ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ ମୁକ୍ତ ଚିଲିକାର ସଂକଳ୍ପ

Published: Jun 5, 2025, 7:52 pm IST

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ଓ ପ୍ଲାଷ୍ଟିକ ମୁକ୍ତ ଚିଲିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନେ ପ୍ରଥମେ ବୃକ୍ଷରୋପଣ କରିବା ପରେ ଚିଲିକା କୂଳରୁ ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ। ଚିଲିକାର ସ୍ବଚ୍ଛ ପରିବେଶ ପାଇଁ ସ୍ଥାନୀୟ ବନ ବିଭାଗ ଓ ସିଡିଏର ସହଯୋଗରେ ଏହି କାର୍ଯ୍ୟକ୍ରମ ଜୁନ ପାଞ୍ଚ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ତିରିଶ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ସେବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ମହାବିଦ୍ୟାଳୟର ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡ କ୍ରସ ସମେତ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନର ମିଳିତ ସହଯୋଗରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜ ବନପାଳ ରଶ୍ମିତା ଜେନା, ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ, ଯୁବ ରେଡ଼କ୍ରସ ଅଧିକାରୀ ମନସ୍ବିନୀ ପଟ୍ଟନାୟକ,, ଅଧ୍ୟାପକ ଡକ୍ଟର ଅକ୍ଷୟ କୁମାର ମିଶ୍ର, ବିହଙ୍ଗ ଫାଉଣ୍ଡେସନ ସମ୍ପାଦକ ବବୁଲ ରଣସିଂ, ଦୀପାଞ୍ଜଳି ପାଟଶାଣୀ, ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ଓ ସ୍ବେଛାସେବୀ ମାନଙ୍କ ଉପସ୍ଥିତିରେ ଚିଲିକାକୂଳରେ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ମୁକ୍ତ ଚିଲିକା ଅଭିଯାନ ଆରମ୍ଭ କରାଯାଇଛି।

Related posts