Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୨୯ରୁ “ବିକଶିତ କୃଷି ସଂକଳ୍ପ ଅଭିଯାନ”: ପୁରୀରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ଆସନ୍ତା ୨୯ରୁ “ବିକଶିତ କୃଷି ସଂକଳ୍ପ ଅଭିଯାନ”: ପୁରୀରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

May 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ। ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବେ।

ଏହାକୁ ନେଇ କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଡ଼ ପାଢ଼ୀ କହିଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ ଅତିଥିବୃନ୍ଦ ପ୍ରଥମେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପରେ ତ୍ରିରଙ୍ଗାଯାତ୍ରାରେ ସାମିଲ ହେବେ। ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଅଭିଯାନର ଶୁଭାରମ୍ଭ କରାଯିବ। ଏହି ସମୟରେ କୃଷି ରଥର ଶୁଭାରମ୍ଭ ମଧ୍ୟ କରାଯିବ । ପରେ ପରେ CIFA ର କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହାବାଦ, କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ମ୍ୟାଙ୍ଗୋ ଫେଷ୍ଟିଭାଲରେ ଯୋଗଦେବେ ଏବଂ ପରବର୍ତ୍ତୀ ସମୟରେ ଓୟୁଏଟିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିବେ। ସମସ୍ତ କାର୍ଯ୍ୟକ୍ରମରେ ‘ଏକ୍ ପେଡ ମାଁ କେ ନାମ୍’ ଅନ୍ତର୍ଗତ ବୃକ୍ଷ ରୋପଣ କରାଯିବ।

ଏ ସମସ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, କୃଷକ ଭାଇ ଭଉଣୀମାନେ ଯୋଗଦେବେ। ଆୟୋଜିତ ପ୍ରସ୍ତୁତି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଡ଼ାଇରେକ୍ଟର ସିଫା ପି କେ ସାହୁ, ଡେ଼ପୁଟି ଡ଼ାଇରେକ୍ଟର ଜେନେରାଲ ଆଇସିଏଆର, କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର (CHES), ଓୟୁଏଟି ଡିନ, କୃଷି ବିଜ୍ଞାନ କେନ୍ଦ୍ର ପ୍ରମୁଖରୁ ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

ଐତିହ୍ୟ ସହର ନରେନ୍ଦ୍ର ମୋଦୀ ପୁରୀ ପ୍ରଧାନମନ୍ତ୍ରୀ ମୋଦୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଶିବରାଜ ସିଂ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.