Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଏତନାମ ଗସ୍ତରେ ରାଜ୍ୟପାଳ, ଐତିହାସିକ ମାଇ ସନ୍ ମନ୍ଦିର କଲେ ପରିଦର୍ଶନ 
ଆଜିର ଖବର

ଭିଏତନାମ ଗସ୍ତରେ ରାଜ୍ୟପାଳ, ଐତିହାସିକ ମାଇ ସନ୍ ମନ୍ଦିର କଲେ ପରିଦର୍ଶନ 

June 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governer1
ଭିଏତନାମ ଗସ୍ତରେ ରାଜ୍ୟପାଳ, ଐତିହାସିକ ମାଇ ସନ୍ ମନ୍ଦିର କଲେ ପରିଦର୍ଶନ 

ଭୁବନେଶ୍ୱର: ଭାରତରୁ ଭିଏତନାମ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ଏବେ ଭିଏତନାମରେ ଥିବା ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ରବିବାର ଦିନ କ୍ୱାଙ୍ଗ୍ ନାମ୍ ପ୍ରଦେଶର ପ୍ରସିଦ୍ଧ ମାଇ ସନ୍ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ଏହି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜ୍ୟପାଳଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି ।

ମାଇ ସନ୍ ଭିଏତନାମର ସବୁଠାରୁ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ସ୍ଥଳ ମଧ୍ୟରୁ ଅନ୍ୟତମ ଏବଂ ଏହାର କେତେକ ହିନ୍ଦୁ ମନ୍ଦିର ଚତୁର୍ଥ ଶତାଦ୍ଦୀର । ଏହି ପୁରୁଣା ମନ୍ଦିରଗୁଡ଼ିକ ଚମ୍ପା ରାଜ୍ୟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଦକ୍ଷିଣ ପୂର୍ବ ଏସିଆର ସହଭାଗୀ ସାଂସ୍କୃତିକ ଅତୀତର ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ ।

ରାଜ୍ୟପାଳ ଏହି ପରିଦର୍ଶନ ସମୟରେ ଭାରତର ସହାୟତାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ ଏବଂ ସଂପୃକ୍ତ ଅଧିକାରୀମାନେ ଏହି ସ୍ଥାନର ପ୍ରାଚୀନ ଢାଂଚାକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ସ୍ୱତନ୍ତ୍ର କୌଶଳ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ସେଠାରେ ମନ୍ଦିର ପରିସର ଏକ ମନୋରମ ଉପତ୍ୟକାରେ ଅବସ୍ଥିତ, ଯାହା ସୁନ୍ଦର ପର୍ବତମାଳା ଓ ପ୍ରବାହମାନ ଝରଣା ଦ୍ୱାରା ଘେରିହୋଇ ରହିଛି । ଏହା ସପ୍ତମରୁ ତ୍ରୟୋଦଶ ଶତାଦ୍ଦୀ ମଧ୍ୟରେ ଚମ୍ପା ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରଭାବରେ ବିଦିତ ଥିଲା ।

ବର୍ତ୍ତମାନ ପ୍ରାୟ ୭୦ଟି ମନ୍ଦିରର ସ୍ଥିତି ମାଇ ସନ୍ ଠାରେ ରହିଛି । ମନ୍ଦିରଗୁଡ଼ିକର ଅନନ୍ୟ ନିର୍ମାଣ ଶୈଳୀ ଖୋଲ ରେଖାକୁ ଲୁଚାଇ ରଖିଛି ଏବଂ ମନ୍ଦିରଗୁଡ଼ିକ ଶତାଦ୍ଦୀ ଶତାଦ୍ଦୀ ଧରି ଦୃଢ ରହି ଐତିହାସିକ ଏବଂ ସ୍ଥପତିମାନଙ୍କର ଆକର୍ଷଣ ସାଜିଛି । ଏହି ସ୍ଥାନଟି ଚମ୍ପା ରାଜ୍ୟ ଏବଂ ଭାରତ ଓ ଚୀନ ଭଳି ମହାନ ସଭ୍ୟତା ମଧ୍ୟରେ ସାଂସ୍କୃତିକ ସଂପର୍କକୁ ଦର୍ଶାଉଛି । ଓଡିଶାର ରାଜ୍ୟପାଳଙ୍କ ଏହି ଗସ୍ତ ଭାରତ ଏବଂ ଭିଏତନାମ ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ଏବଂ ସହଭାଗୀ ଐତିହ୍ୟକୁ ସୁରକ୍ଷା ଦେବାରେ ଭାରତର ଭୂମିକାକୁ ସୂଚାଉଛି ।

governer ଡ. ହରି ବାବୁ କମ୍ଭମ୍‌ପାଟି ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.