Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାମ୍‌ ଫାଇନାଲରେ ଅଂଶଗ୍ରହଣ କରିବେ ଭାରତର ୧୧ଟି ସହରରୁ ବଛା ହୋଇଥିବା ପ୍ରତିଯୋଗୀ
ଆଜିର ଖବର

ୱାମ୍‌ ଫାଇନାଲରେ ଅଂଶଗ୍ରହଣ କରିବେ ଭାରତର ୧୧ଟି ସହରରୁ ବଛା ହୋଇଥିବା ପ୍ରତିଯୋଗୀ

April 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ୱେଭ୍ସ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ) ର ଜାତୀୟସ୍ତରର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ଭାରତର ୧୧ଟି ସହରରୁ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଗତ କିଛି ମାସ ଧରି ଆଞ୍ଚଳିକ ସ୍ତରରେ ଆୟୋଜିତ ହୋଇଥିବା ଏକାଧିକ ପ୍ରତିଯୋଗିତାରେ ହଜାର ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଫାଇନାଲିଷ୍ଟ୍‌ ମାନଙ୍କୁ ଚୟନ କରାଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାର ଫାଇନାଲ ୱେଭ୍ସ ୨୦୨୫ ଅବସରରେ ଆୟୋଜନ କରାଯିବ। ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ବା ୱେଭ୍ସ ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ। ଭାରତରେ ପ୍ରଥମ ଥର ପାଇଁ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଉଛି।

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏମଇଏଆଇ) ଦ୍ୱାରା ୱାମ୍‌ ଆୟୋଜନ କରାଯାଉଥିବା ବେଳେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହାକୁ ୱେଭ୍ସ ଅଧୀନରେ ସମର୍ଥନ ଯୋଗାଇ ଦେଉଛି। ୱେଭ୍ସ ହେଉଛି ଏଭିଜିସି-ଏକ୍ସଆର କ୍ଷେତ୍ର-ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ ରିଅଲିଟି ପାଇଁ  ଭାରତର ସବୁଠାରୁ ବଡ଼ ମଞ୍ଚ। ୱେଭ୍ସର ଏକ ପ୍ରମୁଖ ଅଂଶବିଶେଷ ଭାବେ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ  (ସିଆଇସି) ଆୟୋଜନ କରାଯାଉଛି। ସିଆଇସିର ପ୍ରଥମ ସିଜନ୍‌ ୧ ଲକ୍ଷରୁ ଅଧିକ ପଞ୍ଜୀକରଣ ସହିତ ଇତିହାସ ରଚିଛି। ଏମାନଙ୍କ ମଧ୍ୟରେ ୧୧ଶହ ଅନ୍ତର୍ଜାତୀୟ ପ୍ରତିଯୋଗୀ ଅଛନ୍ତି। ବିସ୍ତୃତ ଚୟନ ପ୍ରକ୍ରିୟା ପରେ ୩୨ଟି ଅଭିନବ ପ୍ରତିଯୋଗିତାରେ ୭୫୦ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି।

ସିଆଇସିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ୱାମ୍‌। ଗତ ଏକ ଦଶନ୍ଧି ମଧ୍ୟରେ, ଆନିମେ ଏବଂ ମାଙ୍ଗା ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରଥମେ ଏହା ଏକ ସ୍ୱତନ୍ତ୍ର ରୁଚି ଭାବରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ପ୍ରମୁଖ ସାଂସ୍କୃତିକ ଧାରାରେ ପରିଣତ ହୋଇଛି । ଭାରତରେ ପ୍ରାୟ ୧୮୯ ନିୟୁତ ଆନିମେ ପ୍ରଶଂସକ ଅଛନ୍ତି, ଯାହାଫଳରେ ଆମ ଦେଶ ଚୀନ୍ ପରେ ଦ୍ୱିତୀୟ ବୃହତ୍ତମ ଆନିମେ ବଜାରରେ ପରିଣତ ହୋଇଛି। କେବଳ ଦର୍ଶକ ନୁହନ୍ତି ବଜାର ଆକାର ମଧ୍ୟ ବଢ଼ିଛି। ୨୦୨୩ରେ ଭାରତର ଆନିମେ ବଜାର ୧୬୪୨.୫ ନିୟୁତ ଡଲାର ଥିବା ବେଳେ ଏହା ୨୦୩୨ ସୁଦ୍ଧା ୫,୦୩୬ ନିୟୁତ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ମୌଳିକ ଆଇ.ପି.ଗୁଡ଼ିକର (ବୌଦ୍ଧିକ ସମ୍ପତ୍ତି) ବିକାଶ ଏବଂ ଉପସ୍ଥାପନ ପାଇଁ ଭାରତୀୟ ନିର୍ମାତାମାନଙ୍କୁ ଢାଞ୍ଚାଗତ ସୁଯୋଗ ପ୍ରଦାନ କରି ଏହି କ୍ରମବର୍ଦ୍ଧିଷ୍ଣୁ ସୃଜନଶୀଳ ଶକ୍ତିର ଉପଯୋଗ କରାଯାଇଥିଲା। ଏହା ମୌଳିକ, ସାଂସ୍କୃତିକ ମୂଳ ଥିବା ଆଇ.ପି.ଗୁଡ଼ିକୁ ପ୍ରୋତ୍ସାହିତ କରି ଭାରତର ଗଣମାଧ୍ୟମ ଉଦ୍ୟୋଗରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିଥାଏ। ବିଶ୍ୱସ୍ତରରେ ଆନିମେ ଏବଂ ଡିଜିଟାଲ ସାକ୍ଷରତାର ବୃଦ୍ଧି ସହିତ ୱାମ୍! ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କୁ ବିଚାର ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥାଏ। ଏହା ପିଚ୍‌ ପାଇଁ ପ୍ରସ୍ତୁତ ଆଇ.ପି. ଗୁଡ଼ିକର ବିକାଶ, ଶିଳ୍ପ ପରାମର୍ଶଦାତାଙ୍କ ପ୍ରବେଶ ଏବଂ ସରକାରଙ୍କ ସମର୍ଥନ ପାଇଁ ଏକ ସ୍ପଷ୍ଟ ମାର୍ଗ ପ୍ରଦାନ କରିଥାଏ।

ଏହାକୁ ଆହୁରି ଜୀବନ୍ତ କରିବା ଲାଗି ବିଭିନ୍ନ ସ୍ତରରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ପେସାଦାରଙ୍କୁ ନେଇ ମାଙ୍ଗା, ଆନିମେ, ୱେବଟୁନ୍‌, ଭଏସ ଆକ୍ଟିଂ, କସପ୍ଲେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ସମେତ ଗୌହାଟୀ, କୋଲକାତା, ବାରଣାସୀ, ଦିଲ୍ଲୀ, ମୁମ୍ବାଇ, ନାଗପୁର, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମିଶାଇ ୧୧ଟି ସହରରେ ୱାମ୍‌ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରଛାତ୍ରୀ ଓ ପେସାଦାରବର୍ଗରେ ଫାଇନାଲିଷ୍ଟମାନଙ୍କୁ ଚୟନ କରାଯାଇଥିଲା। ଆନିମେସନ, କମିକ୍ସ, ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ଶିଳ୍ପ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ଚୟନ କରିଥିଲେ। ସ୍ୱରର ବିବିଧତା ଏବଂ କାହାଣୀ କହିବାର ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ଉଚ୍ଚ ସମ୍ଭାବନାପୂର୍ଣ୍ଣ ପ୍ରତିଭାମାନଙ୍କୁ ବିଶେଷଜ୍ଞମାନେ ଚୟନ କରିଥିଲେ। ଆଞ୍ଚଳିକ ରାଉଣ୍ଡରେ ଭାରତର ସମୃଦ୍ଧ ଭାଷାଗତ ଓ କଳାତ୍ମକ ବିବିଧତା ଦେଖିବାକୁ ମିଳିଥିଲା ଏବଂ ସୃଜନଶୀଳ ପ୍ରତିଭାର କୌଣସି ସୀମା ନାହିଁ ବୋଲି ଏଥିରୁ ପ୍ରମାଣିତ ହୋଇଥିଲା।

