Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ମଝିରେ ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ତାଲିକା
ଆଜିର ଖବର

ଆଇପିଏଲ୍ ମଝିରେ ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ତାଲିକା

April 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
BCCI
ବିସିସିଆଇ ସଭାପତି ପଦ ପାଇଁ ସବୁଠୁ ଆଗରେ ଏହି ୩ ନାମ, କିଏ ନେବେ ରୋଜର ବିନ୍ନିଙ୍କ ସ୍ଥାନ?

ନୂଆଦିଲ୍ଲୀ: ଭାରତରେ ଆଇପିଏଲ୍ ର ଜ୍ୱର ଜାରି ରହିଛି। ଏହି ସମୟରେ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ସହିତ ତ୍ରିରାଷ୍ଟ୍ରୀୟ ODI ସିରିଜ୍ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା କରିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ 15 ଖେଳାଳିଙ୍କୁ ମନୋନୀତ କରାଯାଇଛି। ସ୍ମୃତି ମନ୍ଧନାଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ଵ ମିଳିଛି। ଦଳ ଘୋଷଣା କରିବାବେଳେ ବିସିସିଆଇ କହିଛି ଯେ, ରେଣୁକା ସିଂ ଏବଂ ତିତାସ ସାଧୁ ଆହତ ହୋଇଛନ୍ତି। ଉଭୟ ଖେଳାଳି ସେଥିପାଇଁ ମନୋନୀତ ହୋଇନାହାନ୍ତି।

ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ତ୍ରିକୋଣୀୟ ODI ସିରିଜ୍ 27 ଏପ୍ରିଲରୁ ଶ୍ରୀଲଙ୍କାରେ ଆରମ୍ଭ ହେବ। ପ୍ରତ୍ୟେକ ଦଳ 4 ଟି ଲେଖାଏଁ ମ୍ୟାଚ୍ ଖେଳିବେ ଯଥା ପ୍ରତ୍ୟେକ ଦଳ ପରସ୍ପର ସହିତ 2-2 ମ୍ୟାଚ୍ ଖେଳିବେ। ଭାରତ 27 ଏପ୍ରିଲରେ ଶ୍ରୀଲଙ୍କା ସହିତ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ମେ 4 ତାରିଖରେ ମୁହାଁମୁହିଁ ହେବେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ 29 ଏପ୍ରିଲ ଏବଂ 7 ମଇରେ ଖେଳାଯିବ। କଲମ୍ବୋରେ ଭାରତ ଏହାର ସମସ୍ତ ମ୍ୟାଚ୍ ଖେଳିବ। ସମସ୍ତ ମ୍ୟାଚ୍ ପରେ 11 ମଇରେ ଶ୍ରେଷ୍ଠ 2 ଦଳ ମଧ୍ୟରେ ଫାଇନାଲ୍ ଖେଳାଯିବ।

ଟିମ୍ ଇଣ୍ଡିଆ:

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ ଅଧିନାୟକ), ପ୍ରତୀକା ରାୱଲ, ହରଲୀନ ଦେଓଲ, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର), ୟାସ୍ତିକା ଭାଟିଆ (ୱିକେଟ୍ କିପର), ଦୀପ୍ତି ଶର୍ମା, ଅମନଜୋତ କୌର, କାଶଭି ଗୌତମ, ସ୍ନେହ ରାଣା, ଅରୁନ୍ଧତୀ ରେଡ଼ି, ତେଜଲ ହସବନୀସ, ଶ୍ରୀ ଚରନୀ, ଶୁଚୀ ଉପାଧ୍ୟାୟ।

ତ୍ରିକୋଣୀୟ ସିରିଜରେ ଭାରତୀୟ ଦଳର କାର୍ଯ୍ୟସୂଚୀ:

ଏପ୍ରିଲ୍ 27 ତାରିଖ- ଭାରତ ବନାମ ଶ୍ରୀଲଙ୍କା (କଲମ୍ବୋ)
ଏପ୍ରିଲ୍ 29 ତାରିଖ- ଭାରତ ବନାମ ଦକ୍ଷିଣ ଆଫ୍ରିକା (କଲମ୍ବୋ)
ମଇ 4 ତାରିଖ- ଭାରତ ବନାମ ଶ୍ରୀଲଙ୍କା (କଲମ୍ବୋ)
ମଇ 7 ତାରିଖ- ଭାରତ ବନାମ ଦକ୍ଷିଣ ଆଫ୍ରିକା (କଲମ୍ବୋ)

ଆଇସିସି ର଼୍ୟାଙ୍କିଙ୍ଗ:

ଆଇସିସି ମହିଳା ODI ଟିମ୍ ର଼୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ଦଳ ତୃତୀୟ ସ୍ଥାନରେ ରହିଛି। ଦଳର 112 ରେଟିଂ ପଏଣ୍ଟ ରହିଛି। 103 ରେଟିଂ ପଏଣ୍ଟ ସହିତ ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କା ମହିଳା କ୍ରିକେଟ୍ ଦଳ 80 ରେଟିଂ ପଏଣ୍ଟ ସହ 8 ମ ସ୍ଥାନରେ ରହିଛି।

BCCI Cricket News HARMANPREET KAUR indian cricket team Smriti Mandhana team india
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.