Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକଙ୍କୁ ଅନୁଦାନ, ପେନସନ୍ ଓ ସବୁ ବିଦ୍ୟାଳୟକୁ ସରକାରୀକରଣ ନିମନ୍ତେ ଦାବି ଜଣାଇଲା ଓଷ୍ଟା
ଆଜିର ଖବର

ଶିକ୍ଷକଙ୍କୁ ଅନୁଦାନ, ପେନସନ୍ ଓ ସବୁ ବିଦ୍ୟାଳୟକୁ ସରକାରୀକରଣ ନିମନ୍ତେ ଦାବି ଜଣାଇଲା ଓଷ୍ଟା

May 24, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ଜ୍ୱଳନ୍ତ ସମସ୍ୟା ମଧ୍ୟରେ ଅନୁଦାନ ଓ ପେନସନ୍ ପ୍ରଦାନ ସହିତ ସମସ୍ତ ବିଦ୍ୟାଳୟର ସରକାରୀକରଣ ନିମନ୍ତେ ରାଜ୍ୟରେ ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ନୂତନ ସରକାର ସମସ୍ୟାର ସମାଧାନ କରନ୍ତୁ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି।

ସୂଚନାଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଶିକ୍ଷକ କର୍ମଚାରୀମାନଙ୍କର ସମସ୍ୟାଗୁଡ଼ିକ ସମାଧାନ ନିମନ୍ତେ ଦୀର୍ଘ ଦିନରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ସହିତ ଦୃଷ୍ଟିଆକର୍ଷଣ କରିଆସୁଅଛି। ମାତ୍ର ସରକାର ପ୍ରତିଶ୍ରୁତି ଦେଇ ସେଗୁଡ଼ିକୁ ପାଳନ କରୁ ନଥିବାରୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ମହଲରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଓଡ଼ିଶା ସରକାର ଶାସନର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାରୁ ସରକାରଙ୍କଠାରୁ ଶିକ୍ଷକମାନେ ଅନେକ କିଛି ଆଶା କରିଛନ୍ତି। କେବଳ ମହିଳା ସଶକ୍ତି କରଣ ନିମନ୍ତେ ଗ୍ରହଣ କରିଥିବା ସୁଭଦ୍ରା ଯୋଜନା ବ୍ୟତୀତ ଅନ୍ୟାନ୍ୟ ବର୍ଗର ସମସ୍ୟାବଳୀ ସମାଧାନ ଦିଗରେ ସରକାର ଯେଉଁ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି ତାହାର କୌଣସି ଆଖିଦୃଶିଆ ସମାଧାନ ହୋଇପାରି ନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଶିକ୍ଷକ କର୍ମଚାରୀମାନଙ୍କ ପ୍ରମୁଖ ସମସ୍ୟା ମଧ୍ୟରେ ଦୀର୍ଘବର୍ଷ ଧରି ନିଜ ଜୀବନକୁ ଜଳାଞ୍ଜଳୀ ଦେଇ ୨୫ ରୁ ୩୦ ବର୍ଷ ବିନା ଦରମାରେ କାର୍ଯ୍ୟକରି ଅନୁଦାନ ନିମନ୍ତେ ଅପେକ୍ଷାରତ ଯୋଗ୍ୟବିବେଚିତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ, ସେହିପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ରିକ୍ତ ହସ୍ତରେ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଓଷ୍ଟା ପକ୍ଷରୁ ଦାବି କରାଯାଇଛି।

ଇତି ମଧ୍ୟରେ ପ୍ରାୟ ଛଅ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଶୂନ୍ୟ ହସ୍ତରେ ଅବସର ନେଇ ଗଲେଣି। ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ସରକାର ତୁରନ୍ତ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ନଚେତ୍ ଏହି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଆଉ କିଛି ଦିନ ପରେ ଶିକ୍ଷକ ଶୂନ୍ୟ ହୋଇ ବନ୍ଦ ହୋଇଯିବ।

ଓଷ୍ଟା ତରଫରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ଦାବୀଗୁଡ଼ିକ- ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ୨୮୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂର କରିବା ସହିତ ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି, ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଦାନ, ୨ଟି ପିଅନ ଓ ୪୬, ୬୩ ବିଦ୍ୟାଳୟମାନଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ, ୧୯୯୪ ଅନୁଦାନ ଆଇନରୁ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ କୋର୍ଟର ନିର୍ଦ୍ଦେଶ ଅନୁସାରେ ଅନୁଦାନ ପ୍ରଦାନ, ଆଲେଜ୍‌ଡ଼ ଶିକ୍ଷକଙ୍କୁ ଦରମା ପ୍ରଦାନ ଓ ସେକ୍‌ସନ ଶିକ୍ଷକମାନଙ୍କୁ ନିୟମିତ କରିବା ଓ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ, ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ ଓ ବିଦ୍ୟାଳୟରେ ଖାଲିଥିବା ପଦବୀ ପୂରଣ, ସରକାରୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡ଼ର ଭିତ୍ତିକ ପ୍ରମୋଶନ, ନୂତନ ପେନ୍‌ସେନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳିତ କରିବା, ସବୁବର୍ଗର ବିଦ୍ୟାଳୟକୁ ସମାନ ସରକାରୀ ସୁବିଧା ଓ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ଯୋଗାଇଦେବା ଆଦି। ଏହିସବୁ ଦାବୀଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।

ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ନୂତନ ଭାବେ ଆସିଥିବା ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଅବସରରେ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ପେନସନ୍ ଶିକ୍ଷକଙ୍କୁ ଅନୁଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026
Latest News

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.