Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇରେ ପ୍ରତିଷ୍ଠା ହେବ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ
ଆଜିର ଖବର

ମୁମ୍ବାଇରେ ପ୍ରତିଷ୍ଠା ହେବ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ

April 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇରେ ଏକ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବା ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ନେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରାଯିବ। ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଓ ପରିବର୍ଦ୍ଧିତ ବାସ୍ତବତା (ଏଭିଜିସି-ଏକ୍ସଆର) କ୍ଷେତ୍ର ପ୍ରତି ସମର୍ପିତ ହେବ। ମୁମ୍ବାଇ ଆଇଆଇସିଟି ପାଇଁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ଚଳଚ୍ଚିତ୍ର, ମଞ୍ଚ ଓ ସଂସ୍କୃତି ବିକାଶ ନିଗମ ଲିଃ (ଏମଏଫଏସସିଡିସିଏଲ) ଏବଂ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍ନୋଲୋଜି (ଆଇଆଇସିଟି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଶ୍ରୀ ସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ବୁଝାମଣାପତ୍ରର ବିନିମୟ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଥିଲେ ଯେ ମୁମ୍ବାଇର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ହେଉଛି ଏଭଳି ପ୍ରଥମ ଅନୁଷ୍ଠାନ ଯାହା ସୃଜନଶୀଳ ଉଦ୍ୟୋଗରେ ପ୍ରତିଭା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ।

ଆଇଆଇସିଟି ଗୋରେଗାଓଁସ୍ଥିତ ଦାଦାସାହେବ ଫାଲକେ ଫିଲ୍ମ ସିଟି ଠାରେ ସ୍ଥାପନ କରାଯିବ ଏବଂ ଏହା ଏଭିଜିସି-ଏକ୍ସଆର କ୍ଷେତ୍ରରେ ଶିକ୍ଷା, ଗବେଷଣା, ନବୋନ୍ମେଷ ଏବଂ ଦକ୍ଷତା ବିକାଶ ପାଇଁ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ଭାରତ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହେବାକୁ ଯାଉଥିବାରୁ ମୁମ୍ବାଇ ଆଇଆଇସିଟିର ପ୍ରତିଷ୍ଠା ବିକାଶ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ସୃଜନଶୀଳ ଅର୍ଥବ୍ୟବସ୍ଥା ଏବଂ ମନୋରଞ୍ଜନ କ୍ଷେତ୍ରର ରାଜଧାନୀ ମୁମ୍ବାଇରେ ପ୍ରସ୍ତାବିତ ପ୍ରଥମ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ସହରର ମନୋରଞ୍ଜନ ଶିଳ୍ପ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଏହାର ବିଶ୍ୱସ୍ତରୀୟ ସମ୍ପ୍ରସାରଣକୁ ସୁଗମ କରିବ।

ଅଣଲାଭକାରୀ ଧାରା ୮ କମ୍ପାନୀ ଭାବେ ଆଇଆଇସିଟିର ପ୍ରତିଷ୍ଠା କରାଯାଉଛି। ଏଥିରେ ଭାରତ ସରକାରଙ୍କର ୩୪% ଏବଂ ଏମଏଫଏସସିଡିସିଏଲ ଜରିଆରେ ମହାରାଷ୍ଟ୍ର ସରକାରଙ୍କର ୧୪% ଅଂଶଧନ ରହିବ। ଅବଶିଷ୍ଟ ୬୨% ଅଂଶଧନ ଶିଳ୍ପ ସଂସ୍ଥାଗୁଡ଼ିକ ପାଖରେ ରହିବ। ବର୍ତ୍ତମାନ ଫିକ୍କି ଓ ସିଆଇଆଇ ଭଳି ଶିଳ୍ପ ସଂଘ ଏହାର ୨୬% ଅଂଶଧନ ହାସଲ କରିସାରିଛନ୍ତି । ଭାରତ ସରକାର ଆଇଆଇସିଟି ପାଇଁ ୩୯୧.୧୫ କୋଟି ଟଙ୍କାର ବଜେଟ ଆବଣ୍ଟନ କରିସାରିଛନ୍ତି। ଏଥିପାଇଁ ୧୦ ଏକର ଜମି ମଧ୍ୟ ଲିଜରେ ଦିଆଯାଇସାରିଛି। ଏହା ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଆଇଆଇଟି ଏବଂ ଆଇଆଇଏମ ଭଳି ବିଶ୍ୱସ୍ତରୀୟ ଶୀର୍ଷ ପ୍ରତିଷ୍ଠାନ ରୂପେ ବିକଶିତ ହେବ।

ଆଇଆଇସିଟି ବୁଝାମଣାପତ୍ର ସ୍ୱାକ୍ଷରିତ ମହାରାଷ୍ଟ୍ର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.