Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧାର ୧୯ ତମ ବାର୍ଷିକ ଉତ୍ସବ ପାଳିତ
ଆଜିର ଖବର

ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧାର ୧୯ ତମ ବାର୍ଷିକ ଉତ୍ସବ ପାଳିତ

April 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜବାହର ନବୋଦୟ ବିଦ୍ୟାଳୟ ଭାରତ ବର୍ଷରେ ଗାଆଁ ଗହଳିରେ ମେଧା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଇ ଭଲ ମଣିଷ ଗଢି ତୋଳିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଜବାହର ନବୋଦୟ ବିଦ୍ୟାଳୟ ଏକ ବିଦ୍ୱାନ ଅନୁଷ୍ଠାନ ଓ ସଂଘ ଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ବୋଲି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଗୁରୁଜଙ୍ଗା ଠାରେ ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ର ୧୯ତମ ବାର୍ଷିକ ଉତ୍ସବରେ ନାଇଯର,ଭୁବନେଶ୍ୱର ଶାଖା ପ୍ରଫେସର ତଥା ସଂଯୋଜକ, ପଦାର୍ଥ ବିଜ୍ଞାନ ଡ. ଶୁଭଙ୍କର ବେଦାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପୋରକ୍ତ ବିଷୟ ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ରଶ୍ମିବାଲା ପରିଡ଼ା ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ପ୍ରତିଯୋଗିତାରେ ପାସ କରି ପିଲାମାନେ ପଢୁଛନ୍ତି ବୋଲି ଉତ୍ଥାପନ କରି ପିଲାମାନେ ନିଜ ସିଦ୍ଧାନ୍ତରେ ନିଜ ଲକ୍ଷ୍ୟ ସ୍ଥିରକରି ଶିକ୍ଷକ ଶିକ୍ଷୟତ୍ରୀ, ନିଜ ପିତାମାତା ଙ୍କ ଆସ୍ରିବାଦ ନେଇ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।

ମୁଖ୍ୟ ବକ୍ତାଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଡିନ ମ୍ୟାନେଜମେଣ୍ଟ ଷ୍ଟଡିଜ ଡ. ବିପ୍ଳବ କୁମାର ବିଶ୍ଵାଳ ଯୋଗଦେଇ କହିଲେ ଯେ ବିଦ୍ୟା ବିନମ୍ର, ଭଲପାତ୍ର , ଭଲ ଅର୍ଥ ଅର୍ଜନ କରିବା, ଭଲ ସୁଖ ଓ ଭଲ ଧର୍ମ କରିବାର ସୁଯୋଗ ଦେଇଥାଏ। ଏଣୁ ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ତାହାକୁ ବିକଶିତ କରିବାପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟା ଅର୍ଜନ କରିବାସହ ସମ୍ବେଦନଶୀଳ ହୋଇ ପ୍ରକୃତିକୁ ସୁରକ୍ଷା କରିବାର ଦାୟିତ୍ଵ ବହନ କରିବାକୁ ମଧ୍ୟ ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟରେ ପିଲାମାନଙ୍କୁ ବୁଝାଇଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ କୁ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷା କବିତା କର ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ l ପରେ ମୁଖ୍ୟ ଅତିଥି ଓ ଅତିଥି ଗଣ ବିଦ୍ୟାଳୟର ବାର୍ଷିକ ଖେଳକୁଦ, ଶିକ୍ଷା ସଫଳତା, ପାଠସହଗାମି କ୍ରିୟାକଳାପ, ସଦନ ପ୍ରତିଯୋଗିତା, ବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ଅନ୍ୟାନ୍ୟ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ।

ଶେଷରେ ଜ୍ୟୋତି ଶଙ୍କର ମହାଳିକ ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ସଞ୍ଚାଳନ କାର୍ଯ୍ୟକ୍ରମ ଜୟ ପ୍ରକାଶ ସିଂହ ସମ୍ପାଦନ କରିଥିଲେ।

ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।

ଜବାହର ନବୋଦୟ ବିଦ୍ୟାଳୟ ପି.ଏମ.ଶ୍ରୀ ସ୍କୁଲ ବାର୍ଷିକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଲିପର ବସ୍ ଏବଂ ଟ୍ରକ୍ ଧକ୍କାରେ ୧୨ ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ; ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା 

December 25, 2025

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ

December 25, 2025

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

December 25, 2025
Latest News

ସ୍ଲିପର ବସ୍ ଏବଂ ଟ୍ରକ୍ ଧକ୍କାରେ ୧୨ ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ; ପ୍ରଧାନମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା 

December 25, 2025

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ

December 25, 2025

Merry Christmas: ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

December 25, 2025

ନୂଆବର୍ଷର ପ୍ରଥମ ଦିନରେ ଘରକୁ ଆଣନ୍ତୁ ଏହି ଜିନିଷ, ଦୂର ହେବ ସମସ୍ତ ସମସ୍ୟା

December 25, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ନୌ ଗସ୍ତ: ରାଷ୍ଟ୍ର ପ୍ରେରଣା ସ୍ଥଳକୁ କରିବେ ଉଦଘାଟନ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.