Categories
ଆଞ୍ଚଳିକ

ଟ୍ଵିଟର ଠାରୁ ବହୁ ଦୂରରେ ଚିଲିକା ବ୍ଲକ ଓ ତହସିଲ ପ୍ରଶାସନ: ହେଉନି ଅପଡେଟ, ବଢୁନି ଫଲୋଅର

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ୫-ଟି ନିୟମକୁ ପ୍ରାଧାନ୍ୟ ଦେବାସହ ଜିଲ୍ଲାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ତଥା ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ଟ୍ୱିଟରରେ ଅପଡେଟ କରୁଥିବାବେଳେ କିନ୍ତୁ ତଳସ୍ତରରେ ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ଷ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ କୌଣସି ତଥ୍ୟ ଅପଡେଟ କରାଯାଉନାହିଁ।

ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ ବୋଲି ସରକାରୀ ନିର୍ଦ୍ଦେଶଥିବା ବେଳେ ଚିଲିକା ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଉକ୍ତ ଦୁଇ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ତହସିଲ ଓ ବ୍ଲକ ପ୍ରଶାସନ ତରଫରୁ ଟ୍ୱିଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି, ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟ୍ୱିଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ଉକ୍ତ ଅଭିଯୋଗଗୁଡିକ ଉପରେ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟ୍ୱିଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥୁବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି।

ବର୍ଷେ ପୂର୍ବେ ବଦଳି ହୋଇଥିବା ଚିଲିକା ବିଡ଼ିଓ ସୁଷମା ବାରିକଙ୍କ ଫୋଟୋ ଅଦ୍ୟାବଧି ଚିଲିକା ବିଡ଼ିଓଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଥିବା ବେଳେ ବର୍ଷ ବର୍ଷ ଧରି ସେଥିରେ କୌଣସି ଅପଡେଟ ଦିଆଯାଉନାହିଁ।

ସେହିପରି ଭାବେ ଦୁଇ ବର୍ଷ ପୂର୍ବେ ଚିଲିକା ତହସିଲଦାର ଥିବା ପୁନମ ମହାପାତ୍ରଙ୍କ ଶେଷ ଅପଡେଟ ପରେ ଅଫିସିଆଲ ଚିଲିକା ତହସିଲ ଆକାଉଣ୍ଟରେ କୌଣସି ଅପଡେଟ ହେଉନାହିଁ। ଫଳରେ ଜନସାଧାରଣ ଏବଂ ବୁଦ୍ଧିଜୀବୀ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ ରୂପାୟନ ବିଷୟରେ ସୂଚନା ପାଇପାରୁନାହାନ୍ତି ଏବଂ ବିଭିନ୍ନ ଅଭିଯୋଗର ସମାଧାନ ଟ୍ୱିଟର ମାଧ୍ୟମରେ ପାଇପାରୁନାହାନ୍ତି।

ତେବେ ବାଣପୁର ବ୍ଲକ, ତହସିଲ, ଏନଏସି ଏବଂ ବାଲୁଗାଁ ଏନଏସି ଆଦିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ନିୟମିତ ବ୍ୟବଧାନରେ ନହେଲେ ମଧ୍ୟ ସମୟ ସମୟରେ ବିଭିନ୍ନ ଅପଡେଟ ପୋଷ୍ଟ କରାଯାଉଛି। ଉକ୍ତ ବିଷୟକୁ ଖୋର୍ଦ୍ଧା ଜିଲ୍ଲାପାଳ ଗୁରୁତ୍ୱ ଦେବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଖାଇବା ଏବଂ ପିଇବା ପରି ଡିଜିଟାଲ୍ ବ୍ରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏହାକୁ କେବେ ଏବଂ କାହିଁକି କରିବେ?

