁରଶ୍ରେଷ୍ଠ ଜଳନ୍ଧର ଧରାକୁ ସରା ମଣୁଥିଲା ଓ ତାର ପତ୍ନୀ ବୃନ୍ଦାବତୀ ଖୁବ୍‌ ସୁନ୍ଦରୀ, ସତୀ ଓ ଗୁଣବତୀ ଥିଲା। ସେଇ ଗର୍ବରେ ଜଳନ୍ଧର ଉନ୍ମତ୍ତ ହୋଇ ଦେବକୂଳକୁ ଭୟଭୀତ କରାଇଥିଲେ। ସମସ୍ତେ ତ୍ରାହି ତ୍ରାହି ଡାକ ଦେଲେ। ତ୍ରେତୟା ଯୁଗରେ ନୟନାଭିରାମ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜା ଦଶରଥଙ୍କ ପୁତ୍ର ଭାବରେ ଅଯୋଧ୍ୟାରେ ଜନ୍ମ ନେଲେ। ଅନନ୍ତ ଗୁଣର ଅଧିକାରୀ ଥିଲେ ସେ ପୁରୁଷୋତ୍ତମ। ସତ୍ୟ, ଧର୍ମ, ଦୟା, କ୍ଷମା, ଶାନ୍ତି, ତେଜ, ପ୍ରେମର ଏକ ମୂର୍ତ୍ତିମନ୍ତ ଅବତାର ସେ।

ଅଯୋଧ୍ୟା ରଣପୁର ରାମନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.