Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଟିଇଆର୍‌ରେ ‘ଇଂଟେଲିଜେଂଟ ଆଣ୍ଡ କ୍ଲାଉଡ କମ୍ପ୍ୟୁଟିଙ୍ଗ-୨୦୨୫’ ଆୟୋଜିତ
ଆଜିର ଖବର

ଆଇଟିଇଆର୍‌ରେ ‘ଇଂଟେଲିଜେଂଟ ଆଣ୍ଡ କ୍ଲାଉଡ କମ୍ପ୍ୟୁଟିଙ୍ଗ-୨୦୨୫’ ଆୟୋଜିତ

May 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗ ଅନ୍ତର୍ଗତ ସେଂଟର ଫର୍ ସାଇବର ସିକ୍ୟୁରିଟି ଏବଂ ଆଇଇଇଇ, ଭୁବନେଶ୍ୱର ଏବଂ କୋଲକାତାର ମିଳିତ ସହଯୋଗରେ ମେ ୨ ଏବଂ ୩ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ ‘ଇଂଟେଲିଜେଂଟ ଆଣ୍ଡ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ’ ଉପରେ ୩ୟ ଆଇଇଇଇ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଇଣ୍ଡଷ୍ଟ୍ରୀ ୪.୦ ପରିପ୍ରେକ୍ଷୀରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ନବୀନ ପ୍ରକ୍ରିୟା ଉପରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ନିମନ୍ତେ ଗବେଷକ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଏହି କର୍ମଶାଳାରେ ଏକତ୍ରିତ ହୋଇଥିଲେ । ବିଶେଷ କରି ଏହି କ୍ଷେତ୍ରରେ ସୁରକ୍ଷା, କାର୍ଯ୍ୟଦକ୍ଷତା, ଏକାନ୍ତତା, ନିରାପତା ଓ ଇଂଟେଲିଜେଂଟ ସିଷ୍ଟମ୍ ଡିଜାଇନକୁ ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇସିଓଆଇସିସି – ୨୦୨୫ର ପ୍ରୋଗ୍ରାମ ଚେୟାର ତଥା ଆଇଟିଇଆର୍ ସିଏସ୍‌ଇ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ।
ସମ୍ମିଳନୀରେ ୟୁଏସ୍‌ଏ ସ୍ଥିତ ମିସୋରୀ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ସଞ୍ଜୟ ମଦ୍ରି୍ରଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଜିଟାଲ୍ ଅପରାଧକୁ ରୋକିବା ଦିଗରେ ସାଇବର ସୁରକ୍ଷା ଅଧିକ ଜରୁରୀ ବୋଲି କହିଥିଲେ। ଏଆଇ ଏବଂ କ୍ଲାଉଡ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଭାରତର ଛାତ୍ରଛାତ୍ରୀମାନଙ୍କ ପାରଦର୍ଶିତା ବେଶ ଉନ୍ନତ ବୋଲି ଉଲ୍ଲେଖ କରି ସେମାନେ ଅଧିକରୁ ଅଧିକ ଗବେଷଣା କରିବା ଆବଶ୍ୟକ ବୋଲି ପ୍ରଫେସର ମଦ୍ରିଆ କହିଥିଲେ।

ଏହି ଅବସରରେ ଇଂଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଡିଆରଡିଓ)ର ପୂର୍ବତନ ନିର୍ଦ୍ଦେଶକ ହରେକୃଷ୍ଣ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ କମ୍ପ୍ୟୁଟର ସାଇନ୍ସ ପ୍ରଫେସ୍‌ନାଲଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ଭଲ ସୁଯୋଗ ବୋଲି କହିଥିଲେ।

ଭୁବନେଶ୍ୱରରେ ପ୍ରାୟ ୨୦ ହଜାର କମ୍ପ୍ୟୁଟର ସାଇନ୍ସ ଛାତ୍ରଛାତ୍ରୀ ରହିଥିବା ବେଳେ ୫୦୦ରୁ ଅଧିକ ଫ୍ୟାକଲ୍ଟି ଅଛନ୍ତି। ସମାଜର ଉନ୍ନତି କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ଆଗକୁ ନେବା ନିମନ୍ତେ ଆଇଇଇଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ପ୍ରୟାସ କରୁଛି ବୋଲି ଶ୍ରୀ ରଥ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ସାଇବର ସୁରକ୍ଷା କ୍ଷେତ୍ରରେ ଆଇଟିଇଆରର ସେଂଟର ଫର ସାଇବର ସିକ୍ୟୁରିଟି ଉତମ ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ। ସୋଆରେ ୨୦ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ସାଇବର ସୁରକ୍ଷା ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଅନେକ କାର୍ଯ୍ୟ ହାତକୁ ନେଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ଏବଂ ପ୍ରୋଗ୍ରାମ ଚେୟାର ଡକ୍ଟର ଭାରତ ଜ୍ୟୋତି ଆର୍‌. ସାହୁ ବକ୍ତବ୍ୟ ରଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରୋଗ୍ରାମ କୋ-ଚେୟାର ଡକ୍ଟର ଦିବ୍ୟସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଇବର ସୁରକ୍ଷା ନେଇ ଏକ ଫଟୋ ପ୍ରଦର୍ଶନୀର ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏହାର ପ୍ରସଙ୍ଗ ରହିଥିଲା ‘ ସ୍କଲାର୍ସ ସ୍ପେକ୍ଟ୍ରମ୍‌: ଏ କାନ୍‌ଭାସ ଅଫ୍ ଇନୋଭେସନ୍‌’।

ମେ ୩ ତାରିଖରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର ଦେବାହୁତି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆର ଡିନ୍ (ଏସ୍‌ଆର୍‌ଆଇସି) ପ୍ରଫେସର ପି.କେ. ପାତ୍ର ମୁଖ୍ୟ ଅତିଥି ଏବଂ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ଭାରତ ଜ୍ୟୋତି ଆର୍ ସାହୁ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବିଶ୍ୱରଞ୍ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଟିଇଆର୍ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.