ଭୁବନେଶ୍ଵର: ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଆମର ସ୍ମାର୍ଟଫୋନ୍ ବ୍ୟବହାର କରିବାର ସମୟ ବର୍ଷକୁ ବର୍ଷ ବଢୁଛି। ପୂର୍ବରୁ ସେମାନେ ଟିକିଏ ଟିଭି ମଧ୍ୟ ଦେଖୁଥିଲେ, କିନ୍ତୁ ବର୍ତ୍ତମାନ ଲୋକମାନେ ଟିଭି ଦେଖିବା ସମୟରେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ସ୍ମାର୍ଟଫୋନ୍ ଦୁନିଆରେ କେହି ଜଣେ ସୋସିଆଲ୍ ମିଡିଆରେ ବାନ୍ଧି ହୋଇ ରୁହନ୍ତି ଏବଂ କେହି କେହି ଭିଡିଓ ଦେଖିବାରେ ବ୍ୟସ୍ତ ଅଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ୍ ପିଲାମାନଙ୍କ ଠାରୁ ବୁଢାମାନଙ୍କ ହାତରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଫଟୋଗ୍ରାଫ୍ ପାଇଁ କେବଳ କ୍ୟାମେରା ନୁହେଁ ସ୍ମାର୍ଟଫୋନ୍ ବ୍ୟବହାର କରାଯାଉଛି। ଲୋକମାନେ ବ୍ଲଗ୍ ତିଆରି କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଲୋକମାନେ ନିଜ ମନକୁ ଶାନ୍ତ କରିବା ପାଇଁ ଭ୍ରମଣ କରୁନାହାଁନ୍ତି, କିନ୍ତୁ ସ୍ମାର୍ଟଫୋନରୁ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ସ୍ମାର୍ଟଫୋନ୍ ଚାରିପାଖରେ ଆମେ ଆମର ନିଜର ଛୋଟ ଦୁନିଆ ସୃଷ୍ଟି କରିଛୁ। କିନ୍ତୁ ସ୍ମାର୍ଟଫୋନରେ ଏତେ ଅଧିକ ରହିବାର ଅଭ୍ୟାସ ଆଦୌ ଭଲ ନୁହେଁ। ଏଭଳି ପରିସ୍ଥିତିରେ ଡିଜିଟାଲ ଉପବାସ ଏକ ଭଲ ସମାଧାନ ଭାବରେ ଉଭା ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ….

ଡିଜିଟାଲ୍ ଉପବାସ କ’ଣ?:

ଡିଜିଟାଲ୍ ଉପବାସ ଗୋଟିଏ କିମ୍ବା ସପ୍ତାହରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ଏକ ସୀମା ନିର୍ଦ୍ଧାରଣ କରେ। ଡିଜିଟାଲ୍ ଉପବାସରେ ଲୋକମାନେ କେବଳ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଟେକ୍ନୋଲୋଜି ବ୍ୟବହାର କରନ୍ତି। ଫୋନ୍, ଟାବଲେଟ୍ କିମ୍ବା ଲାପଟପ୍ ସାଧାରଣତଃ ଏହି ଉପବାସରେ ଅନ୍ତର୍ଭୁକ୍ତ। ଡିଜିଟାଲ୍ ଉପବାସ ଅନେକ ନାମ ଦ୍ୱାରା ଜଣାଶୁଣା- ଡିଜିଟାଲ୍ ଡିଟକ୍ସ, ଡୋପାମାଇନ୍ ଫାଷ୍ଟିଙ୍ଗ, ଅନପ୍ଲଗିଙ୍ଗ ଫ୍ରମ ଟେକ୍ନୋଲୋଜି ଏବଂ ଡିଜିଟାଲ୍ ବିଶ୍ରାମ ଇତ୍ୟାଦି।

ଡିଜିଟାଲ୍ ଉପବାସର ଲାଭ:

ନିତ୍ୟକର୍ମରେ ଡିଜିଟାଲ୍ ଉପବାସ ଅନ୍ତର୍ଭୁକ୍ତ କଲେ ଆପଣଙ୍କର ସମ୍ପର୍କ ଅଧିକ ଶକ୍ତିଶାଳୀ ହୁଏ।

ଆପଣ ଫଳପ୍ରଦ କାର୍ଯ୍ୟ କରିପାରିବେ।

ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ।

ଉନ୍ନତ ଜିନିଷ ପାଇଁ ଆପଣ ସମୟ ପାଇବେ।

ଡିଜିଟାଲ୍ ଉପବାସ କାହିଁକି ଗୁରୁତ୍ୱପୂର୍ଣ୍ଣ?:

ସମୟ ସହିତ ପରଦାରେ ଲାଗି ରହିବାର ଅଭ୍ୟାସ ନିଶାରେ ପରିଣତ ହୋଇଛି। ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ସମୟ ସହିତ ଏହି ନିଶା ବୃଦ୍ଧି ପାଉଛି। ୨୦୧୯ ରେ ଭାରତର ଲୋକମାନେ ପ୍ରାୟ ସାଢେ ତିନି ଘଣ୍ଟା ପରଦାରେ ବିତାଉଥିଲେ। ୨୦୨୧ ମସିହାରେ ଭାରତୀୟମାନେ ମୋବାଇଲ୍ ପରଦାରେ ବର୍ଷର ୬ ହଜାର ୫୫୦ କୋଟି ଘଣ୍ଟା ଖର୍ଚ୍ଚ କରିଥିଲେ। ୨୦୧୯ ତୁଳନାରେ ଆମେ ୩୭ ପ୍ରତିଶତ ବୃଦ୍ଧି ଦେଖିଛୁ। ଫୋନରେ ସମୟ ବିତାଇବା ଦୃଷ୍ଟିରୁ ବ୍ରାଜିଲ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଏବଂ ମେକ୍ସିକୋ ପରେ ଆମ ଦେଶ ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ବର୍ତ୍ତମାନ ଲୋକମାନେ ପ୍ରାୟ ୬ ଘଣ୍ଟା ପାଇଁ ନିଜ ଫୋନ୍ ସ୍କ୍ରିନ୍ ଦେବା ଆରମ୍ଭ କରିଛନ୍ତି।

ଡାକ୍ତରମାନେ କେବେ ଉପବାସକୁ ସୁପାରିଶ କରନ୍ତି?:

ଅନ୍ୟପକ୍ଷରେ ଯୁବକମାନଙ୍କ କ୍ଷେତ୍ରରେ ଏହି ବିଷୟ ଅଧିକ ଚିନ୍ତାଜନକ ଅଟେ। ଯୁବକମାନେ ଅନଲାଇନରେ ଦୈନିକ ପ୍ରାୟ ୮ ଘଣ୍ଟା ବିତାଉଛନ୍ତି। ଫୋନରେ ଘଣ୍ଟା ବିତାଇବା ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ସୋସିଆଲ ମିଡିଆର ନିଶା ଲୋକଙ୍କ ଆଚରଣ ଏବଂ ପ୍ରକୃତିକୁ ବିରକ୍ତ କରୁଛି। ମାନସିକ ସମସ୍ୟା ବୃଦ୍ଧି ପାଉଛି। ସମସ୍ୟା ସୀମା ଅତିକ୍ରମ କଲାବେଳେ ଡାକ୍ତରମାନେ ଡିଜିଟାଲ ଡିଟକ୍ସ କିମ୍ବା ଡିଜିଟାଲ ଉପବାସକୁ ସୁପାରିଶ କରନ୍ତି।

Categories
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଭିଯୋଗ ଶୁଣିବାରେ ବିଫଳ ବାଣପୁର ଓ ଚିଲିକା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଗତବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ସରକାରଙ୍କ ୫-ଟି ନିୟମକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିଲେ ଏବଂ ଅକ୍ଟୋବର ୨୩ ତାରିଖରେ ସୋସିଆଲ୍ ମିଡିଆ ଟୁଇଟର ସହ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌରାଞ୍ଚଳ ଏବଂ ଅନ୍ୟ ଗୁରୁତ୍ୱ ବିଭାଗକୁ ମିଶାଇ ସମୁଦାୟ ୩୭ ଗୋଟି ନୂତନ ଆକାଉଣ୍ଟକୁ ଯୋଡ଼ିଥିଲେ।