ଏହି ଦୃଢ଼ ମୂଳଦୁଆକୁ ଆଧାର କରି ଜାତୀୟ ସ୍ତରରେ ଫାଇନାଲ ଅନୁଷ୍ଠିତ ହେବ । ଏହା ପ୍ରତିଯୋଗୀମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ ପେସାଦାର ଭାବେ ବିକଶିତ କରିବ। ସେମାନେ ପ୍ରଯୋଜନା ଷ୍ଟୁଡିଓ ଆଗରେ ଲାଇଭ୍‌ ପିଚିଂ ବା ପ୍ରସ୍ତାବ ଉପସ୍ଥାପନ ଅଧୀବେଶନ, ନେଟୱର୍କିଂରେ ଅଂଶଗ୍ରହଣ କରିପାରିବେ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମ୍ମୁଖରେ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିବେ।

ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ସୃଜନଶୀଳ ନିର୍ମାତା ବା କ୍ରିଏଟରମାନେ ଏବେ ୱାମ ଅଭିମୁଖେ ଯିବେ। ୱେଭ୍ସ ୨୦୨୫ ଅବସରରେ ହେବାକୁ ଥିବା ଜାତୀୟ ସ୍ତରର ଫାଇନାଲରେ ସେମାନେ ଅନ୍ତର୍ଜାତୀୟ ବିଚାରକ ଓ ଦର୍ଶକଙ୍କ ଆଗରେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ। ଏଥିରେ ସଫଳ ହେଲେ ସେମାନଙ୍କୁ ଟୋକିଓରେ ଆନିମେ ଜାପାନ ୨୦୨୬ରେ ଭାଗ ନେବାର ସୁଯୋଗ ମିଳିବ। ଗୁଲମୋହର୍‌ ମିଡିଆ ଦ୍ୱାରା ହିନ୍ଦୀ, ଇଂରାଜୀ ଓ ଜାପାନୀରେ ଆନିମେ ଡବିଂ, ଟୁନ୍‌ ସୂତ୍ର ଦ୍ୱାରା ୱେବଟୁନ୍‌ ପ୍ରକାଶନ ଆଦିର ସୁବିଧା ମିଳିବ।

ୱାମ୍‌ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଏକ ସାଂସ୍କୃତିକ ଆନ୍ଦୋଳନ ଯାହାକୁ ଭାରତୀୟ ଗଣମାଧ୍ୟମ ପରିଦୃଶ୍ୟରେ ରହିଥିବା ବ୍ୟାପକ ବିଶ୍ୱସ୍ତରୀୟ ପ୍ରସାରର ଅଭାବ ଏବଂ ଭାରତୀୟ କାହାଣୀ ଉପରେ ଆଧାରିତ ମୌଳିକ ବିଷୟବସ୍ତୁ ଭଳି ପ୍ରମୁଖ ଶୂନ୍ୟସ୍ଥାନ ଦୂର କରିବା ନିମନ୍ତେ ପରିକଳ୍ପନା କରାଯାଇଛି । ୱେଭ୍ସ ୨୦୨୫କୁ ଆଉ ୯ ଦିନରୁ କମ୍‌ ସମୟ ବାକି ରହିଥିବା ବେଳେ ଏହାକୁ ନେଇ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହା ପ୍ରତିଭା, ମୌଳିକତା ଏବଂ କାହାଣୀ ବର୍ଣ୍ଣନାର ରୂପାନ୍ତରଣକାରୀ ଶକ୍ତିର ଏକ ଉତ୍ସବ।

ମାଙ୍ଗା ପ୍ରତିଯୋଗିତା
Share. Facebook Twitter LinkedIn Email WhatsApp Copy Link

Related Posts

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026
Latest News

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.