Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶେଷ ହେଲା ମହିଳା ବାଣିଜ୍ୟ ମେଳା 2025, ଉଦଜାପନୀ ଉତ୍ସବରେ ରାଜ୍ୟପାଳ
ଆଜିର ଖବର

ଶେଷ ହେଲା ମହିଳା ବାଣିଜ୍ୟ ମେଳା 2025, ଉଦଜାପନୀ ଉତ୍ସବରେ ରାଜ୍ୟପାଳ

May 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳା ଉଦ୍ୟୋଗୀମାନେ ନିର୍ଭୀକ ଭାବେ ସ୍ୱପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୪ ତାରିଖ ଦିନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଏଂଟରପ୍ରିନେଅରସିପ୍ କାଉନ୍‌ସିଲ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମହିଳା ବାଣିଜ୍ୟ ମେଳା – ୨୦୨୫ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ବାଣିଜ୍ୟ ମେଳାରେ ଅଂଶ ଗ୍ରହଣକାରୀମାନଙ୍କର ଉତ୍ସାହ ଓ ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଆତ୍ମ ମର୍ଯ୍ୟାଦା, ସୃଜନଶୀଳତା ଓ ସାହସର ସହ ମହିଳା ଉଦ୍ୟୋଗୀମାନେ ଭାରତର ବିକାଶ କାହାଣୀର ନୂତନ ଅଧ୍ୟାୟ ଲେଖୁଛନ୍ତି। ସେମାନଙ୍କୁ ଏ ଜାତିର ଗର୍ବ ଏବଂ ଭବିଷ୍ୟତ ପୀଢ଼ି ପାଇଁ ଆଲୋକବର୍ତିକା ଭାବେ ଅଭିହିତ କରି ଏକ ସମୃଦ୍ଧ ଏବଂ ସଶକ୍ତ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

ରାଜ୍ୟପାଳ ପୁଣି କହିଥିଲେଯେ, ମହିଳାମାନେ ସର୍ବଦା ସ୍ରଷ୍ଟା, ଯତ୍ନଶୀଳା ଏବଂ ସମାଜ ନିର୍ମାତା ହୋଇ ଆସିଛନ୍ତି। ଅଧୁନା, ସେମାନେ ବ୍ୟବସାୟ, ପ୍ରଯୁକ୍ତି ବିଦ୍ୟା, ବିକାଶ ଓ ସାମାଜିକ ନବସୃଜନ କ୍ଷେତ୍ରରେ ପରିବର୍ତନକାରୀର ଭୂମିକା ନିଭାଇଛନ୍ତି। ଏହି ମେଳା ଗୋଟିଏ ଛାତ ତଳେ ବିବିଧତାକୁ ପ୍ରତିନିଧିତ୍ୱ କରିବା ଉତ୍ସାହଜନକ। ଆପଣମାନେ କେବଳ ଉଦ୍ୟୋଗୀ ନୁହଁନ୍ତି, ବରଂ ରାଷ୍ଟ୍ର ନିର୍ମାଣ ଏବଂ ପ୍ରତ୍ୟେକ ସମାବେଶୀ, ସ୍ୱବଲମ୍ବୀ ଏବଂ ପ୍ରତିଶ୍ରୁତିବନ୍ଧ ବିକଶିତ ଭାରତର ଆତ୍ମାକୁ ପ୍ରତିନିଧିତ୍ୱ କରୁଛନ୍ତି। ଯେତେବେଳେ ଜଣେ ମହିଳା ସଫଳ ହୁଅନ୍ତି ଏକ ପରିବାର ପ୍ରଗତି କରେ। ଯେତେବେଳେ ହଜାର ହଜାର ମହିଳା ଏକାଠି ହୁଅନ୍ତି ଦେଶ ପରିବର୍ତନ ହୁଏ ଏବଂ ଏହି ବାଣିଜ୍ୟ ମେଳା ସେହି ଗତିଶୀଳ ପରିବର୍ତ୍ତନର ପ୍ରମାଣ ଭାବେ ଉଭା ହୋଇଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ।

ଏତଦ୍‌ବ୍ୟତୀତ ମହିଳା ଉଦ୍ୟୋଗୀମାନେ ପୁଞ୍ଜି, ଦକ୍ଷତା ବିକାଶ ଏବଂ ବଜାର ପ୍ରବେଶ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏବଂ ସେମାନଙ୍କର ଉନ୍ନତି ପାଇଁ ସରକାରଙ୍କ ପ୍ରବର୍ତିତ ହୋଇଥିବା ବିଭିନ୍ନ ଯୋଜନା ଯଥା – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା, ଦେନା ଶକ୍ତି ଯୋଜନା, ନୀତି ଆୟୋଗର ମହିଳା ଏଂଟରପ୍ରିନେଅରସିପ୍ ପ୍ଲାଟଫର୍ମ, ଲକ୍ଷ ପତି ଦିଦି ଯୋଜନା, ଏସ.ଏଚ.ଜି, ଡ୍ରୋନ୍ ଦିଦି ଯୋଜନା, ମିଶନ ଶକ୍ତି, ଷ୍ଟାର୍ଟ ଅପ୍ ଓଡିଶା ଏବଂ ବିବିଧ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ଉଦ୍ୟୋଗୀ ଇକୋସିଷ୍ଟମ୍‌ରେ ସେମାନଙ୍କର ଅଂଶ ଗ୍ରହଣକୁ ଉତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଛନ୍ତି ବୋଲି କହିଥିଲେ। ବିଶେଷ କରି ଗ୍ରାମୀଣ ଏବଂ ଜନଜାତି ଅଂଚଳ ମହିଳାମାନେ ଏହି ଆର୍ଥିକ ପୁନରୁଥାନର ଅଂଶ ହେବାକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏହା ବିକଶିତ ଓଡିଶା ଏବଂ ବିକଶିତ ଭାରତକୁ ଶକ୍ତି ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମାରୋହର ପ୍ରାରମ୍ଭରେ ଆଇ.ସି.ସି. ଓଡିଶା ଚାପ୍ଟରର ଅଧ୍ୟକ୍ଷ ରାଜୀବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କନ୍‌ଭେନର୍ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଏବଂ କୋ-କନ୍‌ଭେନର୍ ସ୍ୱାତୀ କେଜ୍ରିୱାଲ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୋ-କନ୍‌ଭେନର୍ ସୁମା ଦେବୀ ଦାଶ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିି ବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା।

ଡ. ହରି ବାବୁ କମ୍ଭମ୍‌ପାଟି ପ୍ରଦର୍ଶନୀ ପଡିଆ ମହିଳା ଉଦ୍ୟୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025
Latest News

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.