Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୃତା ଆୟୋଜିତ
ଆଜିର ଖବର

ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୃତା ଆୟୋଜିତ

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ର ୬୨ତମ ପ୍ରତିଷ୍ଠା ଦିବସ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଆଞ୍ଚଳିକ ଗବେଷଣା ପରୀକ୍ଷାଗାର (ଆରଆରଏଲ) ଭାବରେ ୧୯୬୪ ମସିହା ଏପ୍ରିଲ ୧୩ ତାରିଖରେ ସ୍ଥାପିତ ଏହି ପ୍ରତିଷ୍ଠାନ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୭ ମସିହାରେ ଏହାର ଲକ୍ଷ୍ୟ ଏବଂ ଜାତୀୟ ମିଶନକୁ ଉତ୍ତମ ଭାବରେ ପ୍ରତିଫଳିତ କରିବା ପାଇଁ ଏହାକୁ ସିଏସ୍ଆଇଆର୍- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ନାମରେ ନାମିତ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଛୁଟି ଥିବାରୁ ଏପ୍ରିଲ ୧୬ ତାରିଖରେ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଜ୍ଞାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଉପରେ ଦୂରଦର୍ଶୀ ବକ୍ତୃତା ଆୟୋଜିତ ହୋଇଥିଲା।

ପ୍ରତିଷ୍ଠାନର ଗୌରବମୟ ଯାତ୍ରା, ଉପଲବ୍ଧି ଏବଂ ଭବିଷ୍ୟତର ଆକାଂକ୍ଷା ଉପରେ ଆଲୋକପାତ କରିଥିବା ସିଏସ୍ଆଇଆର- ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ସ୍ୱାଗତ ଭାଷଣ ଦେଇ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବୈଷୟିକ ଉନ୍ନତି ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାରେ ସିଏସଆଇଆର-ଆଇଏମଏମଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଏସଆଇଆରର ପୂର୍ବତନ ମହାନିର୍ଦ୍ଦେଶକ ଡ. ଶେଖର ସି ମାଣ୍ଡେ ଯୋଗ ଦେଇଥିଲେ। ଡ. ମାଣ୍ଡେ ‘ବିକଶିତ ଭାରତ ନିର୍ମାଣ ପାଇଁ ଏସ୍ ଆଣ୍ଡଟି ରୋଡମ୍ୟାପ୍’ ଶୀର୍ଷକ ଉପରେ ପ୍ରତିଷ୍ଠା-ଦିବସ ବକ୍ତୃତା ପ୍ରଦାନ କରିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସହ ଉଦ୍ଭାବନ, ଜ୍ଞାନ ପ୍ରଣାଳୀର ସମନ୍ୱୟ ଏବଂ ରାଷ୍ଟ୍ର ନିର୍ମାଣରେ ସିଏସଆଇଆର-ଆଇଏମଏମଟି ଭଳି ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଟେକ୍ନିସିଆନ୍, ସିକ୍ୟୁରିଟି ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ଏବଂ ସେକ୍ସନ୍ ଅଫିସରଙ୍କ ସମେତ ନବନିଯୁକ୍ତ କର୍ମଚାରୀଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ନିଯୁକ୍ତି ଅନୁଷ୍ଠାନର ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶର ଏକ ନୂତନ ଅଧ୍ୟାୟ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସିଏସଆଇଆର-ଆଇଏମଏମଟି କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଳା ପ୍ରତିଭାକୁ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ସହିତ ଦିନିକିଆ ଉତ୍ସବ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତଙ୍କୁ ବନ୍ଧୁତ୍ୱ, ସୃଜନଶୀଳତା ଏବଂ ଉତ୍ସବର ଭାବନାରେ ଏକାଠି କରିଥିଲା।

ସିଏସଆଇଆର-ଆଇଏମଏମଟି ଭାରତର ଖଣିଜ ପଦାର୍ଥ ଏବଂ ମାଟେରିଆଲ୍ ସାଇନ୍ସ କ୍ଷେତ୍ରର ସଶକ୍ତୀକରଣ ଦିଗରେ ଯାତ୍ରା ଜାରି ରଖିଥିବା ବେଳେ ଗବେଷଣା, ଉଦ୍ଭାବନ ଏବଂ ଦେଶ ପାଇଁ ସେବାରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।

CSIR-IMMT foundation day Nation-Building Visionary Lecture ଦୂରଦର୍ଶୀ ବକ୍ତୃତା ପ୍ରତିଷ୍ଠା ଦିବସ ବିଜ୍ଞାନ ରାଷ୍ଟ୍ର ନିର୍ମାଣ ସିଏସଆଇଆର-ଆଇଏମଏମଟି
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.