Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

May 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି ବୋଲି ଏହାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି ।

ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ  ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ଡବଲ ଅଞ୍ଜିନ ସରକାରରେ ଆଠମଲ୍ଲିକରେ ଚାଷ ଓ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବ । ଘର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଯିବ । ଏଠାରେ ପର୍ଯ୍ୟଟନର ବିକାଶ କରାଯିବ ସହ ଚାଷୀମାନଙ୍କ ଜୀବନରେ ଉନ୍ନତି ଅଣାଯିବ । ଆଠମଲ୍ଲିକକୁ କୃଷି ଆଧାରିତ ଅଞ୍ଚଳରେ ପରିଣତ କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ସହଯୋଗୀ ହେବା । ଆଠମଲ୍ଲିକ ଅଞ୍ଚଳର ବିକାଶ ଆମ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର କିଶୋରନଗର ବ୍ଲକ ଓସକାପାଲ୍ଲି-କରମଲକଟା ରାସ୍ତାର ୩.୩୬୦ କିମି ଠାରେ କରମଲକଟା ନାଳ ଉପରେ ସେଉଳ ସେତୁ, ହଣ୍ଡପା-ପଟାପଥର ଭାୟା ବିଲେଇନାଳୀ ରାସ୍ତା, ବାମୁର-ଧଉରାପାଲି-ମାଧପୁର ରାସ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଧଉରାପାଲିର ନୂଆ ଛାତ୍ରୀ ନିବାସର ଉଦଘାଟନ କରିଥିଲେ ।

ସେହିପରି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କିଶୋରନଗର ବ୍ଲକର ବାମୁର ଠାରୁ ଧଉରାପାଲି ଭାୟା ତାଳପଦର, ଜଇରାଟ ଓ ବାଲିଜେରେଙ୍ଗ ରାସ୍ତାର ଉନ୍ନତିକରଣ ଏବଂ ଘୋଷର ଠାରୁ ଅଙ୍ଗପଡ଼ା ଭାୟା କଡିଙ୍ଗବାହାଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025
Latest News

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.