Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାର ଜନମଙ୍ଗଳ ଯୋଜନାଗୁଡିକର ତଦାରଖ କଲେ ଜିଲ୍ଲା ଉନ୍ନୟନ ଦାୟିତ୍ଵରେ ଥିବା ପ୍ରମୁଖ ଶାସନ ସଚିବ
ଆଜିର ଖବର

ଖୋର୍ଦ୍ଧାର ଜନମଙ୍ଗଳ ଯୋଜନାଗୁଡିକର ତଦାରଖ କଲେ ଜିଲ୍ଲା ଉନ୍ନୟନ ଦାୟିତ୍ଵରେ ଥିବା ପ୍ରମୁଖ ଶାସନ ସଚିବ

April 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରାଖ ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବିଜ୍ଞାନ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତିରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖଭାବେ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ନିଜ ନିଜ ବିଭାଗ ଦାୟିତ୍ୱରେ ଥିବା କାର୍ଯ୍ୟାବଳୀ ସମର୍କରେ ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ପରେ ପ୍ରମୁଖଶାସନ ସଚିବ ବିଭାଗୀୟ ସମସ୍ତ ଅଧିକାରୀ ଓ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ପ୍ରକଳ୍ପର ଅଗ୍ରଗତି ଓ ରୁପାୟାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣଙ୍କ ସୁରକ୍ଷା, ପାନୀୟ ଜଳ, ଜଳଛତ୍ର କେନ୍ଦ୍ର, ପଶୁପକ୍ଷୀ ମାନଙ୍କ ନିମନ୍ତେ ଜଳକୁଣ୍ଡ ବ୍ୟବସ୍ଥା, ନଳକୂପ ବ୍ୟବସ୍ଥା, ଜଳକ୍ଲୀଷ୍ଟ ଅଂଚଳରେ ପାନୀୟ ଜଳ ଯୋଗାଇଦେବା ଉପରେ ଗୁରୁତ୍ୱଆରୋପ କରିଥିଲେ। ଜିଲ୍ଲାରେ ଜଳଛତ୍ର କେନ୍ଦ୍ର 368 ଗୋଟି (ଗ୍ରାମାଞ୍ଚଳ 273 ଓ ସହରାଂଚଳରେ 95), ଛାମୁଡ଼ିଆ 82 ଗୋଟି ନିର୍ମାଣ କରାଯାଇଅଛି। ଜିଲ୍ଲାରେ 17193 ଗୋଟି ନଳକୂପ ଥିବାବେଳେ, ଅଭିଯୋଗ ଆସିଲେ 48 ଘଣ୍ଟା ମଧ୍ୟରେ ସମାଧାନ କରାଯାଉଛି ବୋଲି ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।

ଜଳକ୍ଲୀଷ୍ଟ ପ୍ରଭାବିତ 64 ଗୋଟି ପକେଟରେ ଟ୍ୟାଙ୍କରଯୋଗେ ଜଳ ଯୋଗାଇବା, ଜେନରେଟ ମହଜୁଦ କରି ରଖିବା, ଅଂଶୁଘାତ ରୋଗୀଙ୍କ ସେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 10 ଗୋଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 2 ଗୋଟି ଏବଂ ପ୍ରତ୍ୟକ ପ୍ରାଥମିକ ଚିକିତ୍ସାଳୟରେ 1 ଗୋଟି ଶୀତାତାପ ନିୟନ୍ତ୍ରଣ କକ୍ଷ ସଂରକ୍ଷଣ କରି ରଖାଯାଇଛି।

31 ଗୋଟି ପାଣି ଟ୍ୟାଙ୍କର ଓ 8 ଗୋଟି ଜେନରେଟ ରଖାଯାଇଛି। ଗତ 2023 ରେ 1 ଜଣ, 2024 ରେ 2 ଜଣ ଅଂଶୁଘାତ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ଅଂଶୁଘାତ ଜନିତ ମୃତ୍ୟୁ ହୋଇନାହିଁ ବୋଲି ଡେପୁଟି କଲେକ୍ଟର ଜରୁରୀ ପ୍ରମୁଖ ସଚିବଙ୍କୁ ତଥ୍ୟ ପ୍ରଦାନ କରିଥିଲେ।

