Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୪ ଦିନରେ ଓଡ଼ିଶା କର୍ମଚାରୀଙ୍କ ଡିଜିଟାଲ୍ ଆନ୍ଦୋଳନ: କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ଦାବି
ଆଜିର ଖବର

୧୪ ଦିନରେ ଓଡ଼ିଶା କର୍ମଚାରୀଙ୍କ ଡିଜିଟାଲ୍ ଆନ୍ଦୋଳନ: କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ଦାବି

April 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନୁରୋଧ କରିଥିଲେ ବି, ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉନାହାଁନ୍ତି। ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ୪୨ଟି ବିଭାଗରେ କାମ କରୁଥିବା ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ସାମିଲ୍ ହୋଇନାହାଁନ୍ତି।

ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଞ୍ଚାୟତରୁ ଲୋକସେବା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଫେସ୍‌ବୁକ୍ ଓ ସୋସିଆଲ୍ ମିଡ଼ିଆରେ ଜାହିର କରିଥିଲେ। କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କ ପାଇଁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ପ୍ରଦାନ କରୁଛନ୍ତି ତା’ସହିତ ସମସ୍ତ ଭାରତୀୟ ପ୍ରଶାସନ ସେବା ଅଧିକାରୀମାନେ (ଆଇ.ଏ.ଏସ୍‌.) ସୁବିଧା ପାଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ବାଦ୍ ପଡୁଛନ୍ତି। ନିକଟରେ ଝାଡ଼ଖଣ୍ଡ ସରକାର ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ପାଇଁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଘୋଷଣା କରିଛନ୍ତି।

ପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲ୍‌ନାଡୁ, ହିମାଚଳ ପ୍ରଦେଶ, କେରଳ ରାଜ୍ୟ କର୍ମଚାରୀଙ୍କ ପାଇଁ କ୍ୟାସ୍‌ଲେସ୍ ହେଲ୍‌ଥ କାର୍ଡ ଘୋଷଣା କରିସାରିଛନ୍ତି। ସରକାରଙ୍କ ପ୍ରଚଳିତ ଆର.ସି.ଏମ୍‌. ଯୋଜନା ଉଚ୍ଛେଦ କରି କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ ଲାଗୁ ପାଇଁ ସବୁଆଡ଼େ ଆଲୋଚନା ଚାଲିଛି। ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ପ୍ଲାକାର୍ଡ  ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ, ତା’ ପରବର୍ତ୍ତୀ କାର୍ଯ୍ୟକ୍ରମ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବେ। ଯଦି ସରକାର ନ ଶୁଣନ୍ତି କଳାବ୍ୟାଚ ପିନ୍ଧି କର୍ମଚାରୀମାନେ କାମ କରିବେ।

ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ଭୁବନେଶ୍ୱରସ୍ଥ ଗାନ୍ଧୀମାର୍ଗରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ମିଳିତ ଭାବେ ଆନ୍ଦୋଳନ କରିବେ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ, ଅଶ୍ୱିନୀ ମିଶ୍ର, ପ୍ରଭାତ ମହାନ୍ତି, ପ୍ରଦୀପ ପ୍ରଧାନ, ଶୁଭ୍ରଜିତ୍ ପ୍ରତିହାରୀ, ପ୍ରଶାନ୍ତ ରାଉତରାୟ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ସୁଧାଂଶୁ ପାତ୍ର, ରଶ୍ମି ପାଢୀ, ତୁଷାରକାନ୍ତି ରାଉତ, ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ, ଆଦିତ୍ୟନାରାୟଣ ସ୍ୱାଇଁ, ଅନୀତା ବେହେରା, ଶିବ ଶଙ୍କର ସାହୁ, ବିପିନ୍ ବିହାରୀ ପରିଡ଼ା ପ୍ରମୁଖ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ଓଡିଶା କର୍ମଚାରୀ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ସୋସିଆଲ୍ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026
Latest News

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ୟୁଏଇ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.