ଉଦ୍ଦେଶ୍ୟ ଥିଲା ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ। ତତ ସହିତ ସମସ୍ତ ସରକାରୀ ତଥା ଜନହିତକର କାର୍ଯ୍ୟକ୍ରମ ଗୁଡିକର ସୂଚନା ଉକ୍ତ ଆକାଉଣ୍ଟରେ ପୋଷ୍ଟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ଯାହାଫଳରେ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢି ଉଠିବା ସହିତ ସରକାରୀ କର୍ମଚାରୀ ମାନେ ନିଜର କାର୍ଯ୍ୟକୁ ତ୍ଵରିତ କରିପାରିବେ।

କିନ୍ତୁ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖିବାକୁ ମିଳୁଛି। ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି, ବାଲୁଗାଁ ଏନଏସି, ଚିଲିକା ତହସିଲ ଓ ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଛି।

ପ୍ରଶାସନ ତରଫରୁ ଟୁଇଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟୁଇଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟୁଇଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି। ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟକାରୀ କରିଥିବା ‘ ଓସ୍ୱାସ’ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି।

ସୂଚନା ଥାଉକି ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟରେ ଶେଷ ଅପଡେଟ ଏପ୍ରିଲ ୩ ରେ ହୋଇଥିବା ବେଳେ ଚିଲିକା ତହସିଲର ଗତବର୍ଷ ଡ଼ିସେମ୍ବର ୩ ରେ ହୋଇଥିଲା। ସେହିପରି ଭାବେ ବାଣପୁର ବ୍ଲକର ଗତବର୍ଷ ଡ଼ିସେମ୍ବର ୧୮ ତାରିଖ, ଚିଲିକା ବ୍ଲକର ମଇ ୬ ତାରିଖ, ବାଣପୁର ଏନଏସି ର ମଇ ୫ ତାରିଖ ଏବଂ ବାଲୁଗାଁ ଏନଏସି ର ମାର୍ଚ୍ଚ ୧୮ ତାରିଖରେ ଶେଷ ଟ୍ୱିଟର ଅପଡେଟ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ତହସିଲ ଟ୍ୱିଟର ଆକାଉଣ୍ଟରୁ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ମାର୍ଚ୍ଚ ୧୩ ତାରିଖରେ ଏବଂ ଚିଲିକା ତହସିଲ ଟ୍ୱିଟର ଆକାଉଣ୍ଟରୁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଦିଆଯାଇଥଲା।

