Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କର୍ମଚାରୀକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଦାବି: ସୋସିଆଲ ମେଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ
ଆଜିର ଖବର

ସରକାରୀ କର୍ମଚାରୀକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଦାବି: ସୋସିଆଲ ମେଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ କରିବା ଲାଗି ଦାବିପତ୍ର ଦେଇଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀକୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଆଜି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ବା ସ୍ୱାସ୍ଥ୍ୟ ବୀମା ସବୁ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁ ନହୋଇଥିବାରୁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟସରକାରଙ୍କ ଉଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଟ୍ଵିର୍ଟର ,ଫେସବୁକ୍‌ ଓ ସୋସିଆଲ ମେଡ଼ିଆ ମାଧ୍ୟମରେ ଜାହିର କରୁଛନ୍ତି। ରାଜ୍ୟସରକାରଙ୍କୁ ଅନୁରୋଧ କରିଥିଲେ କି ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ।ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତିକ୍ରମେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩କୋଟି ୪୬ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ ରେ ଚିକିତ୍ସା ସୁବିଧା ପାଇବେ। କିନ୍ତୁ ଦୁଃଖ ବିଷୟ ଓଡିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇନାହାନ୍ତି। ସରକାରଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ନିମନ୍ତେ ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବକୁ ଓଡିଶାର ୫ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ସଙ୍ଘର ନିଷ୍ପତି ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏପରି ପ୍ଲାକାର୍ଡ ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ, ଏବଂ ପରବର୍ତୀ କାର୍ଯ୍ୟକ୍ରମ ହିସାବରେ କଳାବ୍ୟାଚ ପିନ୍ଧି ସମସ୍ତେ କାର୍ଯ୍ୟ କରିବେ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ରାଜ୍ୟସରକାର ଏକ ମାସ ମଧ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ କର୍ମଚାରୀ ମାନଙ୍କ କ୍ଷେତ୍ର ରେ ଲାଗୁ ନକରନ୍ତି, ଏକ ବୃହତ ଆନ୍ଦୋଳନ ପଞ୍ଚାୟତ ଠାରୁ ଲୋକସଭା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ଅଶ୍ବିନୀ ମିଶ୍ର, ପ୍ରଦୀପ ପ୍ରଧାନ, ଶ୍ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ତୁଷାର କାନ୍ତ ରାଉତ, ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ, ପ୍ରଶାନ୍ତ ରାଉରାୟ, ମନୋଜ ଜେନା, ଆଦିତ୍ୟ ନାରାୟଣ ସ୍ୱାଇଁ, ଅନୀତା ବେହେରା, ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ମୁଖ୍ୟମନ୍ତ୍ରୀକୁ କର୍ମଚାରୀ ମାନଙ୍କ ନିମନ୍ତେ “କ୍ୟାସଲେସ୍ ହେଲଥ୍ କାର୍ଡ” ଲାଗୁ କରାଯିବାକୁ ଅନୁରୋଧ କରୁଛନ୍ତି

କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ରାଜ୍ୟ ସରକାର ସରକାରୀ କର୍ମଚାରୀ ସୋସିଆଲ ମେଡିଆ ସ୍ୱାସ୍ଥ୍ୟ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.