Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ କଲେ ସାକ୍ଷାତ, ରାଜନୀତି ହଲଚଲ
ଆଜିର ଖବର

ଭୁବନେଶ୍ବରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ କଲେ ସାକ୍ଷାତ, ରାଜନୀତି ହଲଚଲ

April 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ କଲେ ସାକ୍ଷାତ, ରାଜନୀତି ହଲଚଲ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଆଜି ସେ ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ହୋଇଛି। ସେତିକି ନୁହେଁ ସେ ଶ୍ରୀକାନ୍ତଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି।

ଅଖିଳେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଶ୍ରୀକାନ୍ତ ଜେନାଙ୍କ ସହିତ ବହୁ ପୁରୁଣା ସଂପର୍କ। ଆମେ ସବୁବେଳ ଦଳିତ ଓ ପଛୁଆ ବର୍ଗ ପାଇଁ ଲଝେଇ କରି ଆସୁଛି। ସେଥିପାଇଁ ମୁଁ ଓଡିଶା ଆସିଛି। ଶ୍ରୀକାନ୍ତ ଜେନାଙ୍କ ପରି ଜଣେ ନେତାଙ୍କ ସାହାଯ୍ୟ ନିଶ୍ଚିତ ଦରକାର। ଓଡିଶାରେ ଆମ ପାର୍ଟିର ସଂଗଠନ ସୁଦୃଢ ନାହିଁ। ଖବୁ ଶିଘ୍ର ଓଡିଶାରେ ସମାଜବାଦୀ ପାର୍ଟିର ସଂଗଠନକୁ ମଜବୁତ କରାଯିବ।

ଏହି କଥା କହିବା ପରେ ବର୍ତ୍ତମାନ ଓଡିଶା ରାଜନୀତିର ହଲଚଲ ହେବା ସହିତ କଂଗ୍ରେସ ରାଜନୀତିରେ ମଧ୍ୟ ବେଶ ଚର୍ଚ୍ଚା ଜାରୀ ରହିଛି। କାରଣ ଅଖିଲେଶଙ୍କ ଏପରି ମନ୍ତବ୍ୟ ପରେ ଅନୁମାନ କରି ହେଉଛି ଯେ, ଓଡିଶାର ବୋଧହୁଏ ସମାଜବାଦୀ ପାର୍ଟିର ମଙ୍ଗ ଶ୍ରୀକାନ୍ତ ଜେନା ଧରିବେ। ତେବେ ସେ କଂଗ୍ରେସରୁ ଇସ୍ତଫା ଦେବେ ବୋଲି ରାଜନୈତିକ ମହଲରେ ଆଶଙ୍କା କରୁଛନ୍ତି।

ସେପଟେ ଶ୍ରୀକାନ୍ତ ଘରେ ଅଖିଳେଶଙ୍କୁ ନେଇ କଂଗ୍ରେସ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସମାଜବାଦୀ ପାର୍ଟି ଇଣ୍ଡି ମେଣ୍ଟର ଏକ ଅଂଶୀଦାର। ତେଣୁ ସେଥିରେ କିଛି ଅସୁବିଧା ନାହିଁ ବୋଲି କେତେକ କଂଗ୍ରେସ ନେତା କହୁଛନ୍ତି। ହେଲେ ଅଖିଳେଶଙ୍କର ଓଡିଶାରେ ସମାଜବାଦୀ ପାର୍ଟିକୁ ସୁଦୃଢ କରିବା ନେଇ ଶ୍ରୀକାନ୍ତ ଘରେ ମନ୍ତବ୍ୟ ଦେବା କେତେକଙ୍କୁ ହଜମ କରିପାରି ନାହିଁ।

ଅଖିଲେଶ ତାଙ୍କ ସାଂସଦ ପତ୍ନୀ ଡିମ୍ପଲ ଯାଦବଙ୍କ ସହିତ ଓଡିଶା ଗସ୍ତରେ ଆସିଛନ୍ତି।

ଶ୍ରୀକାନ୍ତ ଜେନା ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.