Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

April 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ସେନା ମୁଖ୍ୟ, ଜିଓସି-ଇନ୍-ସି (ଉତ୍ତର କମାଣ୍ଡ), ଜାମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଏବଂ ଡିଜିପି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ସମ୍ବନ୍ଧୀୟ ଘଟଣା, ଅନୁପ୍ରବେଶ ଏବଂ ଆତଙ୍କବାଦୀ ସଂଗଠନରେ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଉଲ୍ଲେଖନୀୟ ହ୍ରାସ ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ସେ ଦୋହରାଇଥିଲେ। ଶ୍ରୀ ଶାହ କହିଥିଲେ ଯେ, ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ କାରଣରୁ ଜାମ୍ମୁ-କାଶ୍ମୀରରେ ଆମ ଦେଶ ବିରୋଧୀ ଶକ୍ତିମାନଙ୍କ ଦ୍ୱାରା ପୋଷିତ ସମଗ୍ର ଆତଙ୍କୀ ଇକୋ-ସିଷ୍ଟମ ପଙ୍ଗୁ ହୋଇଯାଇଛି।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମନ୍ୱିତ ଆଭିମୁଖ୍ୟ ସହିତ ପ୍ରୟାସ ଜାରି ରଖିବାକୁ ଶ୍ରୀ ଅମିତ ଶାହ ସମସ୍ତ ସୁରକ୍ଷା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବା ଯୋଜନା ଏବଂ ଶୂନ୍ୟ ଆତଙ୍କୀ ଯୋଜନାର କାର୍ଯ୍ୟକାରିତା ମିଶନ ମୋଡରେ ନିଶ୍ଚିତ ହେବା ଆବଶ୍ୟକ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସମସ୍ତ ସଂସ୍ଥା ସମନ୍ୱିତ ଭାବେ କାର୍ଯ୍ୟ ଜାରି ରଖିବା ଉଚିତ, ଯାହାଦ୍ୱାରା କେନ୍ଦ୍ର ଶାସିତ ଅଞ୍ଚଳରେ ଧାରା ୩୭୦ ଉଚ୍ଛେଦ ପରେ ମିଳିଥିବା ଲାଭକୁ ବଜାୟ ରଖାଯାଇପାରିବ ଏବଂ ‘ଆତଙ୍କ ମୁକ୍ତ ଜମ୍ମୁ ଓ କଶ୍ମୀର” ର ଲକ୍ଷ୍ୟ ଯଥାଶୀଘ୍ର ହାସଲ କରାଯାଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଯୋଗାଇ ଦେଉଛନ୍ତି।

ଚଳିତ ବର୍ଷ ଜୁଲାଇ ୩ ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରସ୍ତୁତିର ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସମୀକ୍ଷା କରିଥିଲେ ଏବଂ ପବିତ୍ର ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

ଅମିତ ଶାହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜାମ୍ମୁ କାଶ୍ମୀର ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.