Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଆଜିର ଖବର

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

May 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର/ରେଢ଼ାଖୋଲ: ବଲାଙ୍ଗୀରର କୁଲଥୁପାଲି ଠାରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ପ୍ରତି ହୋଇଥିବା ବର୍ବର ଆଚରଣ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା କିଭଳି ବିପନ୍ନ ହୋଇପଡିଛି ଏହା ହେଉଛି ତାହାର ଏକ ନଗ୍ନ ଉଦାହରଣ। ବିଳମ୍ବରେ ହେଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିଥିବାରୁ ଅଶେଷ ଧନ୍ୟବାଦ୍। ଓଡ଼ିଶାର ସର୍ବ ବୃହତ ଓ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ସାମ୍ବାଦିକ ୟୁନିଅନ୍ ଓ ଏହାର ସମସ୍ତ ଜିଲ୍ଲା ଶାଖା ରାଜ୍ୟ ବ୍ୟାପୀ ସାମ୍ବାଦିକଙ୍କ ନିରାପତ୍ତା ନେଇ ଉଦବିଗ୍ନ। ଗିରଫ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଦୃଢ଼ ଦାବି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଶରତ କୁମାର ପ୍ରଧାନ ନେତୃତ୍ବରେ ସାମ୍ବାଦିକ ୟୁନିଅନ (ଓୟୁଜେ) ରେଢ଼ାଖୋଲ ଶାଖାର ସଭାପତି ପ୍ରସନ୍ନ କୁମାର ପ୍ରଧାନ, ନାକଟିଦେଉଳ ଶାଖାର ସଭାପତି କନ୍ଦର୍ପ ବେହେରା, ରେଢ଼ାଖୋଲ ଶାଖାର ସମ୍ପାଦକ ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅନିଲ କୁମାର ପୃଷ୍ଟି, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ଜୟନ୍ତ କୁମାର ଖଡ଼ିରତ୍ନ, ସୁଶାନ୍ତ ନାଗ, ରଶ୍ମି ରଞ୍ଜନ ଖଡ଼ିରତ୍ନ,ଯଶୋବନ୍ତ ନାରାୟଣ ସାହୁ, ତପନ କୁମାର ବିଶ୍ବାଳ, ସଡା ନନ ପ୍ରଧାନ, ସୁଧୀର ସୁନା, ଲିଙ୍ଗରାଜ ପ୍ରଧାନ, ଗଜାନନ ଭେଶରା, ମଦନ ବେହେରା ପ୍ରମୁଖ ସାମିଲ ହୋଇ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ପ୍ରଦାନ କରି ଦୃଢ଼ ଦାବି ରଖା ଯାଇଛି।

ସେଥି ସହିତ ସରକାରଙ୍କ କାର୍ଯ୍ୟଧାରା ଏକ ବର୍ଷ ପୁରିବାକୁ ଯାଉଥ‌ିବା ବେଳେ ଓୟୁଜେର ମୂଳ ଦାବି, ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧ ସ୍ବୀକୃତି କମିଟିର ପୁନର୍ଗଠନ, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ସ୍ବାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ତୁରନ୍ତ ନିଷ୍ପରି ନେଇ ଜୁନ ୧୨ ତାରିଖ ପୂର୍ବରୁ ଘୋଷଣା କରିବାକୁ ଦାବି କରାଯାଇଛି।

ବଲାଙ୍ଗୀର
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.