Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଲେପୁରରେ ନବନିର୍ମାଣ “କୃଷକ ସ୍ବାଭିମାନ ଦିବସ, କୃଷକଙ୍କ ମୁକ୍ତି ପାଇଁ ମଧୁସୂଦନଙ୍କ ପୀଠରୁ ସଂଗ୍ରାମ ଆରମ୍ଭ
ଆଜିର ଖବର

ସାଲେପୁରରେ ନବନିର୍ମାଣ “କୃଷକ ସ୍ବାଭିମାନ ଦିବସ, କୃଷକଙ୍କ ମୁକ୍ତି ପାଇଁ ମଧୁସୂଦନଙ୍କ ପୀଠରୁ ସଂଗ୍ରାମ ଆରମ୍ଭ

April 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
krushak
ସାଲେପୁରରେ ନବନିର୍ମାଣ “କୃଷକ ସ୍ବାଭିମାନ ଦିବସ, କୃଷକଙ୍କ ମୁକ୍ତି ପାଇଁ ମଧୁସୂଦନଙ୍କ ପୀଠରୁ ସଂଗ୍ରାମ ଆରମ୍ଭ

ସାଲେପୁର: ନବ ଓଡ଼ିଶାର ନିର୍ମାତା କୁଳବୃଦ୍ଧ ମଧୁସୂଦନଙ୍କ ୧୭୭ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପାଗା ହାଟରେ ଏକ “କୃଷକ ସ୍ବାଭିମାନ ସମାବେଶ ନବନିର୍ମାଣ କୃଷକ ସଂଗଠନ ତରଫରୁ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ଅନ୍ୟ କର୍ମକର୍ତ୍ତାମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ସେଠାରୁ ଏକ ପଦଯାତ୍ରାରେ ବାହାରି ପାଗା ହାଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀମାନଙ୍କୁ ସମ୍ବୋଧିତ କରି ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବାରେ ରାଜନେତା, ଅମଲାତନ୍ତ୍ର ଯେଉଁ ବିଫଳ ହୋଇଛନ୍ତି ତାକୁ ସାକାର କରିବାକୁ ସଂଗ୍ରାମ କରିବା ପାଇଁ ମଧୁବାବୁଙ୍କ ମାଟିରୁ ହିଁ ସଂକଳ୍ପ ନେଇଥିଲେ।

ଏଣିକି ଚାଷୀ ଆଉ ୫ ହଜାର ନୁହେଁ, ମାସକୁ ୧୦ ହଜାର ଟଙ୍କା ପେନସନ୍ ମାଗିବ ବୋଲି ସେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂ. ଅକ୍ଷୟ ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର, ତାପସ ରାଉତରାୟ ପ୍ରମୁଖ ଚାଷୀଙ୍କ ଦାବୀକୁ ଚାଷୀଙ୍କ ବାହାରେ କିଭଳି ଓକିଲ, ବୁଦ୍ଧିଜୀବୀ ଓ ଅନ୍ୟାନ ବର୍ଗର ଲୋକେ ସମର୍ଥନ କରିବେ ସେଥିପାଇଁ ଉଦ୍ୟମ କରିବାକୁ କହିଥିଲେ।

ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ, ଉମାକାନ୍ତ ଭାରତ, ଶୁଭେନ୍ଦୁ ସାମଲ, କାଶୀନାଥ ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖି ଚାଷୀ ଅବହେଳା ଉପେକ୍ଷା ଏବେ ବି ରାଜ୍ୟରେ ବଢ଼ୁଛି ଓ ନୂଆ ସରକାର ଚାଷୀଙ୍କ ସମସ୍ୟା ସମାଧାନରେ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ସରକାର ଚାଷୀ ବିରୋଧି ନୀତି ପ୍ରତ୍ୟାହାର ନକଲେ ଏମାନଙ୍କୁ ବି କ୍ଷମତାରୁ ପ୍ରସ୍ଥାନ କରି ଦିଆଯିବାର ରାସ୍ତ ଦେଖାଇଦିଆଯିବ ବୋଲି ନେତୃମଣ୍ଡଳୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ରାଜ୍ୟ କମିଟି ସଭ୍ୟ ଅମୀର ପଟ୍ଟନାୟକ, ମୟୁରଭଞ୍ଜ ପ୍ରଭାରୀ ଦିନେଶ ଦାସ, ଢେଙ୍କାନାଳ ପ୍ରଭାରୀ ଅଶ୍ବନୀ ଜେନା, ଗଜପତି ପ୍ରଭାରୀ ରଣଜିତ ପଟ୍ଟନାୟକ, ବିଳାସୀନ ମାହନ୍ତ, ରାଇମଣୀ ବିଶ୍ବାଳ, ଖଗେଶ୍ବର ମାହନ୍ତ, ସୁଧାକର ପରିଡ଼ା, ଦୋଳଗୋବିନ୍ଦ, ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ସତ୍ୟ ନାୟକ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରୂପେଶ ପ୍ରଧାନ, ରଘୁନାଥ ନାୟକ, ଭାବଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ।

ଅକ୍ଷୟ କୁମାର ନବନିର୍ମାଣ କୃଷକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025
Latest News

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.