ସେହିପରି ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ବିଭାଗ ଅଧୀନ ଏକହଜ଼ରତ ମହଲ, ରାଜସ୍ବ ଭବନ, ଟାଙ୍ଗୀ ତହସିଲ ଅଧିନ ପ୍ରତ୍ୟାକ୍ଷିତ ବଙ୍ଗାଳୀ ପରିବାର ପାଇଁ ରହିବା ସ୍ଥାନ, ଉପ ନିବନ୍ଧକ କାର୍ଯ୍ୟାଳୟରେ ବିଜୁଳି ଆଲୋକ ଯୋଗାଣ, ବିଭାଗରେ କର୍ମଚାରୀ ନିଯୁକ୍ତି ଆଦି ସମସ୍ୟା ଗୁଡିକ ଉପରେ ପ୍ରମୁଖ ଶାସନସଚିବଙ୍କୁ ଅବଗତ କରାଯାଇଥିଲା।

ସେହିପରି ସ୍ୱାସ୍ଥ୍ୟ ବିଭାଗରେ ଆଇସିୟୁ ଡାକ୍ତର, ଅକ୍ସସିଜେନ ପ୍ଳାଣ୍ଟର ଭିତ୍ତିଭୂମି ମଜବୁତ କରିବା, ଭେଷଜ ବିଶେଷଜ୍ଞ ନିଯୁକ୍ତି, ଅଲଟ୍ରା ସାଉଣ୍ଡ, ସିଟି ସ୍କାନ, ଏମ ଆର ଆଇ ଯନ୍ତ୍ରାଶକୁ ଆଧୁନିକରଣ କରିବା ପମୁଖ ସଚିବଙ୍କୁ ଅବଗତ କରାଯାଇଥିଲା।

ଜିଲ୍ଲାରେ 516 ଡାକ୍ତର ମଞ୍ଜୁରୀ ପଦବୀ ଥିବାବେଳେ 247 କାର୍ଯ୍ୟରତ ଅଛନ୍ତି, 269 ଖାଲି ପଦବୀ ଅଛି। ଜିଲ୍ଲାରେ ଖାଉଟି କଲ୍ୟାଣରେ 44674 ନୂତନ ରେଶନ କାର୍ଡ ପାଇଁ ଆବେଦନ କରିଛନ୍ତି। ଜିଲ୍ଲାରେ 319 ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ସଂପୂର୍ଣ୍ଣ ନିର୍ମାଣ କରିବା ପାଇଁ 5 କୋଟି 86 ଲକ୍ଷ 50 ହଜାର ଆବଶ୍ୟକ। ନୂତନ ଭାବେ 38 ଗୋଟି ଅଙ୍ଗନୱାଡ଼ି ନିର୍ମାଣ ନିମନ୍ତେ 2 କୋଟି 56 ଲକ୍ଷ ଆବଶ୍ୟକ ଅଛି। ଜିଲ୍ଲାରେ 2514 ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରରେ 1 ଲକ୍ଷ 16 ହଜାର 801ପିଲା ଅଛନ୍ତି।

ଜିଲ୍ଲାରେ ଅନୁସୂଚିତ ଜନଜାତି ଓଡ଼ିଆ ଅନୁସୂଚିତ ଜାତି ଛାତ୍ର ବୃତ୍ତି, ରାସ୍ତା ଓ କୋଠାବାଡି ବିଭାଗ କାର୍ଯ୍ୟ, ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକାରଣ ସଡ଼କ ପଥ, ଓ ପି ଟି ସି ଏଲ କାର୍ଯ୍ୟ, ପ୍ରାଚୀ ଡିଭିଜନ କାର୍ଯ୍ୟ ଜଳ ସମ୍ପଦ, ଉଦ୍ୟନ କୃଷି, କୃଷି, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପର ବିକାଶ ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ଜନକଲ୍ୟାଣ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରମୁଖ ସଚିବ ଏବଂ ଜିଲ୍ଲାପାଳ ଧଉଳି ଓ ବାଲିଅନ୍ତା ଅଂଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ।

ଖୋର୍ଦ୍ଧା ଜିଲ୍ଲା ଗସ୍ତ ଚିତ୍ରା ଅରୁମୁଗମ
Share. Facebook Twitter LinkedIn Email WhatsApp Copy Link

Related Posts

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025

ଖୋର୍ଦ୍ଧା: ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ, ନବ ନିର୍ମିତ ସଭାଗୃହ ଉଦ୍ଘାଟିତ

September 26, 2025
Latest News

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.