ସେହିପରି ଭାବେ ବାଣପୁର ବ୍ଲକର ମାର୍ଚ୍ଚ ୫ ତାରିଖ, ବାଣପୁର ଏନଏସି ର ଗତବର୍ଷ ଡ଼ିସେମ୍ବର ୧୦ ତାରିଖ, ବାଲୁଗାଁ ଏନଏସି ର ଗତବର୍ଷ ଫେବୃଆରୀ ୭ ତାରିଖରେ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ଦିଆଯାଇଥିବା ବେଳେ ଚିଲିକା ବିଡ଼ିଓଙ୍କ ଆକାଉଣ୍ଟରୁ ଜମାବି ଉତ୍ତର ଦିଆଯାଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସୋସିଆଲ୍ ମିଡିଆ ରାଉଟରକୁ ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଆୟୁଷ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ କୁଡାନାଳୀ ଗ୍ରାମର କୁନି ୱେବଡ଼ିଜାଇନର ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡ଼ିଆକୁ (ରାଉଟର) ଏବେ ନୂତନ ଭାବେ ୧୩ ଟି ଆଂଚଳିକ ଭାଷା ର ନୂତନ ସଂସ୍କରଣ ର ଶୁଭଲୋକାର୍ପଣ ପାଇଁ ଏହାର ନିର୍ମାତା ୧୪ ବର୍ଷ ବୟସ୍କ ଆୟୁଷ ରଞ୍ଜନ ରାଉତ ଭାରତର ପ୍ରଧାନମନ୍ତ୍ରୀ ତଥା ଡିଜିଟାଲଇଣ୍ଡିଆର ପରିକଳ୍ପନା କରିଥିବା ନରେନ୍ଦ୍ର ମୋଦିଙ୍କୁ ଭରଚୁଆଲ ମାଧ୍ୟମରେ କରିବା ପାଇଁ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କ ଜରିଆରେ ନିମନ୍ତ୍ରଣ କରିଛନ୍ତି। ଏ ସମ୍ବନ୍ଧୀୟ ନିମନ୍ତ୍ରଣ ପତ୍ର ଆଜି ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଆୟୁଷ ପ୍ରଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଆୟୁଷ ମାତ୍ର ୧୩ ବର୍ଷ ବୟସରେ ୨୦୨୦ ଲକଡାଉନ ସମୟରେ ଏହି ସୋସିଆଲ ମିଡ଼ିଆ (ରାଉଟର) ନିର୍ମାଣ କରି ବେଶ  ହୋଇଥିଲେ। ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ରାଜଭବନ ଡକାଇ ଆଶୀର୍ବାଦ ପ୍ରଦାନ କରିଥିଲେ। ବର୍ତ୍ତମାନ ୧୩ ଭାଷାଭାଷୀ ଙ୍କ ପାଇଁ “ରାଉଟର” କୁ ନିର୍ମାଣ କରାଯାଇଛି ଓ ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଲୋକାର୍ପଣ କରିବା ଲକ୍ଷ୍ୟ ରହିଥିବାରୁ ସମ୍ବଲପୁରସାଂସଦ ଙ୍କ ଜରିଆ ନିମନ୍ତ୍ରଣ ପଠାଇଲେବୋଲି ଆୟୁଷ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି।

ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି। ସବୁ କିଛି ହାତ ପାହାନ୍ତାରେ ମିଳୁଛି। କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍‌ ସହିତ ସଂଶ୍ଳିଷ୍ଟ। ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ। କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ।

ଗୋଟେ ମିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ। ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ। ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ।

ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି। ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍‌ଫର୍ମେସନ୍‌) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ପରେଶ ଦାସ। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି।

ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍‌ଡ ନ୍ୟୁଜ୍‌) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର। ତାଙ୍କ ସହିତ ଆର୍‌ଜେ କେପି ଏବଂ ଆର୍‌ଜେ ସବ୍‌ନମ୍ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍‌) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍‌ର ଚିଫ୍‌ କୋ-ଏଡିଟର୍ ସୁଦାମ୍‌ବନ୍ଧୁ ଭଟ୍ଟମିଶ୍ର। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏବଂ ଆର୍‌ଜେ କେପି ଆଲୋଚନା କରିଥିଲେ।

ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍‌, ଚେକ୍‌, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ। ତାଙ୍କ ସହ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ସବ୍‌ନମ୍ ଓ ଆର୍‌ଜେ କେପି। ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍‌ଜେ ସବ୍‌ନମ୍‌, ଆର୍‌ଜେ ରମାବଲ୍ଲଭ ଓ ଆର୍‌ଜେ କେପି।

ସେହିପରି ଭୁଲ୍ ସମ୍ବାଦ (ମିସ୍‌ଇନ୍‌ଫର୍ମେସନ୍‌) କୁ ଭିତ୍ତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ଗୌର ଏବଂ ଆର୍‌ଜେ ସବ୍‌ନମ୍।

ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।