Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ୍ ହେଲା ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜିନ୍-୨ର ଟ୍ରେଲର୍‌: ଏପ୍ରିଲ ୨୩ରେ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ
ଆଜିର ଖବର

ରିଲିଜ୍ ହେଲା ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜିନ୍-୨ର ଟ୍ରେଲର୍‌: ଏପ୍ରିଲ ୨୩ରେ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ

April 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମର ବହୁ ପ୍ରତୀକ୍ଷିତ ୱେବ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର ସିଜିନ୍-୨ର ଟ୍ରେଲର ଆଜି ହୋଟେଲ ସ୍ୟାଣ୍ଡିଜ୍ ଟାୱାରରେ ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ରିଳିଜ୍ ହେଇଛି, ଯାହା ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବଢ଼େଇଦେଇଛି। ଏହି କାର୍ଯ୍ୟକ୍ରମରେ ସିରିଜ୍ ର ଅନ୍ୟ ଷ୍ଟାର୍ କାଷ୍ଟ ଦର୍ଶକଙ୍କ ମଧ୍ୟରେ ରତ୍ସାହ ଭରିଦେଇଥିଲା। କେ. କେ, ଅମନ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଭକ୍ତି, ଉଦିତ୍ ଗୁରୁଙ୍କ ସହ ଦୀପନ୍ବିତ ଦାସମହାପାତ୍ର, ମନମୟ ଦେ, ନିଶାନ୍ତ ମଜିଠିଆ, ଅଙ୍କିତା ଙ୍କ ସମେତ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ, ଦୂରଦୃଷ୍ଟି ପ୍ରଯୋଜିକା ବର୍ଷା ପଟ୍ଟନାୟକ, କଞ୍ଚା ଲଙ୍କାର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା, ବିଭୁ ପ୍ରସାଦ ରଥ, ଚିତ୍ତରଞ୍ଜନ ନାୟକ, ସିରିଜ୍ ର ଅନ୍ୟ କ୍ରି୍ୟୁ ମେମ୍ବର, ଗଣମାଧ୍ୟମ କର୍ମଚାରୀ ଏବଂ ଓଡ଼ିଆ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଟେକ୍ନୋଆର୍ଟ ପ୍ରଡକ୍‌ସନ୍ ଦ୍ୱାରା ନିର୍ମିତ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ୍-୨’ ଏପ୍ରିଲ୍‌ ୨୩ ତାରିଖରେ ସ୍ୱତନ୍ତ୍ର ଭାବେ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ଏହି ସିରିଜ୍ ଓଡ଼ିଆ କଣ୍ଟେଣ୍ଟ୍‌ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଆଣିବା ଭଳି ଏକ ଲୋମଟାଙ୍କୁରା କ୍ରାଇମ୍ ଡ୍ରାମାକୁ ସାମ୍ନାକୁ ଆସିଥିଲା। ପୁରୀର ଜଟିଳ ସାମାଜିକ-ରାଜେନୈତିକ ଦୃଶ୍ୟପଟ୍ଟର ପ୍ରାମାଣିକ ଚିତ୍ରଣ ପାଇଁ ଦର୍ଶକ ଓ ସମାଲୋଚକଙ୍କ ଠାରୁ ସମ୍ମାନ ଭାବେ ପ୍ରଶଂସା ଅର୍ଜନ କରିବା ପରେ ସିଜିନ୍ -୨ ଅଧିକ ମାତ୍ରାରେ ଆଞ୍ଚଳିକ ଯୁଦ୍ଧକୁ ନେଇ ଫେରୁଛି।

ମାର୍ଚ୍ଚ ମାସରେ ୟୁଟୁବ୍ ରେ ରିଲିଜ୍ ହୋଇଥିବା ଏହାର ଟିଜର୍ କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଥିବା ବେଳେ ଆଜିର ଟ୍ରେଲର୍‌ ପୁରୀରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ଆହୁରି ଗଭୀର କରିଛି। ସିଜିନ୍ ୨ ପ୍ରଥମ ସିଜିନ୍ ର ଗତିକୁ ଉର୍ଦ୍ଧ୍ବ କୁ ଉଠାଇଛି ଯେଉଁଠାରେ ସଙ୍ଘର୍ଷ ଅଧିକ ଭୟଙ୍କର, ମେଣ୍ଟ ଅଧିକ ଜଟିଳ ଏବଂ ପ୍ରତିଶୋଧ ଆହୁରି ଗଭୀର ହୋଇଛି। ଏହି ସିଜିନ୍ ରେ ପୁରୀ ସହରର କ୍ଷମତାର ମୂଲ୍ୟକୁ ଧରିନେଇଥାଏ ଅପରାଧ, ରାଜନୀତି ଏବଂ ମହତ୍ୱକାଂକ୍ଷାର ଅନ୍ଧାର ଯାହା ପରମ୍ପରାକୁ ପିନ୍ଧିଥାଏ କିନ୍ତୁ ରହସ୍ୟକୁ ଲୁଚାଇ ରଖିଥାଏ।

