Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚିତ

April 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଝାରସୁଗୁଡ଼ା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଝାରସୁଗୁଡ଼ା ଠାରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖନ କୌଶଳ ଓ ପଠନ ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ପ୍ରସ୍ତୁତ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅଧୀନରେ ଏଭଳି ସାଧୁ ଉଦ୍ୟମ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ଆଜି ଏକ ନୂଆ ସେତୁବନ୍ଧ ତିଆରି ହୋଇଛି। ‘ସମ୍ବଲପୁରୀ ଭାଷା ଶିକ୍ଷା’ ପୁସ୍ତକ ଦ୍ୱାରା ଆମର ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ – କୋଶଲି ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହିତ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ । କଥନ ସହିତ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିପାରିବେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନ ଅଭ୍ୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପଠନ ପାର୍ବଣ’ ଆରମ୍ଭ ହୋଇଥିଲା। ଏହି ପଠନ ପାର୍ବଣ ଅଭିଯାନ ଗତ ବର୍ଷ ୧୮ ନଭେମ୍ବର ୨୦୨୪ରୁ ଆରମ୍ଭ ହୋଇ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଚାରୋଟି ବର୍ଗରେ ପ୍ରଥମରୁ ତୃତୀୟ, ଚତୁର୍ଥରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିଲା।  ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢି ତାହାକୁ ସାଂରାଶରେ ଲେଖିବା ପାଇଁ  କୁହାଯାଇଥିଲା। ପିଲାମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏକ ପୁସ୍ତକ ପଢି ତାହାର ସାରାଂଶ ପ୍ରସ୍ତୁତ କରୁଥିଲେ, ଯାହାକୁ ନେଇ ଏକ ପୁସ୍ତକ ଆଜି ଲୋକାର୍ପିତ ହୋଇଛି। ପଠନ ପାର୍ବଣ ଭଳି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ୫୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ବହି ପଢିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରା ବୃଦ୍ଧି ହେଉଥିବା ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେବା ପରେ ଝାରସୁଗୁଡ଼ା ସମେତ ସମଗ୍ର ଭାରତବର୍ଷରେ ଶିକ୍ଷଣ ଫଳାଫଳ ବୃଦ୍ଧି ହୋଇଛି। ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମଗ୍ର ଶିକ୍ଷା ଅଭିଯାନରେ ଡ୍ରପ୍ ଆଉଟ ହ୍ରାସ କରିବା ତଥା ସବୁ ବର୍ଗର ପିଲାମାନଙ୍କୁ ସ୍କୁଲକୁ ଆଣିବା ମୂଳ ଉଦ୍ଦେଶ୍ୟ ରହିଛି। ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଫଳାଫଳ ଜାତୀୟ ସ୍ତର ଠାରୁ ଅଧିକ ହୋଇଛି। ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଚାଷୀ ପରିବାରର ଝିଅ ପ୍ରୀତି ବିଶ୍ୱାଳଙ୍କ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି।

ଆଜି ଭାଷା ସବୁଠୁ ବଡ ବିଷୟ ହୋଇଛି। ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ବଲପୁରୀ ଭାଷାରେ କଥା ହେଉଥିଲେ ମଧ୍ୟ ଓଡ଼ିଆରେ କବିତା ଲେଖୁଥିଲେ। ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରର କଥିତ ଭାଷାରେ କଥା କହୁଥିଲେ ମଧ୍ୟ ଓଡ଼ିଆ ଭାଷାରେ ଉପନ୍ୟାସ ଲେଖୁଥିଲେ। ରାମାୟଣର ଭାଷା ଅଲଗା ହୋଇ ପରେ କିନ୍ତୁ ତାହାର ଭାବ ଅର୍ଥ ଗୋଟିଏ। ପ୍ରଧାନମନ୍ତ୍ରୀଙ୍କ ମତରେ ସବୁ ଭାରତୀୟ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା। ଆଜି ବିଶ୍ଵର ଅନେକ ଦେଶର ବିକାଶ ହୋଇଛି ଇଂରାଜୀ ଭାଷା ପାଇଁ ନୁହେଁ ତାହାର ଆଞ୍ଚଳିକ ଭାଷା ପାଇଁ। ପିଲାମାନଙ୍କର ସାମାଜିକ ଓ ଜ୍ଞାନାତ୍ମକ ବିକାଶ ଭାଷାରେ ହିଁ ସମୃଦ୍ଧ ହୁଏ। ଜନ୍ମବେଳୁ ପିଲାମାନେ ଯେଉଁ ଭାଷାରେ ପାଠ ପଢନ୍ତି, ସେହି ଭାଷାରେ ପଢିଲେ ଏବଂ ଲେଖିଲେ ସେମାନଙ୍କର ସୃଜନଶୀଳ ଶକ୍ତି ବୃଦ୍ଧି ହୋଇଥାଏ। ମାତୃଭାଷାରେ ପିଲାମାନେ  ଛୋଟବେଳୁ ପାଠ ପଢିଲେ ହିଁ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ନୂଆପିଢିର ନେତୃତ୍ୱ ତିଆରି ହେବେ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସମ୍ବଲପୁରୀ ଭାଷା ପ୍ରାଇମରର ଶୁଭାରମ୍ଭ କରି ଭାଷାକୁ ସମ୍ମାନ ଦେବା ଦିଗରେ ଏକ ବଡ ରେଖା ଟାଣିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ଓ ବିକାଶ ପରିଚାଳନା ସମିତିକୁ ଏହି ଉଦ୍ୟମକୁ ସଫଳ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଏହି ଉନ୍ମୋଚନ ସମାରୋହରେ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଆ ଭାଷା ଝାରସୁଗୁଡା ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳ ପୁସ୍ତକ ଉନ୍ମୋଚିତ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.