Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ପାଇଁ ମୁମ୍ବାଇରେ ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ: ପ୍ରଧାନମନ୍ତ୍ରୀ
ଆଜିର ଖବର

କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ପାଇଁ ମୁମ୍ବାଇରେ ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ: ପ୍ରଧାନମନ୍ତ୍ରୀ

April 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ରାଇଜିଂ ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ୱେଭ୍ସ-୨୦୨୫ ଆୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଆସନ୍ତା ମାସ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) -୨୦୨୫ର ଭବ୍ୟ ଆୟୋଜନ କରାଯିବ। ଭବିଷ୍ୟତରେ ଏହି ସମ୍ମିଳନୀ କ୍ରମାଗତ ଭାବେ ଆୟୋଜନ କରିବା ପାଇଁ ଏକ ଦୀର୍ଘସୂତ୍ରୀ ବ୍ୟବସ୍ଥା କରାଯାଉଛି।

ଶ୍ରୀ ମୋଦୀ କହିଛନ୍ତି, ମନୋରଞ୍ଜନ ଆଜି ବିଶ୍ୱର ସବୁଠୁ ବଡ଼ ଉଦ୍ୟୋଗ ପାଲଟିଛି। ଆଗାମୀ ଦିନରେ ଏହାର ଆହୁରି ଅଧିକ ବିସ୍ତାର ହେବ। ଏଭଳି ଏକ ସମୟରେ ଆମେ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ପାଳନ କରିବା ଲାଗି ୱେଭ୍ସ -୨୦୨୫ ଆୟୋଜନ କରିବାକୁ ଯାଉଛୁ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ ଚଳଚ୍ଚିତ୍ର, ପଡକାଷ୍ଟ, ଗେମିଂ, ସଂଗୀତ, ଏଆର ଏବଂ ଭିଆରର ବହୁତ ଉଜ୍ଜ୍ୱଳ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା ରହିଛି । ଆମେ କ୍ରିଏଟ୍‌ ଇନ ଇଣ୍ଡିଆର ମନ୍ତ୍ର ନେଇ ଏହାକୁ ସର୍ବୋଚ୍ଚ ସ୍ତରକୁ ନେଇଯିବା ପାଇଁ ଯୋଜନା କରିଛୁ। ୱେଭ୍ସ-୨୦୨୫ ଭାରତୀୟ କଳାକାରମାନଙ୍କୁ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ମଞ୍ଚ ଯୋଗାଇ ଦେବ। ଏଥିସହିତ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ସାରା ବିଶ୍ୱର କଳାପ୍ରେମୀମାନଙ୍କୁ ଭାରତକୁ ଆସିବା ଲାଗି ସୁଯୋଗ ମଧ୍ୟ ପ୍ରଦାନ କରିବ। ୱେଭ୍ସ-୨୦୨୫କୁ ଅଧିକରୁ ଅଧିକ ମାତ୍ରାରେ ଲୋକପ୍ରିୟ କରାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

କଳା ଓ ସଂସ୍କୃତି କ୍ରିଏଟ୍‌ ଇନ୍‌ ଇଣ୍ଡିଆ ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025
Latest News

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.