
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ବରିଷ୍ଠ ବିଜେପି ନେତା ଭବାନୀ ଶଙ୍କର ଦାଶଙ୍କ ପୁତ୍ର ସୁବାଶିସ୍ ଦାଶଙ୍କ ପରଲୋକ ହୋଇଛି। ଦୁର୍ଘଟଣାଗ୍ରସ୍ତ ମହିନ୍ଦ୍ରା ଜିପ୍ ଟି ଚୁରମାର୍ ହୋଇଯାଇଛି। ଦୁର୍ଘଟଣାରେ ସୁବାଶିସ୍ ଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।