Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କଲେ
ଆଜିର ଖବର

ସମ୍ବଲପୁରରେ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କଲେ

June 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଙ୍ଗାଲି/ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଆୟକୁ ବଢାଇବା ସହ ସବୁ ପ୍ରକାର ଚାଷର ଉତ୍ପାଦନ ବଢାଇବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଚାଷ ଉତ୍ପାଦର ଉତ୍ପାଦନ ବଢାଇବା ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଆରମ୍ଭ କରିଛନ୍ତି, ଯାହା ସାଧୁ ଉଦ୍ୟମ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୭୦୦ ଜିଲ୍ଲାରେ ୨୦୦୦ରୁ ଅଧିକ ବୈଜ୍ଞାନିକ ଦଳ ଗାଁ ଗାଁକୁ ଯାଇ ୧.୫ କୋଟିରୁ ଅଧିକ ଚାଷୀ ଭାଇଭଉଣୀମାନଙ୍କ ସହ ସିଧାସଳଖ କଥା ହେବେ। ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଓଡ଼ିଶାରେ ମଧ୍ୟ କୃଷି ପରାମର୍ଶ ଓ ସୂଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ଅନ୍ନଦାତାଙ୍କ ହାତମୁଠାକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର।

ସମ୍ବଲପୁର ଚଷା ଚାଷୀମାନଙ୍କର ଅଞ୍ଚଳ। ଏଠାରେ ମୂଳ ଜୀବିକା ହେଉଛି ଚାଷ।  ଚାଷ ବେଉସା ଏହି ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ। ସମ୍ବଲପୁରରେ ଚାଷ କ୍ଷେତ୍ରରେ ଅନେକ ସମ୍ଭାବନା ଅଛି । ଏଠାରେ ଉତ୍ପାଦିତ ଆମ୍ବ ବାହାର ଦେଶକୁ ରପ୍ତାନୀ ହେଉଛି। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ,  ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ କୃଷି ବ୍ୟବସାୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ହେବ । ବିଶେଷ ଭାବରେ ଆଳୁ ଓ ଡାଲି ଉପରେ ଆମେ ନିର୍ଭରଶୀଳ ଥିବା ବେଳେ ଏହି ଚାଷ କିପରି ସମ୍ବଲପୁରରେ ଅଧିକ ଉତ୍ପାଦନ କରାଯିବ, ସେ ଦିଗରେ ଯୋଜନା ହେବ ।  ଗାଁ ଗାଁ ବୁଲି ଚାଷୀମାନଙ୍କ ମଧ୍ୟରେ ପନିପରିବା ଓ ଅନ୍ୟାନ୍ୟ ଫଳ ଉତ୍ପାଦନ ପାଇଁ ସଚେତନତା ସୃଷ୍ଟି କରାଯିବ। ସମ୍ବଲପୁରରେ ଉତ୍ପାଦିତ ହେଉଥବା ଫଳ ଓ ପନିପରିବାକୁ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ହେବ । ‘ନଗର ବନ ଯୋଜନା’ରେ ସମ୍ବଲପୁରର ପରିବେଶକୁ ସୁରକ୍ଷା ଦେବା ପାଇଁ ସାମୂହିକ ଉଦ୍ୟମ ହେବ । ଏଥିପାଇଁ ବୃକ୍ଷରୋପଣ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ‘କୃଷି ରଥ’ର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ସଏଲ୍ ହେଲଥ୍ କାର୍ଡ ବିତରଣ କରିଥିଲେ ।

***

 

 

ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.