Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପୋଷଣ ପଖୱାଡ। -୨୦୨୫ ପାଳିତ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପୋଷଣ ପଖୱାଡ। -୨୦୨୫ ପାଳିତ

April 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପୋଷଣ ପଖୱାଡା -୨୦୨୫ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଅଙ୍ଗନୱାଡ଼ି କର୍ମୀ, ସି ଡି ପି ଓ ଏବଂ ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ସୁସ୍ଥ ଓ ନିରୋଗୀ ଶିଶୁ ଓ ମା ମାନଙ୍କ ନିମନ୍ତେ ପ୍ରସ୍ତୁତ ସୁଷମ ଖାଦ୍ୟ ପ୍ରସ୍ତୁତି ବୁଲି ଦେଖିବା ସହ ନିଜ ଉଦବୋଧନରେ କହିଥିଲେ ଯେ, ପୋଷଣ ପଖୱାଡାରେ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସମସ୍ତଙ୍କୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ହୋଇଛି।

ପ୍ରତ୍ୟେକ ଶିଶୁ ଓ ମା ” ଙ୍କୁ ସୁସ୍ଥ ରଖିବାକୁ ହେଲେ ଅଙ୍ଗନୱାଡ଼ି ଦିଦି,ସି ଡି ପି ଓ ମାନଙ୍କ ଗୁରୁ ଦାୟିତ୍ବ ରହିଛି। ଶିଶୁର ଓଜନ କାହିଁକି କମିଲା, ମା “ର ରକ୍ତ ହୀନତା କାହିଁକି ହେଲା ସେଗୁଡ଼ିକର ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଯାଞ୍ଚ ହେବା ଜରୁରୀ। ଶିଶୁ ଓ ମା” ମାନଙ୍କର ଶୃଙ୍ଖଳା ଓ ସମୟାନୁବର୍ଟିତା ସୁଷମ ଖାଦ୍ୟ ଖାଇବା ସହ ଶୃଙ୍ଖଳିତ ଅଭ୍ୟାସ କୁ ଆପନେଇନେଲେ ସମସ୍ତ ମା ଏବଂ ଶିଶୁ ଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବା ସହ ଏକ ସୁସ୍ଥ ଓ ନିରୋଗି ସମାଜ ଗଠନ ହୋଇ ପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ମହତ କାର୍ଯ୍ୟ କ୍ରମକୁ ବ୍ୟାପକ ପ୍ରସାର ପ୍ରଚାର ନିମନ୍ତେ ପ୍ରତ୍ୟେକ ମାସରେ ଓ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷଣ ପଖ ୱାଡା ଆୟୋଜନ କରାଇ ଶପଥ ପାଠ ଉତ୍ସବ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ତେଣୁ ସମସ୍ତ ଅଙ୍ଗଵାଡ଼ି କର୍ମୀ, ସି ଡି ପି ଓ ମାନେ ଭଲ ଆଇ ଇ ସି କାର୍ଯ୍ୟକ୍ରମ କରି ସମାଜକୁ ସଶକ୍ତ କରି ନୂତନ ପିଢ଼ିକୁ ବାର୍ତ୍ତା ପହଞ୍ଚାଇବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ପୋଷଣ ପଖୱାଡ଼ା ମାସ ହିସାବରେ ନୁହେଁ ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ଓ ଦେଶର ଭବିଷ୍ୟତର ଦାୟିତ୍ବ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସି ଡି ପି ଓ ମାନଙ୍କ ପାଖରେ ଅଛିବୋଲି କହିବାସହ ସୁଷମ ଖାଦ୍ୟ ଖାଉଛନ୍ତି କି ନାହିଁ ଯାଞ୍ଚ କରିବା ପରମ କର୍ତ୍ତବ୍ୟ ଅଟେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଓ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ସ୍ୱାଗତ ଭାଷଣ ଦେବାସହ ସପ୍ତମ ପୋଷଣ (ପ୍ରଧାନ ମନ୍ତ୍ରୀଙ୍କ ଙ୍କ ସାମଗ୍ରିକ ପୁଷ୍ଟି ପାଇଁ ବ୍ୟାପକ ଯୋଜନା) ପଖୱାଡ଼ା -୨୦୨୫ ତଥା ୮ ଏପ୍ରିଲରୁ ୨୨ଏପ୍ରିଲ ଉପରେ ପ୍ରମୁଖ ଥିମ୍ ଉପରେ ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ଅତିଥି ଜିଲ୍ଲାପାଳ ପୋଷଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରଥମ ହୋଇଥିବା ବି ଏମ୍ ସି-୧,ସି ଡି ପି ଓ ମିନତି ପଣ୍ଡା, ବାଲିପାଟଣା ବ୍ଲକର ରୁନୁବାଲା ସାହୁ, ଦ୍ଵିତୀୟ, ବାଲିଅନ୍ତା ବ୍ଲକର ଯ୍ୟୋଟିରେଖା ଜେନାଙ୍କୁ ତୃତୀୟ ପୁରସ୍କାର ମାନପତ୍ର ପ୍ରଦାନ କରିଥିଲେ।ସେହିପରି ଉତ୍ତମ ସ୍ୱାସ୍ଥ୍ୟ ଶିଶୁରେ ପ୍ରତ୍ୟୁଷ ସ୍ୱାଇଁ ,ପ୍ରଥମ, ଶୁଭଲକ୍ଷ୍ମି ଦାଶ, ଦ୍ଵିତୀୟ, ଅଂଶୁମାନ ପାର୍ଥ ସାରଥୀ, ତୃତୀୟଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଜିଲ୍ଲାପାଳ କେକ୍ କାଟି ଶିଶୁମାନଙ୍କୁ ବାଣ୍ଟିବାସହ ସମସ୍ତ ମା ଏବଂ ଶିଶୁ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଶେଷରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଷଣ ଜିଲ୍ଲା ସଂଯୋଜକ ଅଭୋଲିପସା ବେହେରା, ବେସାମରିକ ଯୋଗାଣ ଅଧିକାରୀ ସୁଗଦା ମୁର୍ମୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅଙ୍ଗନୱାଡ଼ି କର୍ମୀ, ସୁପର ଭାଇଜର,ସି ଡି ପି ଓ, ମିଶନ ଶକ୍ତି ମହିଳା ପ୍ରମୁଖ ଯୋଗ ଦେଇଥିଲେ।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସି ଡି ପି ଓ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ତଥା ଅଙ୍ଗନୱାଡ଼ି ନିର୍ମାଣ କ୍ଷେତ୍ରରେ ଜମି ସମସ୍ୟା, ପାନୀୟଜଳ, ଶୌଚାଳୟ, ବିଜୁଳି ଆଲୋକ ଇତ୍ୟାଦି ସମ୍ବଦ୍ଧରେ ସମୀକ୍ଷା କରି କାର୍ଯ୍ୟକୁ ବି ଡି ଓ ଏବଂ ତହସିଲଦାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ସହ ସମନ୍ୱୟ ରକ୍ଷାକରି ଆଗେଇନେବାକୁ ନିର୍ଦ୍ଦେଶ ଦେଇଥିଲେ

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.