Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ମୁକ୍ତି ଦିବସ ପାଳିତ, ବିପ୍ଲବୀ କୃତିବାସ ପାଟଶାଣିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି
ଆଜିର ଖବର

ବାଣପୁରରେ ମୁକ୍ତି ଦିବସ ପାଳିତ, ବିପ୍ଲବୀ କୃତିବାସ ପାଟଶାଣିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

June 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଏହି ତିନିଦିନ ବାଣପୁର ମୁକ୍ତି ଦିବସ। ପ୍ରତ୍ୟେକ ବାଣପୁର ବାସୀଙ୍କ ପାଇଁ ଏହି ତିନିଦିନ ଗର୍ବ ଆଉ ଗୌରବର ଦିନ। ୧୮୩୬ ମସିହା ଜୁନ୍ ପହିଲାରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣି ଏହି ଦିନ ଶତାଧିକ କନ୍ଧ ପାଇକ ଓ ସାନସିରେଇ ପୁର, ଭାପୁର, ବାଁଳୋଇ, ସାହାସପୁର, ବୋରିଗାଁ, ବେତୁଲି, ଭେଟେଶ୍ଵର ଇତ୍ୟାଦି ଗ୍ରାମର ଶତଶତ ପାଇକସେନାଙ୍କୁ ସାଥିରେ ନେଇ ଐତିହାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଆକ୍ରଣ କରି ଖଜଣାଖାନା ଲୁଟ୍, ବାଣପୁର ଥାନାପୋଡ଼ି କରି ବ୍ରିଟିଶ୍ ବାହିନୀକୁ ଏଠାରୁ ତଡ଼ି ବାଣପୁରକୁ ବ୍ରିଟିଶ୍ ଶାସନ ମୁକ୍ତ କରି ସ୍ଵାଧୀନତା ଘୋଷଣା କରିଥିଲେ। ବିପ୍ଲବୀ କୃତ୍ତିବାସଙ୍କ ଏହି ଦୁର୍ବାର ବିପ୍ଲବ ବ୍ରିଟିଶ୍ ଶାସକଙ୍କ ହୃଦକମ୍ପନ ସୃଷ୍ଟି କରି ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ଯାହା ପରାଧୀନଭାରତ ବର୍ଷର ଏକ ଅନନ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଉକ୍ତ ତିନିଦିନ ବାଣପୁର ବାସୀଙ୍କ ପାଇଁ ମୁକ୍ତି ଦିବସ ଭାବରେ ବାଣପୁର ଇତିହାସ ପୃଷ୍ଟାରେ ଲିପି ବଦ୍ଧ ହୋଇ କାଳକାଳକୁ ସ୍ମରଣୀୟ ଦିବସ ଭାବରେ ରହିଛି ଓ ରହିଥିବ ମଧ୍ୟ। ସେହି ଦେଶପ୍ରେମୀ ବୀରପୁଙ୍ଗବ ଶେଷରେ ଦେଶ ଦ୍ରୋହୀ ଙ୍କ ପ୍ରରୋଚନାରେ ବ୍ରିଟିଶ୍ ହାତରେ ଧରାପଡ଼ି ପ୍ରଥମେ ଜେଲ୍ ତାପରେ କଳାପାଣି ଦଣ୍ଡ ଭୋଗି ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ସେଲୁଲାର୍ ଜେଲ୍ ରେ ପ୍ରାଣତ୍ୟାଗ କରି ମା’ମାଟିର ସ୍ଵାଧୀନତା ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ। ସେହି ବୀରବିପ୍ଲବୀଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଥିଲା।

ମୁକ୍ତି ଦିବସ ସ୍ମୃତି କମିଟିର ସଂପାଦକ ବାଳମୁକୁନ୍ଦଦାସଙ୍କ ସହିତ ସାହିତ୍ୟସିନ୍ଦୁରାର ଆବାହକ ଗୋଲକ ବିହାରୀ ପରୀଡା,ପାଇକ କବି କୃଷ୍ଣଚନ୍ଦ୍ରପାଠାଗାରର ସଭାପତି ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଐତିହାସିକ ପଞ୍ଚୁଦୋଳଯାତ୍ରା କମିଟିର ସଂପାଦକ ମାଧବଚନ୍ଦ୍ର ବାରିକି, ସହ ସଂପାଦକ ଜୟକୃଷ୍ଣ ଦାସ, ଚିଲିକା ସାହିତ୍ୟ ସମାଜର ଉପଦେଷ୍ଟା ରବୀନ୍ଦ୍ରନାଥ ମାନସିଂ, ଶିକ୍ଷାବିତ୍ ଶିଶିର କୁମାର ଦାସ, କବି ବି.ଦିଗାମ୍ବର ,ପତ୍ରକାର ଅଶୋକ କୁମାର ପାଇକରାୟ, ପୃଷ୍ଠଭୂମୀର ସଂପାଦକ ବ୍ରଜକିଶୋର ଜେନା, ଅଧ୍ୟାପକ ଗୋଲକ ବିହାରୀ ସାହୁ ପ୍ରମୁଖ ସହୀଦ କୃତ୍ତିବାସ ପାଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବାଣପୁର ମୁକ୍ତି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026
Latest News

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026

ଏଆଇ ପାଠ୍ୟକ୍ରମର ପୁନର୍ଗଠନ ଉପରେ ଶିଳ୍ପଜଗତ ସହ ଉଚ୍ଚସ୍ତରୀୟ ବୈଠକ କଲେ କେନ୍ଦ୍ରମନ୍ତ୍ରୀ

May 28, 2026

ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାକ୍ ଯୁଦ୍ଧ 

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.