Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବ

May 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଶିକ୍ଷା ଏକ ବୃତ୍ତିର ମାଧ୍ୟମ ନୁହେଁ, ଏହା ସାଧନା ଓ ବ୍ରତ ବୋଲି ବିଶିଷ୍ଟ  ଶିକ୍ଷାବିତ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ  ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସୀୟ ଜନସ୍ୱାସ୍ଥ୍ୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଦାଶ ହୀରାକୁଦ ବନ୍ଧ ନିର୍ମାତା ବିଶ୍ଵେଶ୍ବରାୟଙ୍କଠାରୁ ଆରମ୍ଭକରି ବହୁବିଖ୍ୟାତ ବ୍ୟକ୍ତିତ୍ବଙ୍କ ଦୃଷ୍ଟାନ୍ତ ଦେଇ ଶୃଙ୍ଖଳା, ସାଧୁତା, କର୍ତ୍ତବ୍ୟ ପରାୟଣତା  କିଭଳି ବ୍ୟକ୍ତିକୁ ବ୍ୟକ୍ତିତ୍ବରେ ରୂପାନ୍ତରିତ କରେ ତାହା ସୂଚାଇଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ରାଜସ୍ୱ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୁରାତନ ଛାତ୍ର ସୁଭାଷ ଚନ୍ଦ୍ର ଚୌଧୁରୀନିଜର ପାଠପଢା ସମୟର ଅନୁଭୂତି ଉପସ୍ଥାପନ କରି ସବୁ ପଦପଦବୀଠାରୁ ଶିକ୍ଷକ ପଦବୀ ସମାଜର ଆଲୋକବର୍ତ୍ତିକା ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ ସହ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାକୁ କିଭଳି ସଂପ୍ରସାରିତ କରାଯାଇଛି ତାହା ବୁଝାଇ କହିଥିଲେ। ପ୍ରତିଷ୍ଠାନର ଡିନ ପ୍ରଫେସର ମାନସୀ ଗୋସ୍ଵାମୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଛାତ୍ର ପରିଷଦର ଉପଦେଷ୍ଟାଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ବାର୍ଷିକ ବିବରଣୀ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ  ଦ୍ଵାରା ସମ୍ବଲପୁରୀ, ରାଜସ୍ଥାନୀ, କାଶ୍ମିରୀ ନୃତ୍ୟ ସହ ବିବିଧ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିଷ୍ଠାନର ପୁରାତନ ଶିକ୍ଷାର୍ଥୀ ମାନଙ୍କଦ୍ବାରା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଉତ୍କର୍ଷ ପାଇଁ ପୁରସ୍କୃତ କରାଯାଇଥିଲା।

ଏହି ଉତ୍ସବକୁ ଛାତ୍ର ପରିଷଦର ସହଉପଦେଷ୍ଟାଡକ୍ଟର କଳିଙ୍ଗ କେତକୀ, ଡକ୍ଟର ରଶ୍ମିରେଖା ସେଠୀ ଓ ଡକ୍ଟର ସୌରଭ କାପୁର ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ପ୍ରଫେସର ରୀତାଞ୍ଜଳି ଦାସ, ଡକ୍ଟର ବେଦ ପ୍ରକାଶ ବର୍ମା , ଡି. ଏମ. ସ୍କୁଲର ପ୍ରଧାନ ଶିକ୍ଷକ ଅଖିଳେଶ୍ଵର ମିଶ୍ର, ପ୍ରଶାସନିକ ଅଧିକାରୀ ପି. ସି. ମିନା , ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ପରିଷଦର ଶ୍ରେଣୀ ପ୍ରତିନିଧି ମାନଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ବାର୍ଷିକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୮ରେ ରଣପୁର ବ୍ଲକ ଅଡିସନ

January 14, 2026

ରାଜା ଗ୍ରହଣ କଲେ ମା’ଭଗବତୀଙ୍କ ଆଜ୍ଞାମାଳ: ମା’କାଳିଜାଇଙ୍କ ପୀଠରେ ଆରମ୍ଭ ହେଲା ମକର ମେଳା

January 14, 2026

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026
Latest News

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୮ରେ ରଣପୁର ବ୍ଲକ ଅଡିସନ

January 14, 2026

ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 14, 2026

ରାଜା ଗ୍ରହଣ କଲେ ମା’ଭଗବତୀଙ୍କ ଆଜ୍ଞାମାଳ: ମା’କାଳିଜାଇଙ୍କ ପୀଠରେ ଆରମ୍ଭ ହେଲା ମକର ମେଳା

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.