ଏହି ଅବସରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଥିଲେ, “ଏହି ସିଜିନ୍ ରେ ଚରିତ୍ରର ମାନସିକତା, ସେମାନଙ୍କର ସଂଘର୍ଷ ଏବଂ ସେମାନେ କାର୍ଯ୍ୟ କରୁଥିବା ନୈତିକତାକୁ ଗଭୀର ଭାବେ ଅନୁଧ୍ୟାନ କରିଛୁ। ଆମେ କାହାଣୀକୁ ଏକ ସ୍ତରକୁ ନେଇଯାଇଛୁ, ଏବଂ ଦର୍ଶକଙ୍କ ନିକଟଙ୍କୁ ଏହାକୁ ଅନୁଭବ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ।”

ଏହି ଅବସରରେ କଞ୍ଚା ଲଙ୍କାର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା କହିଥିଲେ, “ଓଡ଼ିଶାର ସ୍ପନ୍ଦନକୁ ବାସ୍ତବର ପ୍ରତିଫଳିତ କରୁଥିବା ଏକ କାହାଣୀକୁ ଉପସ୍ଥାପନ କରି ଆମେ ଗର୍ବିତ। ଗ୍ୟାଙ୍ଗସ୍ ଅଫ୍ ପୁରୀ ଏକ ଶୋ’ଠାରୁ ଅଧିକ – ଏହା ଆଞ୍ଚଳିକ କାହାଣୀରେ ଏକ ଆନ୍ଦୋଳନ। ସିଜିନ୍ ୨ ଅଧିକ ସାହସୀ, ତୀଷ୍ଣ ଏବଂ ଅଧିକ ପ୍ରାମାଣିକ ହେବ ଏବଂ ଆମେ ନିଶ୍ଚିତ ଯେ ଏହା ଡିଜିଟାଲ୍ କ୍ଷେତ୍ରରେ ଓଡ଼ିଆ ବିଷୟବସ୍ତୁ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ” l

ତୀଷ୍ଣ ସଂଳାପ, ସ୍ତରବଦ୍ଧ ଚରିତ୍ର ଏବଂ ଏକ ଚିତ୍ତାକର୍ଷକ କାହାଣୀ ସହିତ ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ୍ ୨ ଉଭୟ ଅପରାଧ ନାଟକ ପ୍ରେମୀ ଏବଂ ଆଞ୍ଚଳିକ ବିଷୟବସ୍ତୁ ପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ଘଡ଼ି ହେବ ବୋଲି ପ୍ରତିଶୃତି ଦେଇଛି। ଏହାର କାଉଣ୍ଟ ଡାଉନ୍ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏପ୍ରିଲ୍‌ ୨୩ ତାରିଖରେ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମରେ ‘ଗ୍ୟାଙ୍ଗସ୍‌ ଅଫ୍ ପୁରୀ ସିଜନ-୨’ ମୁକ୍ତିଲାଭ କରିବ।

କଞ୍ଚା ଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମେନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ । ବିଶ୍ୱବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ I କଞ୍ଚାଲଙ୍କା ସବୁବେଳେ ନିଜ ଆଞ୍ଚଳିକ ଓ ମୌଳିକ କାହାଣୀକୁ ଗୁରୁତ୍ବ ଦେଇ ଆସୁଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ। ସିନେମା ବା ସିରିଜ୍, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ – କଞ୍ଚା ଲଙ୍କା- ‘ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମେହାତ୍ସବ ‘କଞ୍ଚା ଲଙ୍କା’ !

ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ଗ୍ୟାଙ୍ଗସ୍ ଅଫ୍ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026
Latest News

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.