କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା, କେତେକ ସ୍ଥାନରେ କୁଆ ପଥର ମାଡ

Published: Apr 15, 2025, 5:37 pm IST

ଭୁବନେଶ୍ବର: ଆଜି କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି। ଫଳରେ ସାଧାରଣ ଯାତାୟତ କିଛି ସମୟ ପାଇଁ ବ୍ୟାଘାତ ଘଟିଛି। ଆଜି ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଆସିବା ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ସେହିପରି କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ସହିତ କୁଆପଥର ପଡିଥିବାର ଜଣାପଡିଛି। ଏପରିକି ରାସ୍ତାଘାଟରେ ପାଣି ଜମି ଯିବା ଫଳରେ ସାଧାରଣ ଯାତାୟତ ବ୍ୟାହତ ହୋଇଥିଲା।

ପାଣିପାଗ ବିଭାଗ ଅନୁସାରେ ଆଉ ଚାରି ଦିନ ପାଇଁ କାଳ ବୈଶାଖୀ ରହିଛି। ଆଜି ୧୨ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଗୁଡିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ।

Related posts