Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ପଶ୍ଚିମ ଓଡିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ପଶ୍ଚିମ ଓଡିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ନିରୀକ୍ଷଣ

April 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପଶ୍ଚିମ ଓଡିଶା ଅଞ୍ଚଳର ସମ୍ବଲପୁର–ଝାରସୁଗୁଡା ରେଳ ସେକ୍ସନରେ ଚାଲୁରହିଥିବା ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଟ୍ରାଫିକ୍ ସୁବିଧା ଉନ୍ନତି କାର୍ଯ୍ୟର ବ୍ୟାପକ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣରେ ଝାରସୁଗୁଡା ରୋଡ଼, ବୃନ୍ଦାମାଲ, ଲପଙ୍ଗା ଓ ସରଲା ଷ୍ଟେସନକୁ ଯୋଗ କରାଯାଇଛି ଏବଂ ଏହା ସହିତ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ସମର୍ଥନ କରୁଥିବା ରେଲୱେ ସାଇଡିଂ ଓ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଇଛି।

ଶ୍ରୀ ଫୁଙ୍କୱାଲଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଥିବା ପ୍ରମୁଖ ପ୍ରକଳ୍ପଗୁଡିକରେ ରହିଛି _ ଲପଙ୍ଗାରେ ଥିବା BPSL ସାଇଡିଂ, ଝାରସୁଗୁଡା ରୋଡ ଷ୍ଟେସନ, ବୃନ୍ଦାମାଲ–ଝାରସୁଗୁଡା ଫ୍ଲାଇଓଭର, ବୃନ୍ଦାମାଲର MAVB ସାଇଡିଂ ଓ ଯାର୍ଡ ଓ ସାରଲା ଫ୍ରେଟ୍ ଟ୍ରେନ ପରୀକ୍ଷଣ ଡିପୋ।

ଶ୍ରୀ ଫୁଙ୍କୱାଲ ମଧ୍ୟ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ସୁବାଶ ସି. ଚୌଧୁରୀ ଓ ରେଳପଥର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଟ୍ରାଫିକ୍ ସୁବିଧା, ରେଲୱେ ଭିତ୍ତିଭୂମି ଓ ଟ୍ରେନ ପରିଚାଳନା ସମ୍ପର୍କିତ ଉନ୍ନତି ବିଷୟରେ ସମୀକ୍ଷା କରିଛନ୍ତି।

ସରଲା ଷ୍ଟେସନରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ନିରୀକ୍ଷଣ କରିବା ଏହି ଗସ୍ତର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଥିଲା।  ଏହି ଟ୍ରେନ ପରୀକ୍ଷଣ ଓ ରୁଟିନ ଓଭରହୌଲିଙ୍ଗ ସୁବିଧା ପ୍ରତିମାସରେ 90 ରୁ 100ଟି ଟ୍ରେନ୍ ଏଗ୍ଜାମିନେସନ ଓ 100 ଟି ରେକ୍ ରୁଟିନ ଓଭରହୌଲିଙ୍ଗ ସମ୍ପାଦନ କରିପାରିବ ଯାହା ଟ୍ରେନ ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ସହ BTAP ୱାଗନ୍‌ର ଟର୍ଣ୍ଣଏରାଉଣ୍ଡ ସମୟକୁ ୩୦% କମେଇପାରିବା ସହିତ ଲୋଡିଂ କ୍ଷମତା ଓ ସୁରକ୍ଷାକୁ ଉନ୍ନତ କରିବ।

ଏହି ସୁବିଧା ଇସ୍ପାତ, ଆଲୁମିନିୟମ ଓ କୋଇଲା ଅଭିମୁଖୀ ଶିଳ୍ପକୁ ସମର୍ଥନ କରି ବ୍ୟାପକ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରାଇବା ସହ ଚାକିରି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମହାପ୍ରବନ୍ଧକ ମଧ୍ୟ ଶିଳ୍ପ ବ୍ୟବସ୍ଥାପନାରେ ନିକଟ ମିଳିତ କାର୍ଯ୍ୟସୂଚୀ ଓ ସମନ୍ୱୟ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଦେଇଥିଲାବେଳେ ରେଲୱେର କାର୍ଯ୍ୟକୁଷଳତା ବୃଦ୍ଧି ଓ ଜାତୀୟ ଅର୍ଥନୀତିକୁ ଲାଭ ଦେଇପାରିବ ବୋଲି ଆଶା କରାଯାଉଅଛି।

ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଷ୍ଟେସନ ଓ ଯାର୍ଡ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ସହିତ ଯାତ୍ରୀ ସୁବିଧା ଯେପରିକି ଉନ୍ନତ ପ୍ରତିକ୍ଷା କକ୍ଷ, ଉତ୍ତମ ଆଲୋକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା ଓ ଭଲ ସାଇନେଜ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉନ୍ନତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ଯାହା ଯାତ୍ରୀମାନଙ୍କ ପାଇଁ ନିରାପଦ ଓ ସୁବିଧାଜନକ ଅନୁଭୂତି ନିଶ୍ଚିତ କରିବ।

ପରମେଶ୍ୱର ଫୁଙ୍କୱାଲ ପଶ୍ଚିମ ଓଡିଶା ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.