Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବଡ଼ ମିଶ୍ରଣ ପର୍ବ: ବିଜେପିର ଯୋଗଦେଲେ ହଜାର ହଜାର ବିଜେଡ଼ି କର୍ମୀ
ଆଜିର ଖବର

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବଡ଼ ମିଶ୍ରଣ ପର୍ବ: ବିଜେପିର ଯୋଗଦେଲେ ହଜାର ହଜାର ବିଜେଡ଼ି କର୍ମୀ

May 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ଆଶାତୀତ ସଫଳତା ସମସ୍ତଙ୍କୁ ତାଜୁବ କରିଦେଇଛି। ବେଗୁନିଆରେ ସୁପ୍ତ ବିଜେପିକୁ ସଶକ୍ତ କରିବା ପାଇଁ ସାଂସଦଙ୍କ ନେତୃତ୍ୱରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ମଙ୍ଗ ଧରିଛନ୍ତି। ଯାହାଦ୍ୱାରା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ନିଜର ପରିଭାଷାକୁ ପରିବର୍ତ୍ତନ କରିପାରିବ ବୋଲି ସମସ୍ତେ ଆଶା ପୋଷଣ କରୁଛନ୍ତି। ଉଦାହରଣ ଭାବେ ବୁଧବାର ମିନି ଷ୍ଟାଡିୟମରେ ଏକ ବିରାଟ ମିଶ୍ରଣ ପର୍ବର ଆୟୋଜନ କରି ଏହାକୁ ସଫଳ କରିଥିବା ଦେଖିବାକୁ ମିଳିଛି।

ବିଜେଡି ଗଡ଼ ଭାଙ୍ଗିବ ଏବଂ ବିଜେପି ତୃଣମୂଳ ସ୍ତରରୁ ମଜବୁତ ହେବ ଏହି ଲକ୍ଷ୍ୟ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ତାର ରଣନୀତି ଆରମ୍ଭ କରିଥିଲା। କିନ୍ତୁ ଗତ ୫ ବର୍ଷ ଭିତରେ କୌଣସି ସଫଳତା ପାଇପାରିନଥିଲା। ପ୍ରକାଶ ବିଜୁଳୀଙ୍କୁ ନେତୃତ୍ୱ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂଗଠନ କ୍ଷେତ୍ରରେ ସେତେଟା ଉନ୍ନତି ପରିଲକ୍ଷିତ କରିନଥିବା ବେଳେ ଗତ ସପ୍ତାହରେ ବେଗୁନିଆ ସଂଗଠନର ଦାଇତ୍ୱ ଖୋର୍ଦ୍ଧା ବିଧାୟକ ତଥା ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଇଥିଲେ। ଆଉ ତାପରେ ଗୋଟିଏ ପରେ ଗୋଟିଏ ସକ୍ରିୟ ବିଜେଡି କର୍ମୀଙ୍କୁ ବିଜେପିରେ ସାମିଲ କରି ଆଜି ବିଜେଡି ଗଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ।

ବେଗୁନିଆ ମିନି ଷ୍ଟାଡିୟମରେ ଅନୁଷ୍ଠିତ ମିଶ୍ରମ ପର୍ବରେ ବେଗୁନିଆ ବୋଲଗଡ଼ର ୪୦ ଟି ପଂଚାୟତରୁ ଶତାଧିକ ଛାମୁଆ ସଂଗଠକ ମାନେ ନିଜର ହଜାର ହଜାର କର୍ମୀଙ୍କ ସହ ଫୁଲ ଧରିଥିବା ଦେଖିବାକୁ ମିଳିଛି। ସେପଟେ ବିଜେଡି ବିଜେପି ମଧ୍ୟରେ ତୁ ତୁ ମେ ମେ ନିର୍ବାଚନ ମଣ୍ଡଳୀରେ ଲାଗି ରହିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ନିଜର ପୁରୁଣା ବିଜେଡି କର୍ମକର୍ତ୍ତାଙ୍କୁ ଏକାଠି କରିବାରେ ସକ୍ଷମ ହୋଇଛନ୍ତି ଏବଂ ଯାହାର ରୂପାନ୍ତର ଆଜି ବେଗୁନିଆରେ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି।

ସେହିପରି ଏହି ମିଶ୍ରଣ ପର୍ବରେ ବେଗୁନିଆ ସମିତିସଭ୍ୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଥାନା ଛକରେ ଏକ ବିରାଟ ପଟୁଆରରେ ଆସି ସାଂସଦଙ୍କୁ ସ୍ୱାଗତ କରି ପଦଯାତ୍ରାରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନାଙ୍କ ଏବଂ ଦଳର ବରିଷ୍ଠ କର୍ମକର୍ତ୍ତା ସାମିଲ ହୋଇଥିଲେ।

ସେହିପରି କାର୍ଯ୍ୟକ୍ରମରେ ବର୍ତ୍ତମାନର ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟଙ୍କ ସହ ବହୁ ପୂର୍ବତନ ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଛାମୁଆ କର୍ମକର୍ତ୍ତା ମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ବିଜେଡି ବିଜେପି ବେଗୁନିଆ ନିର୍ବାଚନ ମଣ୍ଡଳୀ ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.