
ଭୁବନେଶ୍ଵର: ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ ମୟୁରଭଞ୍ଜ ଜିଲ୍ଲା ସ୍ଥିତ ବାରିପଦା ଠାରେ ଆୟୋଜିତ ‘ସିନ୍ଦୂର ପଦଯାତ୍ରା’ ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇଥିଲେ।
ଯେପରି ସିନ୍ଦୂର ପ୍ରତ୍ୟେକ ଭାରତୀୟ ନାରୀଙ୍କର ଗର୍ବ ଓ ଗୌରବ ସେପରି ଆମ ଭାରତୀୟ ଯବାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ।ବୀର ଯବାନମାନଙ୍କର ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଅଶେଷ ଅଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ। ଆଜିର ଏହି ପଦଯାତ୍ରା ଥିଲା ଆମ ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ।
ଏହି ପଦଯାତ୍ରାରେ ଗୃହ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣଚ଼ନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।