Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଏସଇ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ୯୫.୮୦ ପ୍ରତିଶତ ସହ ବିଜ୍ଞାନରେ ତିତିକ୍ଷା ଦତ୍ତ ସ୍କୁଲରେ ପ୍ରଥମ
ଆଜିର ଖବର

ସିବିଏସଇ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ୯୫.୮୦ ପ୍ରତିଶତ ସହ ବିଜ୍ଞାନରେ ତିତିକ୍ଷା ଦତ୍ତ ସ୍କୁଲରେ ପ୍ରଥମ

May 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିବିଏସଇ ପରୀକ୍ଷାରେ ଡିଏଭି କଳିଙ୍ଗ ନଗରର ୯୫.୮୦ ପ୍ରତିଶତ ସହ ବିଜ୍ଞାନରେ ତିତିକ୍ଷା ଦତ୍ତ ସ୍କୁଲରେ ପ୍ରଥମ

ଭୁବନେଶ୍ୱର: କେନ୍ଦ୍ରୀୟ ଶିକ୍ଷାବୋର୍ଡ ଦ୍ୱାରା ପ୍ରକାଶିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀମାନେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ସର୍ବାଧିକ ବ୍ୟକ୍ତିଗତ ପ୍ରତିଶତ ବିଜ୍ଞାନରେ ୯୫.୮୦ ଏବଂ ବାଣିଜ୍ୟରେ ୯୧.୮୦ ରହିଛି । ବିଜ୍ଞାନ ବିଭାଗରେ ୬୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୫.୩୮ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ, ୮୭.୬୯ ପ୍ରତିଶତ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ଏବଂ ୯୮.୪୬ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତିି ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନରେ ତିତିକ୍ଷା ଦତ୍ତ ୯୫.୮୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ, ଆହ୍ୱାନୀ ସ୍ୱାଇଁ ୯୪.୮୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ତଥା ସାତ୍ତ୍ୱିକ କୁମାର ନାୟକ ୯୨.୨ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ବାଣିଜ୍ୟରେ ୧୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬.୮୪ ପ୍ରତିଶତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ, ୬୮.୪୨ ପ୍ରତିଶତ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ, ୯୪.୭୪ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି ।

ଆଶୁତୋଷ ଦାଶ ୯୧.୮୦ ପ୍ରତିଶତ ରଖି ପ୍ରଥମ ସ୍ଥାନ, ମନୁଶ୍ରୀ ମହାନ୍ତି ୯୧.୨୦ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଏବଂ ପ୍ରଗତୀ ୯୦ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ଶିକ୍ଷାବର୍ଷରେ ବିଜ୍ଞାନ ବିଭାଗର ୭୯.୭୪ ପ୍ରତିଶତ ଏବଂ ବାଣିଜ୍ୟରେ ୭୬.୯୬ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୭୯.୧୧ ପ୍ରତିଶତ ହୋଇଛି ।

ଏହି ସଫଳତା ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡି.ଏ.ଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ତଥା ଆଞ୍ଚଳିକ ସହ ନିର୍ଦ୍ଦେଶିକା ଡ. ସୁଜାତା ସାହୁ, ବିଦ୍ୟାଳୟର ମ୍ୟାନେଜର ଈପ୍‌ସିତା ଦାସ ଓ ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର କୃତୀ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ର୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

cbse CBSE RESULT DAV DAV Kalinganagar ଡିଏଭି କଳିଙ୍ଗ ନଗର ସିବିଏସଇ
Share. Facebook Twitter LinkedIn Email WhatsApp Copy Link

Related Posts

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025
Latest News

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.