
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଚିତ୍ତୁର ନିକଟରେ ଆୟୋଜିତ ଯୋଗାନ୍ଧ୍ର ୨୦୨୫ କାର୍ଯ୍ୟକ୍ରମରେ ଯୋଗପ୍ରେମୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ପୁଲିଗୁଣ୍ଡୁ ଟ୍ୱିନ୍ ହିଲ୍ସ ମଧ୍ୟରେ ଆୟୋଜିତ ହୋଇଥିଲା। ସେଠାରେ ୨,୦୦୦ରୁ ଅଧିକ ଯୋଗପ୍ରେମୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ପାଇଁ ଆନ୍ଧ୍ରପ୍ରଦେଶରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଏକତ୍ରିତ ହୋଇଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଯୋଗ ଦିବସ ୨୦୨୫ ପ୍ରତି ବୃଦ୍ଧି ପାଉଥିବା ଉତ୍ସାହ ଦେଖି ଖୁସି ଲାଗୁଛି। ‘ଯୋଗାନ୍ଧ୍ର୨୦୨୫’ ହେଉଛି, ଯୋଗକୁ ଲୋକପ୍ରିୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରଶଂସନୀୟ ପ୍ରୟାସ। ମୁଁ ୨୧ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୋଗ ଦିବସ ପାଳନ କରିବାକୁ ଅପେକ୍ଷା କରିଛି।
ମୁଁ ଆପଣମାନଙ୍କୁ ଯୋଗ ଦିବସ ପାଳନ କରିବାକୁ ଏବଂ ଯୋଗକୁ ଆପଣଙ୍କ ଜୀବନର ଏକ ନିୟମିତ ଅଂଶ କରିବାକୁ ଆହ୍ୱାନ କରୁଛି।