ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Published: May 29, 2025, 7:52 pm IST

ସମ୍ବଲପୁର/ରେଢ଼ାଖୋଲ: ବଲାଙ୍ଗୀରର କୁଲଥୁପାଲି ଠାରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ପ୍ରତି ହୋଇଥିବା ବର୍ବର ଆଚରଣ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା କିଭଳି ବିପନ୍ନ ହୋଇପଡିଛି ଏହା ହେଉଛି ତାହାର ଏକ ନଗ୍ନ ଉଦାହରଣ। ବିଳମ୍ବରେ ହେଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିଥିବାରୁ ଅଶେଷ ଧନ୍ୟବାଦ୍। ଓଡ଼ିଶାର ସର୍ବ ବୃହତ ଓ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ସାମ୍ବାଦିକ ୟୁନିଅନ୍ ଓ ଏହାର ସମସ୍ତ ଜିଲ୍ଲା ଶାଖା ରାଜ୍ୟ ବ୍ୟାପୀ ସାମ୍ବାଦିକଙ୍କ ନିରାପତ୍ତା ନେଇ ଉଦବିଗ୍ନ। ଗିରଫ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଦୃଢ଼ ଦାବି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଶରତ କୁମାର ପ୍ରଧାନ ନେତୃତ୍ବରେ ସାମ୍ବାଦିକ ୟୁନିଅନ (ଓୟୁଜେ) ରେଢ଼ାଖୋଲ ଶାଖାର ସଭାପତି ପ୍ରସନ୍ନ କୁମାର ପ୍ରଧାନ, ନାକଟିଦେଉଳ ଶାଖାର ସଭାପତି କନ୍ଦର୍ପ ବେହେରା, ରେଢ଼ାଖୋଲ ଶାଖାର ସମ୍ପାଦକ ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅନିଲ କୁମାର ପୃଷ୍ଟି, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ଜୟନ୍ତ କୁମାର ଖଡ଼ିରତ୍ନ, ସୁଶାନ୍ତ ନାଗ, ରଶ୍ମି ରଞ୍ଜନ ଖଡ଼ିରତ୍ନ,ଯଶୋବନ୍ତ ନାରାୟଣ ସାହୁ, ତପନ କୁମାର ବିଶ୍ବାଳ, ସଡା ନନ ପ୍ରଧାନ, ସୁଧୀର ସୁନା, ଲିଙ୍ଗରାଜ ପ୍ରଧାନ, ଗଜାନନ ଭେଶରା, ମଦନ ବେହେରା ପ୍ରମୁଖ ସାମିଲ ହୋଇ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ପ୍ରଦାନ କରି ଦୃଢ଼ ଦାବି ରଖା ଯାଇଛି।

ସେଥି ସହିତ ସରକାରଙ୍କ କାର୍ଯ୍ୟଧାରା ଏକ ବର୍ଷ ପୁରିବାକୁ ଯାଉଥ‌ିବା ବେଳେ ଓୟୁଜେର ମୂଳ ଦାବି, ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧ ସ୍ବୀକୃତି କମିଟିର ପୁନର୍ଗଠନ, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ସ୍ବାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ତୁରନ୍ତ ନିଷ୍ପରି ନେଇ ଜୁନ ୧୨ ତାରିଖ ପୂର୍ବରୁ ଘୋଷଣା କରିବାକୁ ଦାବି କରାଯାଇଛି।

Related posts