Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ରୋଜଗାର ମେଳା ଆୟୋଜିତ: ୨୫୮ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱରରେ ରୋଜଗାର ମେଳା ଆୟୋଜିତ: ୨୫୮ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

April 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଯୋଜନାର ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଏହିକ୍ରମରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଏକ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର, ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ୨୫୮ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକ୍ରମେ ୨୦୨୨ ଠାରୁ ଆରମ୍ଭ ହୋଇଥିବା ରୋଜଗାର ମେଳାଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦିଆଯାଇସାରିଛି। ଆଜି ପଞ୍ଚଦଶ ରୋଜଗାର ମେଳା ଆୟୋଜନ କରାଯାଉଛି। ସେ ଆହୁରି କହିଥିଲେ, ମୋଦୀଜୀଙ୍କ ସୁଶାସନ ଏବଂ ଦୂରଦୃଷ୍ଟି କାରଣରୁ ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର ଦେଢ଼ଗୁଣ ଅଧିକ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରୀ ନୀତିରେ ପାରଦର୍ଶିତା ଆସିଛି। ସୁଶାସନର ଅନେକ ନୂଆ ମାନଦଣ୍ଡ ପ୍ରତିଷ୍ଠା ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅନେକ ପ୍ରଗତି ହୋଇଛି। ଆଜି ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତାହାର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ। ଯୁବବର୍ଗ ଓ ମହିଳାଙ୍କ ସ୍ୱପ୍ନ ଶିଖର ଛୁଇଁଛି ଏବଂ ସେମାନଙ୍କର ଆକାଂକ୍ଷା ପୂରଣ ହେଉଛି। ଦେଶରେ ଆସିଥିବା ବ୍ୟାପକ ପରିବର୍ତ୍ତନ କାରଣରୁ ଦେଶର ନାଗରିକଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ମିଳିପାରୁଛି। ଗାଁ ଲୋକମାନେ ମଧ୍ୟ ଆଜି ଡିଜିଟାଲ ସେବାର ଲାଭ ପାଇପାରୁଛନ୍ତି। ଦେଶର ଯୁବବର୍ଗ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଲହୋତ୍ରା ଆହୁରି କହିଥିଲେ, ସରକାରୀ କର୍ମଚାରୀମାନଙ୍କୁ କର୍ମଯୋଗୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ କର୍ମଯୋଗୀ ଏବଂ ଆଇ-ଗଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ୧୪ଶହରୁ ଅଧିକ ପାଠ୍ୟକ୍ରମ ରହିଛି। ଏସବୁ ପାଠ୍ୟକ୍ରମ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସ୍ୱତନ୍ତ୍ର ସହାୟତା ଲାଭ କରିବା ସହିତ ନିଜ ଦକ୍ଷତାରେ ସୁଧାର ଆଣିପାରୁଛନ୍ତି। ଏବେ ସୁଦ୍ଧା ୧କୋଟିରୁ ଅଧିକ କର୍ମଚାରୀ ଏସବୁ ପାଠ୍ୟକ୍ରମର ଲାଭ ଉଠାଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ସିଜିଏସଟି ଏବଂ ସୀମାଶୁଳ୍କ, ଭୁବନେଶ୍ୱର ପ୍ରାନ୍ତ ମୁଖ୍ୟ ଆୟୁକ୍ତ ଏମ.ଏସ. ରେଡ୍ଡୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର, ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମୁଖ୍ୟ ଡାକପାଳ ନିର୍ମଳଜିତ ସିଂଙ୍କ   ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ନରେନ୍ଦ୍ର ମୋଦୀ ନିଯୁକ୍ତି ପତ୍ର ଭୁବନେଶ୍ୱର ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.